ରମାଦେବୀ ବିଶ୍ୱବିଦ୍ୟାଳୟ ପରେ BJB ସ୍କୁଲ୍ ଛୁଇଁଲା କରୋନା ସଂକ୍ରମଣ; ବୋର୍ଡ଼ ପରୀକ୍ଷାକୁ ନେଇ ଚିନ୍ତା
ବିଜେବି ହାଇଅର୍ ସେକେଣ୍ଡାରୀ ସ୍କୁଲର ବାଣିଜ୍ୟ ବିଭାଗର ଜଣେ ଛାତ୍ର କରୋନା ପଜିଟିଭ ଚିହ୍ନଟ ହେବା ପରେ ସ୍କୁଲ୍ କର୍ତ୍ତୃପକ୍ଷ BMCକୁ ଜଣାଇବା ସହ କ୍ୟାମ୍ପସ୍ ସାନିଟାଇଜେସନ୍ ଓ ହଷ୍ଟେଲ ପିଲାମାନଙ୍କ ସୁରକ୍ଷା ପାଇଁ ପଦକ୍ଷେପ ନେଉଛନ୍ତି ।
ବିଜେବି ହାଇଅର୍ ସେକେଣ୍ଡାରୀ ସ୍କୁଲରେ ଛାତ୍ରଛାତ୍ରୀମାନଙ୍କର ଏକ ଦୃଶ୍ୟ
- News18 Odia
- Last Updated: April 5, 2021, 7:21 PM IST
ଭୁବନେଶ୍ୱର: ବୋର୍ଡ଼ ପରୀକ୍ଷାକୁ ଆଉ ମାତ୍ର ମାସେ ଥିବା ବେଳେ ଏବେଠୁ କରୋନା ଭାଇରସ୍ ସଂକ୍ରମଣର ପ୍ରକୋପ ସଭିଙ୍କୁ ଡରାଇଲାଣି । ଭୁବନେଶ୍ୱରର ଶିକ୍ଷାନୁଷ୍ଠାନଗୁଡ଼ିକରେ ରାଣ୍ଡମ ଟେଷ୍ଟିଂ ଚାଲିଥିବା ବେଳେ ପରୀକ୍ଷାର ମାସକ ପୂର୍ବରୁ ବିଭିନ୍ନ ସ୍କୁଲରେ କରୋନା ସଂକ୍ରମିତ ବ୍ୟକ୍ତି ଚିହ୍ନଟ ହେଉଛନ୍ତି ।
ଜାଭିଅର୍, କେନ୍ଦ୍ରୀୟ ବିଦ୍ୟାଳୟ, ଓଡିଏମ୍, ଆଲେନ୍ କୋଚିଂ ସେଣ୍ଟର୍ ଓ ରମାଦେବୀ ବିଶ୍ୱବିଦ୍ୟାଳୟ ପରେ ଏବେ ବିଜେବି ହାଇଅର୍ ସେକେଣ୍ଡାରୀ ସ୍କୁଲରେ ଚିହ୍ନଟ ହୋଇଛି କୋରୋନା ପଜିଟିଭ । ରବିବାର ଦିନ ରମାଦେବୀ ବିଶ୍ୱବିଦ୍ୟାଳୟରେ ଆଉ ଦୁଇ ଜଣ କରୋନା ପଜିଟିଭ୍ ବ୍ୟକ୍ତି ଚିହ୍ନଟ ହେବା ପରେ ବିଜେବି ଯୁକ୍ତ୨ ବାଣିଜ୍ୟ ବିଭାଗର ଜଣେ ଛାତ୍ର ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି । ଏହା ପରେ ସ୍କୁଲ୍ କର୍ତ୍ତୃପକ୍ଷ ଉକ୍ତ କ୍ଳାସରୁମକୁ ସିଲ କରିଦେଇଛନ୍ତି ।
ଏହା ବି ପଢ଼ନ୍ତୁ | ଏବେ ରାଜ୍ୟରେ ଦିନ ବେଳା କର୍ଫ୍ୟୁ ଲାଗିବ ନାହିଁ; ୧୦ ଜିଲ୍ଲାରେ କାଲି ଠାରୁ ରାତି କର୍ଫ୍ୟୁ ହେବ: କହିଲେ SRC
ଏହା ବି ପଢ଼ନ୍ତୁ | ‘‘ମୋ’ ଧନ ଆଉ ନାହିଁ, ମୁଁ ତାଙ୍କ ସାଙ୍ଗରେ ଯାଉଛି’’: ଜଗତସିଂହପୁର କରୋନା ୱାର୍ଡ଼ରେ ପତ୍ନୀର ଶେଷ କଥା
‘‘ଆମ ସ୍କୁଲର ବାଣିଜ୍ୟ ବିଭାଗର ଗୋଟିଏ ଛାତ୍ର ପଜିଟିଭ ଚିହ୍ନଟ ହୋଇଛି। ଆମେ ସେ ସମ୍ପର୍କରେ ବି.ଏମ୍.ସି.କୁ ଜଣାଇବା ସହ ପିଲାଙ୍କ ପାଇଁ ନୋଟିସ କରିଛୁ। ହେଲେ ବର୍ତ୍ତମାନ ସୁଦ୍ଧା କ୍ୟାମ୍ପସ୍ ସାନିଟାଇଜେସନ୍ ହୋଇନାହିଁ । ହଷ୍ଟେଲ ପିଲାମାନଙ୍କ ସୁରକ୍ଷାକୁ ଦେଖି ଟେଷ୍ଟ ପାଇଁ ମଧ୍ୟ କହିଛୁ । କୋଭିଡ ପରୀକ୍ଷା ହେଲେ ଭଲ ହେବ,’’ କହିଛନ୍ତି ବିଜେବି ହାଇଅର ସେକେଣ୍ଡାରୀ ସ୍କୁଲ ଅଧ୍ୟକ୍ଷ ରଞ୍ଜନ କୁମାର ବଳ ।
ଏହା ବି ପଢ଼ନ୍ତୁ | COVID ଟିକା ନେବା ପରେ Sex କରିବା କେତେ ସୁରକ୍ଷିତ? ଜାଣନ୍ତୁ କ’ଣ କହୁଛନ୍ତି ବିଶେଷଜ୍ଞ
ବି.ଏମ୍.ସି. କମିଶନର୍ ପ୍ରେମଚନ୍ଦ୍ର ଚୌଧୁରୀ କହିଛନ୍ତି : ‘‘କୋଭିଡ ମାମଲା ଦିନକୁ ଦିନ ବଢୁଛି । ଇନଷ୍ଟିଚ୍ୟୁଟଗୁଡିକ ପାଇଁ ବେଶୀ ଚିନ୍ତା ରହିଛି । ବିଜେବି କଲେଜ ଖବର ଆମ ପାଖରେ ଅଛି । ପ୍ରଥମେ ପଜିଟିଭଙ୍କ ସଂସ୍ପର୍ଶରେ ଆସିଥିବା ପିଲା ଓ ଅଧ୍ୟାପକଙ୍କ ଟେଷ୍ଟ ବ୍ୟବସ୍ଥା କରାଇବୁ ।’’
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ ଫଟୋ | ସାରା ଅଲୀ ଖାନ୍ ମିଠା ଶୈଳୀରେ ନିଜ ଭାଇକୁ ଜନ୍ମ ଦିନର ଶୁଭ କାମନା ଦେଲେ, ଅଦେଖା ଫଟୋ ଶେୟାର୍ କଲେ
ମାଟ୍ରିକ୍ ଓ ଯୁକ୍ତ୨ ପରୀକ୍ଷାକୁ ଆଉ ମାସେ ବି ସମୟ ନାହିଁ । ଏପ୍ରିଲ ୨୯ ରୁ ଯୁକ୍ତ୨ ପ୍ରାକ୍ଟିକାଲ ପରୀକ୍ଷା ଆରମ୍ଭ ହେବାକୁ ଥିବା ବେଳେ ମେ ୩ରୁ ମାଟ୍ରିକ ଓ ମେ ୧୮ରୁ ଆରମ୍ଭ ହେବ ଯୁକ୍ତ୨ ଥିଓରୀ ପରୀକ୍ଷା। ଏହା ପୂର୍ବରୁ କ୍ୟାମ୍ପସରେ କରୋନା ଅଣାୟତ୍ତ ହେବା ସଭିଙ୍କୁ ଚିନ୍ତାରେ ପକାଇଲାଣି ।
ଏହା ବି ପଢ଼ନ୍ତୁ | ତାମିଲ ନାଡୁରେ ନାରୀ ଶକ୍ତି? ଗୃହିଣୀମାନଙ୍କୁ ପ୍ରତି ମାସ ୧,୦୦୦ ଟଙ୍କା ମିଳିବ, କହିଲା DMK
ଏପ୍ରିଲ ମାସରୁ ଉଭୟ ଶ୍ରେଣୀର ରିଭିଜନ ଆରମ୍ଭ ହୋଇଥିବାବେଳେ ବର୍ତ୍ତମାନ ସ୍ଥିତିରେ ସବୁ ପିଲାଙ୍କୁ ସ୍କୁଲ ନ ଡାକି ଅଳ୍ପ ଅଳ୍ପ ପିଲାଙ୍କୁ ଡାକି ଡାଉଟ୍ କ୍ଲିଅର୍ କରାଯିବା ଉଚିତ ବୋଲି ଶିକ୍ଷାବିତମାନେ ମତ ରଖିଛନ୍ତି । ରାଜ୍ୟ ସରକାର ସଠିକ ସମୟରେ ଉଚିତ ପଦକ୍ଷେପ ନ ନେଲେ ପିଲାଙ୍କ ଭବିଷ୍ୟତ ନଷ୍ଟ ହେବ ବୋଲି ସେମାନେ କହିଛନ୍ତି ।
‘‘ସ୍କୁଲର ଯାହା ସ୍ଥିତି, ପ୍ରଥମେ ପରୀକ୍ଷାକୁ ଗୁରୁତ୍ୱ ଦେବା ଦରକାର । ବୋର୍ଡ଼ ପରୀକ୍ଷା ଯଦି କୌଣସି କାରଣରୁ ବାତିଲ ହୁଏ କି ଘୁଞ୍ଚାଯାଏ, ତେବେ ରାଜ୍ୟର ୧୦ ଲକ୍ଷ ପିଲା ପ୍ରଭାବିତ ହେବେ । ତେଣୁ ସ୍କୁଲ୍ କଲେଜ ନ ଆସି ପିଲାମନେ ଘରେ ରହି ପ୍ରସ୍ତୁତ ହେବା ଦରକାର । ସରକାର ପରୀକ୍ଷା ପାଇଁ ଏବେଠୁ ଆୟୋଜନ କରିବା ଦରକାର । ନଚେତ ପରେ ହଇରାଣ ହେବେ। ପିଲାମାନଙ୍କୁ ଭବିଷ୍ୟତ ଅନ୍ଧାର ହୋଇଯିବ,’’ କହିଛନ୍ତି ଶିକ୍ଷାବିତ ନିରଞ୍ଜନ ପଣ୍ଡା ।






