ଭୁବନେଶ୍ୱରରେ ମାସ୍କ କାହିଁ? ମାଛ କିଣିଲେ ଶହେ ଗ୍ରାମ୍, ଜରିମାନା ଦେଲେ ଶହେ ଟଙ୍କା
ଯେଉଁମାନେ ମାସ୍କ ନ ପିନ୍ଧି ହାଟକୁ ଆସିଥିଲେ, ସେମାନଙ୍କୁ ଧରିଥିଲା ସ୍କ୍ୱାର୍ଡ । ମାସ୍କ ପିନ୍ଧି ନ ଥିବା କାରଣରୁ ପ୍ରତି ଅମାନିଆ ବ୍ୟକ୍ତିଙ୍କ ଠାରୁ ଶହେ ଟଙ୍କା ଜରିମାନା ଆଦାୟ କରିଥିଲା ପୋଲିସ । ଗଲା ଦୁଇ ଦିନରେ ୨୬.୬୧ ଲକ୍ଷ ଟଙ୍କା ଜୋରିମାନା ଆଦାୟ ହେଲାଣି ।
୪ ନମ୍ବର ମାଛ ହାଟରେ କମିସନରେଟ ପୋଲିସ ପକ୍ଷରୁ ଚଢ଼ାଉ ସମୟର ଏକ ଦୃଶ୍ୟ
- News18 Odia
- Last Updated: April 9, 2021, 10:45 PM IST
ଭୁବନେଶ୍ୱର: ମାଛ କିଣି ଖାଇବାର ଇଚ୍ଛା ଏତେ ପ୍ରବଳ ଯେ ହାଟରେ ଜନ ଗହଳି ସତ୍ତ୍ୱେ ମାସ୍କ ପିନ୍ଧିବା କଥା ମନେ ପଡ଼ୁ ନ ଥିଲା ସେମାନଙ୍କର । ମାଛ କିଣୁଥିବା ବେଳେ ଏମିତି କିଛି ଲୋକଙ୍କୁ ଧରିଲା ପୋଲିସ । ୧୦୦ ଟଙ୍କା ଫାଇନ ଦେବା ପରେ କାନ ମୁଣ୍ଡ ଆଉଁସି ଘରକୁ ଫେରିଲେ ସେମାନେ ।
ରାଜଧାନୀର ବ୍ୟସ୍ତବହୁଳ ଆମିଷ ବଜାର ୪ ନମ୍ବର ହାଟରେ ଶୁକ୍ରବାର ସକାଳେ କମିସନରେଟ ପୋଲିସ ପକ୍ଷରୁ ଅତର୍କିତ ଚଢ଼ାଉ ହୋଇଥିଲା । ଯେଉଁମାନେ ମାସ୍କ ନ ପିନ୍ଧି ହାଟକୁ ଆସିଥିଲେ, ସେମାନଙ୍କୁ ଧରିଥିଲା ସ୍କ୍ୱାର୍ଡ । ମାସ୍କ ପିନ୍ଧି ନ ଥିବା କାରଣରୁ ପ୍ରତି ଅମାନିଆ ବ୍ୟକ୍ତିଙ୍କ ଠାରୁ ଶହେ ଟଙ୍କା ଜରିମାନା ଆଦାୟ କରିଥିଲା ପୋଲିସ । ଯେଉଁ ଦୋକାନୀମାନଙ୍କ ପାଖରେ ଗହଳି ଜମୁଥିଲା ସେମାନଙ୍କୁ ସାମାଜିକ ଦୂରତା ରଖିବାକୁ ଚେତାବନୀ ଦେଇଥିଲା ପୋଲିସ ।
ଏହା ବି ପଢ଼ନ୍ତୁ | IPL 2021: ଆରମ୍ଭ ହେଲା କ୍ରିକେଟ୍ର ମହା କୁମ୍ଭ; ଜାଣନ୍ତୁ #IPL2021 ବିଷୟରେ ସବୁ କଥା
ଏହା ବି ପଢ଼ନ୍ତୁ | ଦେଶରେ ପୁଣି ଥରେ ସବୁ ଟ୍ରେନ୍ ଚଳାଚଳ ବନ୍ଦ ହେବ କି? ରେଲ୍ୱେ କହିଲା ଏହି କଥା
ଯେଉଁ ଦୋକାନୀମାନେ କୋଭିଡ ନିୟମକୁ ବେଖାତିର କରୁଛନ୍ତି ସେମାନଙ୍କ ଠାରୁ ଫାଇନ ତ ଆଦାୟ କରାଯାଉଛି, ତା’ ସହ ନିୟମର ଲଗାତର ଅବମାନନା ଦେଖାଗଲେ ତାଙ୍କ ଦୋକାନକୁ ସିଲ୍ ବି କରାଯାଉଛି ବୋଲି ସେ କହିଛନ୍ତି । ‘‘କରୋନା ନିୟମାବଳୀର ଅବମାନନା ଜାରି ରହିଲେ ଆଗକୁ ନିୟମ ଆହୁରି କଠୋର କରାଯିବ । ଖାଲି ହାଟ ନୁହେଁ, ଜନଗହଳିପୂର୍ଣ୍ଣ ସ୍ଥାନ ଓ ସପିଙ୍ଗ୍ ମଲଗୁଡି଼କ ଉପରେ ମଧ୍ୟ ଆମେ ନଜର ରଖିଛୁ,’’ କହିଛନ୍ତି ଶତପଥୀ ।
ଓଡିଶା ପୋଲିସ ପକ୍ଷରୁ କୋଭିଡ ନିୟମ ଉଲ୍ଲଙ୍ଘନକାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି । ଏପ୍ରିଲ ୭ରୁ ୯ ତାରିଖ ପର୍ଯ୍ୟନ୍ତ ଚାଲିଥିବା ସ୍ୱତନ୍ତ୍ର ଡ୍ରାଇଭର ଦ୍ଵିତୀୟ ଦିନରେ ୧୧,୮୦୧ ବ୍ୟକ୍ତିଙ୍କଠାରୁ ୨୬ ଲକ୍ଷ ୬୧ ହଜାର ୪୫୦ ଟଙ୍କା ଜୋରିମାନା ଆଦାୟ କରାଯାଇଛି । ଦୁଇ ଦିନ ମଧ୍ୟରେ ମୋଟ ୨୧,୦୨୧ ଜଣଙ୍କ ଠାରୁ ୫୧ ଲକ୍ଷ ୬୯ହଜାର ୩୫୦ ଟଙ୍କା ଜୋରିମାନା ଆଦାୟ କରାଯାଇଛି ।






