Corona Cases in India: ଦେଶକୁ ଡ଼ରାଇଲା କରୋନା! ପ୍ରଥମ ଥର ପାଇଁ ମାମଲା ଗୋଟିଏ ଦିନରେ ୧ ଲକ୍ଷ ଟପିଲା
Corona Cases in India: ଭାରତରେ କରୋନା (COVID-19 Pandemic) ସଂକ୍ରମଣର ଦ୍ୱିତୀୟ ଲହର ୫୨ ଦିନ ପୂର୍ବରୁ ଆରମ୍ଭ ହୋଇଥିଲା । ଆମେରିକା (America) ପରେ ଭାରତ ବର୍ତ୍ତମାନ ଦ୍ୱିତୀୟ ଦେଶ ହୋଇଛି ଯେଉଁଠାରେ ଗୋଟିଏ ଦିନରେ ୧ ଲକ୍ଷରୁ ଅଧିକ କରୋନା ମାମଲା ରିପୋର୍ଟ ହୋଇଛି ।
ଭାରତରେ ପ୍ରଥମ ଥର ପାଇଁ ମାମଲା ଗୋଟିଏ ଦିନରେ ୧ ଲକ୍ଷ ଟପିଲା
- News18 Odia
- Last Updated: April 5, 2021, 9:32 AM IST
ନୂଆ ଦିଲ୍ଲୀ: ଦେଶରେ କରୋନା ଭାଇରସର ନୂତନ ମାମଲା ପୂର୍ବ ବର୍ଷର ସମସ୍ତ ରେକର୍ଡକୁ ଅତିକ୍ରମ କରିଛି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧,୦୩,୮୪୪ ନୂତନ କରୋନା ମାମଲା ରୁଜୁ ହୋଇଛି । ଯାହା ଏପର୍ଯ୍ୟନ୍ତ ସବୁଠାରୁ ବଡ ରେକର୍ଡ ଅଟେ । ଆମେରିକା ପରେ ଭାରତ ବର୍ତ୍ତମାନ ଦ୍ୱିତୀୟ ଦେଶ ହୋଇଛି ଯେଉଁଠାରେ ଗୋଟିଏ ଦିନରେ ଏକ ଲକ୍ଷରୁ ଅଧିକ କରୋନା ମାମଲା ରିପୋର୍ଟ ହୋଇଛି । ଏହି ସମୟ ମଧ୍ୟରେ ୪୭୭ ଜଣ ପ୍ରାଣ ହରାଇଛନ୍ତି । ଏହାପୂର୍ବରୁ ଦେଶରେ ୧୭ ସେପ୍ଟେମ୍ବର ୨୦୨୦ ରେ ସର୍ବାଧିକ କରୋନା ମାମଲା ଆସିଥିଲା । ସେହି ସମୟରେ କରୋନା ସଂକ୍ରମିତ ରୋଗୀଙ୍କ ସଂଖ୍ୟା ଗୋଟିଏ ଦିନରେ ୯୮,୭୯୫ ଲକ୍ଷ ରେକର୍ଡ କରାଯାଇଥିଲା ।
ଦେଶରେ ସକ୍ରିୟ କରୋନା ରୋଗୀଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି । ରବିବାର ଦିନ ସକ୍ରିୟ ମାମଲାରେ ୫୦ ହଜାରରୁ ଅଧିକ ବୃଦ୍ଧି ପଞ୍ଜିକୃତ ହୋଇଥିଲା, ଯାହା ଏପର୍ଯ୍ୟନ୍ତ ସବୁଠାରୁ ବଡ ରେକର୍ଡ ଅଟେ । ତିନି ଦିନ ମଧ୍ୟରେ ସକ୍ରିୟ ମାମଲାରେ ୧ ଲକ୍ଷରୁ ଅଧିକ ବୃଦ୍ଧି ପଞ୍ଜିକୃତ ହୋଇଛି । ଗତ ସପ୍ତାହ ଅର୍ଥାତ୍ ମାର୍ଚ୍ଚ ୨୯ ରୁ ଏପ୍ରିଲ ୪ ମଧ୍ୟରେ କରୋନାର ୫,୪୫,୩୨୫ ନୂତନ ମାମଲା ପଞ୍ଜିକୃତ ହୋଇଛି ।
ମହାରାଷ୍ଟ୍ରରେ ସ୍ଥିତି ସବୁଠାରୁ ଖରାପ






