ଗୁଜୁରାଟର ଭରୁଚସ୍ଥିତ କୋଭିଡ ହସ୍ପିଟାଲରେ ପ୍ରବଳ ଅଗ୍ନିକାଣ୍ଡ; ୧୮ ଜଣଙ୍କର ମୃତ୍ୟୁ ହେଲା: ରିପୋର୍ଟ
ରାତି ପ୍ରାୟ ସାଢ଼େ ୩ଟା ବେଳେ ଭରୁଚର (Bharuch) ପଟେଲ ୱେଲଫେୟାର ହସ୍ପିଟାଲରେ (Patel Welfare Hospital) ଏହି ଦୁର୍ଘଟଣା ଘଟିଛି । ପଟେଲ ୱେଲଫେୟାର ହସ୍ପିଟାଲରେ କରୋନା ରୋଗୀଙ୍କ (Corona Patient) ଯତ୍ନ ନେବା ପାଇଁ ଏକ କୋଭିଡ ସେଣ୍ଟର ଗଠନ କରାଯାଇଥିଲା ।
ଗୁଜୁରାଟର ଭରୁଚସ୍ଥିତ କୋଭିଡ ହସ୍ପିଟାଲରେ ପ୍ରବଳ ଅଗ୍ନିକାଣ୍ଡ
- News18 Odia
- Last Updated: May 1, 2021, 10:11 AM IST
ଅହମ୍ମଦବାଦ: ଗୁଜୁରାଟର (Gujarat) ଭରୁଚରେ ଥିବା ଏକ କୋଭିଡ ହସ୍ପିଟାଲରେ (Covid Hospital) ଭୟାନକ ଅଗ୍ନିକାଣ୍ଡ ଘଟିଥିବା ଖବର ଆସିଛି । ଏହି ଅଗ୍ନିକାଣ୍ଡରେ ଅତି କମରେ ୧୮ ଜଣଙ୍କର ମୃତ୍ୟୁ ହୋଇଛି । ରାତି ପ୍ରାୟ ସାଢ଼େ ୩ଟା ବେଳେ ଭରୁଚର (Bharuch) ପଟେଲ ୱେଲଫେୟାର ହସ୍ପିଟାଲରେ (Patel Welfare Hospital) ଏହି ଦୁର୍ଘଟଣା ଘଟିଛି । ପଟେଲ ୱେଲଫେୟାର ହସ୍ପିଟାଲରେ କରୋନା ରୋଗୀଙ୍କ (Corona Patient) ଯତ୍ନ ନେବା ପାଇଁ ଏକ କୋଭିଡ ସେଣ୍ଟର ଗଠନ କରାଯାଇଥିଲା । ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ଅଗ୍ନିଶମ ବିଭାଗର ଗାଡି ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ନିୟନ୍ତ୍ରଣ କରିବାରେ ସଫଳ ହୋଇଥିଲା ।
Gujarat| Fire breaks out at a COVID-19 care centre in Bharuch. Affected patients are being shifted to nearby hospitals. Details awaited. pic.twitter.com/pq88J0eRXY
— ANI (@ANI) April 30, 2021
ହସ୍ପିଟାଲରେ ନିଆଁ ଲାଗିବା ପରେ ସେଠାରେ ଉପସ୍ଥିତ ଥିବା ରୋଗୀଙ୍କୁ କରାଯାଇ ପ୍ରକାରେ ସ୍ଥାନାନ୍ତର କରାଯାଇ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଅଗ୍ନିକାଣ୍ଡ ଏତେ ଭୟଙ୍କର ଥିଲା ଯେ ଅନେକ ରୋଗୀ ଏହାର ଶିକାର ହୋଇଥିଲେ । ପ୍ରାଥମିକ ଯାଞ୍ଚରୁ ଜଣାପଡିଛି ଯେ ଆଇସିୟୁ ୱାର୍ଡରେ ଏକ ସର୍ଟ ସର୍କିଟରେ ନିଆଁ ଲାଗିଯାଇଥିଲା, କିନ୍ତୁ ତଦନ୍ତ ଜାରି ରହିଛି ।






