ଭୁବନେଶ୍ୱରର ସମ୍ କୋଭାକ୍ସିନ ସେଣ୍ଟରରେ ସଫଳତାର ସହ ସରିଲା ନାଜାଲ ଭ୍ୟାକ୍ସିନର ଟ୍ରାଏଲ୍
ଗତ କିଛି ଦିନ ଧରି ଚାଲିଥିବା ଏହି ନାଜାଲ୍ କୋଭିଡ୍ ଭ୍ୟାକ୍ସିନ୍ ଟ୍ରାଏଲରେ ୧୮ ବର୍ଷରୁ ଅଧିକ ବୟସର ପ୍ରାୟ ୫୦ ଜଣ ଭିନ୍ନ ଭିନ୍ନ ବର୍ଗର ସ୍ୱେଚ୍ଛାସେବୀ ଭାଗ ନେଇଥିଲେ । ସେମାନଙ୍କ ଦେହର ରୋଗ ପ୍ରତିରୋଧକ ଶକ୍ତିକୁ ପରୀକ୍ଷା କରି ସେମାନଙ୍କୁ ମନୋନୀତ କରାଯାଇଥିଲା ।
ଓଡ଼ିଶାରେ ଏହି ଭ୍ୟାକ୍ସିନର ଟ୍ରାଏଲ୍ ଏକ ମାତ୍ର ଘରୋଇ ହସ୍ପିଟାଲ୍ ସମ୍ ହସପିଟାଲରେ ହେଉଥିଲା ।
- News18 Odia
- Last Updated: September 9, 2021, 11:59 PM IST
ଭୁବନେଶ୍ୱର: କୋଭିଡ଼ ପାଇଁ ସ୍ୱତନ୍ତ୍ର ଭାବେ ପ୍ରସ୍ତୁତ ହେଉଥିବା ନାଜାଲ ଭ୍ୟାକ୍ସିନର ପ୍ରାରମ୍ଭିକ ଟ୍ରାଏଲ ସମ୍ କୋଭିଡ କୋଭାକ୍ସିନ୍ ସେଣ୍ଟରରେ ସଫଳତାର ସହ ସମ୍ପନ୍ନ ହୋଇଛି । ଭିନ୍ନ ଭିନ୍ନ ବର୍ଗର ୫୦ ଜଣ ସ୍ୱେଚ୍ଛାସେବୀଙ୍କ ଦେହରେ ଏହି ଟ୍ରାଏଲ କରାଯାଇଥିଲା । ଗତ କିଛି ଦିନ ଧରି ଚାଲିଥିବା ଏହି ପୂରା ପ୍ରକ୍ରିୟା ଫଳପ୍ରଦ ହୋଇଛି ବୋଲି ଟ୍ରାଏଲ୍ ଟିମ୍ ପକ୍ଷରୁ କୁହାଯାଇଛି ।
ବିଶେଷକରି କୋଭିଡ଼ ସଂକ୍ରମଣରେ ଆଗକୁ ଅଧିକ ଚ୍ୟାଲେଞ୍ଜ ସୃଷ୍ଟି ହେବାର ସମ୍ଭାବନା ଥିବାରୁ ତାହାକୁ ଦୃଷ୍ଟିରେ ରଖି ଏହି ନାଜାଲ୍ ଭ୍ୟାକ୍ସିନର ଟ୍ରାଏଲ୍ ସହିତ ଅନ୍ୟ ଟ୍ରାଏଲକୁ ଗୁରୁତ୍ୱ ଦିଆଯାଇଥିବା କୁହାଯାଉଛି । ଆଗକୁ ଡବଲ୍ ଭ୍ୟାକ୍ସିନ୍ ବ୍ୟବହାର ଧାରାରେ ଏହା ସହାୟକ ବୋଲି ଟ୍ରାଏଲ୍ ଟିମ୍ ପକ୍ଷରୁ କୁହାଯାଇଛି ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ VIDEO | ପାକିସ୍ତାନରେ ହିନ୍ଦୁ ମନ୍ଦିର ଉପରେ ଆକ୍ରମଣ ପଛରେ ଥିଲା ଏକ ବାଳକର କାର୍ଯ୍ୟ ଓ କୋର୍ଟର ନିଷ୍ପତ୍ତି

ସମ୍ କୋଭିଡ଼ କୋଭାକ୍ସିନ ସେଣ୍ଟରର ପ୍ରିନ୍ସିପାଲ ଇନ୍ଭେଷ୍ଟିଗେଟର୍ ଡଃ ଇପାରୀ ଭେଙ୍କଟ ରାଓ
ଏହା ବି ପଢ଼ନ୍ତୁ | ‘ଦେଶର ତଦନ୍ତକାରୀ ସଂସ୍ଥାମାନେ କୋର୍ଟକୁ ସହଯୋଗ କରୁନାହାନ୍ତି’: ଖପ୍ପା ହୋଇ କହିଲେ ସୁପ୍ରିମ କୋର୍ଟ୍
ସେ ଆହୁରି କହିଛନ୍ତି, ‘‘ଆଗକୁ ବିଭିନ୍ନ ଭ୍ୟାକ୍ସିନରେ ସୃଷ୍ଟି ହେବାକୁ ଯାଉଥିବା ଚ୍ୟାଲେଞ୍ଜକୁ ଆକଳନ କରି ଏହି ନାଜାଲ୍ ଭ୍ୟାକ୍ସିନ ଟ୍ରାଏଲକୁ ଗୁରୁତ୍ୱ ଦିଆଯାଉଛି । ଦେଶରେ ସାଧାରଣତଃ ଇଞ୍ଜେକ୍ସନ ଆକାରରେ ଏ ପର୍ଯ୍ୟନ୍ତ କୋଭିଡ୍ ଭ୍ୟାକ୍ସିନର ସଫଳ ପରୀକ୍ଷଣ ଓ ବ୍ୟବହାର ହୋଇଥିବା ବେଳେ ଇଞ୍ଜେକ୍ସନ୍ ସହିତ ନାଜାଲ ଡୋଜରେ ଭ୍ୟାକ୍ସିନର ମିଶ୍ରଣ କେତେ ଫଳପ୍ରଦ ହେଉଛି ତାହା ଜାଣିବା ଏହି ଟ୍ରାଏଲରେ ପ୍ରାଥମିକତା ରହିଛି । ଏହି ପୂରା ପକ୍ରିୟା ଗୋପନୀୟ ଭାବେ ପରିଚାଳିତ ହୋଇଥିଲା । ଭାଗ ନେଇଥିବା ସ୍ବେଚ୍ଛାସେବୀଙ୍କ କ୍ଷେତ୍ରରେ ମଧ୍ୟ ସମାନ ନୀତି ଅବଲମ୍ବନ କରାଯାଇଥିଲା।’’
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ ଭିଡିଓ | VIDEO: ‘‘ବିଶ୍ୱାସ କର, ମୁଁ କିଛି ବି ପିନ୍ଧିନି’: ଇନଷ୍ଟା LIVEରେ ନଗ୍ନ ହୋଇ ଲୋକଙ୍କୁ କହିଲେ ଗେହନା ବଶିଷ୍ଟ
ଡଃ ରାଓ କହିଛନ୍ତି ଯେ ଆଗକୁ କୋଭିଡ୍ ଭଳି ଏକାଧିକ ଭୂତାଣୁବାହିତ ରୋଗର ନିୟନ୍ତ୍ରଣ ସମୟରେ ଟିକାକୁ ନେଇ ଅନେକ ଚ୍ୟାଲେଞ୍ଜ ଆସିପାରେ । ‘‘ବିଶେଷକରି ସବୁ ଲୋକଙ୍କ ଟିକାକରଣ, ଆବଶ୍ୟକ ସ୍ଥଳେ ବୁଷ୍ଟର୍ ଡୋଜର ଆବଶ୍ୟକତା ତଥା ଇଞ୍ଜେକ୍ସନ୍ ସହିତ ଓରାଲ୍ ଓ ନାଜାଲ୍ ଡୋଜର ମିଶ୍ରଣ କେତେ ଫଳପ୍ରଦ ହେଉଛି ତାହା ଉପରେ ଅନେକ ଚାଲେଞ୍ଜ ଆସିବାର ସମ୍ଭାବନା ରହିଛି । ତେଣୁ ଏ ସବୁକୁ ଗୁରୁତ୍ୱ ଦେଇ ଏଭଳି ଟ୍ରାଏଲର ଆବଶ୍ୟକତା ରହିଛି । ସମ୍ କୋଭିଡ୍ କୋଭାକ୍ସିନ ସେଣ୍ଟରରେ ଏହା ଉପରେ ପ୍ରାଥମିକତା ଦିଆଯାଉଥିଲା,’’ ସେ କହିଛନ୍ତି ।
ଏହା ବି ପଢ଼ନ୍ତୁ | Olympics Gold: ନୀରଜ ଚୋପ୍ରାଙ୍କୁ ଜଣେ ଅଜ୍ଞାତ ବ୍ୟକ୍ତି କହିଥିଲେ, ‘‘ଭାରତର ସମ୍ମାନ ରକ୍ଷା କରି ଦେ…’’
ସମ୍ କୋଭିଡ କୋଭାକ୍ସିନ ସେଣ୍ଟରର ଏହି ଉଦ୍ୟମକୁ ପ୍ରଶଂସା ମିଳିଛି । ସ୍ୱାସ୍ଥ୍ୟ ସେବା ବିଶେଷଜ୍ଞ ଡାକ୍ତର ଶୋଭନ ରଥ କହିଛନ୍ତି, ‘‘ଭାରତ ସରକାରଙ୍କ ଏହା ଏକ ଉଦ୍ୟମ । ଲୋକଙ୍କ ସ୍ୱାସ୍ଥ୍ୟ ଉପରେ ସରକାରଙ୍କ ପ୍ରାଥମିକତା ଥିବାରୁ ଏଭଳି ଉଦ୍ୟମ ପ୍ରଶଂସନୀୟ । ଗତ କିଛି ମାସ ଭିତରେ ସାରା ଦେଶରେ କୋଭିଡ୍ ଭ୍ୟାକ୍ସିନ ଟ୍ରାଏଲରେ ଓଡ଼ିଶାର ଏକ ମାତ୍ର ଟ୍ରାଏଲ ସେଣ୍ଟର୍ ସମରେ ବିଭିନ୍ନ କୋଭିଡ଼ ଭ୍ୟାକ୍ସିନର ପରୀକ୍ଷଣ ସଫଳତାର ସହ ହୋଇଛି । ପୂରା ଟିମର ଆଶା ଯେ ଏଭଳି ଉଦ୍ୟମ ଆଗକୁ ସାରା ଦେଶରେ ବିଭିନ୍ନ ଭ୍ୟାକ୍ସିନର ସଫଳ ହ୍ୟୁମାନ ଟ୍ରାଏଲରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିବ ।’’






