୪୮ ଘଣ୍ଟା ପାଇଁ ସିଲ୍ ହେଲା ଭୁବନେଶ୍ୱରର ମାର୍କେଟ୍ ବିଲଡିଂ; କୋଭିଡ ନିୟମ କେହି ମାନୁ ନ ଥିଲେ
ଭୁବନେଶ୍ୱରରେ କରୋନା ସଂକ୍ରମଣର ସ୍ଥିତି ଦିନକୁ ଦିନ ଗୁରୁତର ହେଉଥିବା ସତ୍ତ୍ୱେ ଅନେକ ଦୋକାନୀ ମାସ୍କ ଓ ସାମାଜିକ ଦୂରତା ଆଦି ନିୟମ ମାନୁ ନ ଥିବାରୁ ବି.ଏମ୍.ସି. କଠୋର ପଦକ୍ଷେପ ନେଇଛି ।
ବି.ଏମ୍.ସି. ସ୍କ୍ୱାର୍ଡ଼ ପୋଲିସ ସହଯୋଗରେ ରେଡ୍ କରୁଛି ।
- News18 Odia
- Last Updated: April 28, 2021, 11:59 PM IST
ଭୁବନେଶ୍ୱର: କୋଭିଡ ନିୟମ ଖିଲାପକାରୀଙ୍କ ପାଇଁ କଠୋର ହୋଇଛି ଭୁବନେଶ୍ୱର ମହାନଗର ନିଗମ (ବି.ଏମ୍.ସି.) । ବୁଧବାର ସନ୍ଧ୍ୟାରେ ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ଅତର୍କିତ ଚଢ଼ାଉ କରିବା ପରେ ମାର୍କେଟ ବିଲଡିଂ ଓ କେତେକ ଫାଷ୍ଟ୍ ଫୁଡ଼ ଦୋକାନକୁ ୪୮ ଘଣ୍ଟା ପାଇଁ ସିଲ୍ କରିଛି ବି.ଏମ୍.ସି. ।
କମିସନରେଟ ପୋଲିସର ସହଯୋଗରେ ନିୟମ ଉଲ୍ଲଙ୍ଘନକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ଭୁବନେଶ୍ୱର ମହାନଗର ନିଗମ । କୋଭିଡ ସଂକ୍ରମଣକୁ ନିୟନ୍ତ୍ରଣକୁ ଆଣିବା ପାଇଁ ବି.ଏମ୍.ସି. ଓ କମିସନରେଟ ପୋଲିସ ପକ୍ଷରୁ ଲୋକଙ୍କୁ ଅନେକ ଥର ସଚେତନ କରିବା ପରେ ବି ଜୈସାକୁ ତୈସା ଭଳି ଲୋକେ ନିୟମକୁ ଫୁ କରୁଥିବା ଦେଖିବାକୁମିଳୁଛି । ରାଜଧାନୀ ଭୁବନେଶ୍ବର ଏବେ ରାଜ୍ୟରେ କରୋନା ସଂକ୍ରମଣରେ ଶୀର୍ଷରେ ଥିବାରୁ ଏମିତି କଠୋର ପଦକ୍ଷେପ ନିଆଯାଇଛି ।
ଏହା ବି ପଢ଼ନ୍ତୁ | ୧୮ ବର୍ଷ ବା ଅଧିକ? କରୋନା ଟିକା ନେବା ପାଇଁ CoWin ଆପ୍ରେ କେମିତି ପଞ୍ଜୀକରଣ କରିବେ ଜାଣନ୍ତୁ
ଏହା ବି ପଢ଼ନ୍ତୁ | କରୋନା ଟିକାର ପ୍ରଥମ ଡୋଜ୍ ନେବା ପରେ ସଂକ୍ରମିତ ହେଲେ ଦ୍ୱିତୀୟ ଡୋଜ୍ କେବେ ନେବା ଉଚିତ?
‘‘ଭୁବନେଶ୍ୱରରେ କରୋନା ସଂକ୍ରମଣର ସ୍ଥିତି ଦିନକୁ ଦିନ ଅଣାୟତ୍ତ ହେଉଛି । ପ୍ରତି ଦିନ ଭୁବନେଶ୍ୱର ରାଜ୍ୟରେ ସଂକ୍ରମଣରେ ଶୀର୍ଷରେ ରହୁଛି । ଆମେ ଲୋକଙ୍କୁ ସଚେତନ କରିଛୁ । ଦୋକାନୀ ଓ ଗ୍ରାହକ ମଧ୍ୟରେ କିଭଳି ସାମାଜିକ ଦୂରତା ରହିବ ଓ ସମସ୍ତେ ମାସ୍କ ପିନ୍ଧିବେ ତା’ ଉପରେ ଗୁରୁତ୍ୱ ଦିଆଯାଉଛି । ହେଲେ ଲୋକେ ସଚେତନ ହେଉନାହାନ୍ତି । ସନ୍ଧ୍ୟାରେ ବିଭିନ୍ନ ସ୍ଥାନରେ ଆମେ ଦେଖିଲୁ ନା ଦୋକାନୀ ନିୟମ ମାନୁଛନ୍ତି ନା ଗ୍ରାହକମାନେ । ତେଣୁ ବାଧ୍ୟ ହୋଇ ଏଭଳି ନିଷ୍ପତ୍ତି ନିଆଯାଇଛି । ପ୍ରଥମେ ୪୮ ଘଣ୍ଟା ପାଇଁ ଏହି ସବୁ ବ୍ୟାବସାୟିକ ସ୍ଥାନକୁ ଆମେ ସିଲ୍ କରିଛୁ,’’ କହିଛନ୍ତି ବି.ଏମ୍.ସି.ର ଅତିରିକ୍ତ କମିଶନର ଲକ୍ଷ୍ମୀକାନ୍ତ ସେଠୀ ।
ଏହା ବି ପଢ଼ନ୍ତୁ | ଗ୍ରାହକଙ୍କୁ ଲାଗିବ ଝଟକା! ଏବେ ଏହି ବ୍ୟାଙ୍କରୁ ଟଙ୍କା କାଢ଼ିବା ମହଙ୍ଗା ହେଲା; SMS ଚାର୍ଜ ବି ବଢ଼ିଲା
ବି.ଏମ୍.ସି. ଡେପୁଟି କମିଶନର ଅଂଶୁମାନ ରଥ କହିଛନ୍ତି ଯେ କରୋନା ସଂକ୍ରମଣ ବଢିୁଥିବା ଦେଖିବା ପରେ ଦୋକାନୀମାନଙ୍କୁ ବାରମ୍ବାର ସଚେତନ କରାଯାଇଥିଲା, ହେଲେ ସେମାନେ ଦୋକାନ ଆଗରେ ସାମାଜିକ ଦୂରତାକୁ ଗୁରୁତ୍ୱ ଦେଉ ନ ଥିଲେ । ‘‘ଏବେ ଆମେ ୪୮ ଘଣ୍ଟା ପାଇଁ ସିଲ୍ କରିଛୁ । ପରେ ଅଣ୍ଡରଟେକିଂ ଲେଖି ଦେବା ପରେ ଦୋକାନଗୁଡ଼ିକୁ ଖୋଲିବା ପାଇଁ ଅନୁମତି ଦିଆଯିବ,’’ ସେ କହିଛନ୍ତି ।
ଏହା ବି ପଢ଼ନ୍ତୁ | COVIDର ଚିକିତ୍ସା ପାଇଁ ନୂଆ ଔଷଧ ‘ଭିରାଫିନ୍’କୁ ମିଳିଲା ଜରୁରୀକାଳୀନ ଅନୁମତି; ଭଲ କାମ କରୁଛି
‘‘ଆଜ୍ଞା, ଆମେ ବି.ଏମ୍.ସି.ର ସବୁ ନିୟମକୁ ମାନି ବ୍ୟବସାୟ କରୁଛୁ । ଆମେ ମାସ୍କ ପିନ୍ଧିବା ସହ ବାରମ୍ବାର ସାନିଟାଇଜ କରୁଛୁ । ମାର୍କେଟକୁ ଆସୁଥିବା ଲୋକେ ଓ ଗ୍ରାହକମାନେ ଯଦି ନିୟମ ନ ମାନିବେ ସେଥି ପାଇଁ କାହିଁକି ଆମେ କ୍ଷତି ସହିବୁ?’’ ପଚାରିଛନ୍ତି ମାର୍କେଟ ବିଲଡିଂରେ ଦୋକାନ କରିଥିବା ମନରଞ୍ଜନ ମହାପାତ୍ର ।
ଦୁଇ ଦିନ ପରେ ଶନିବାର ଓ ରବିବାର ସଟଡାଉନ୍ ଆସୁଛି । ତେଣୁ ଏହି ଦୋକାନଗୁଡ଼ିକ ଚାରି ଦିନ ବନ୍ଦ ରହିବ ଓ ଦୋକାନୀମାନେ କ୍ଷତି ସହିବେ । ‘‘ପୂର୍ବରୁ ଗୋଟେ ବର୍ଷ ବି ଆମେ କ୍ଷତି ସହିଛୁ । ଏବେ ଏଭଳି ପରିସ୍ଥିତି ହେଲେ ଆମେ ଚଳିବୁ କେମିତି? ପରିବାର ଚଳେଇବୁ କେମିତି?’’ ପଚାରିଛନ୍ତି ମହାପାତ୍ର ।






