COVID-19 in India: କରୋନା ହେଲା କାଳ! ୨୪ ଘଣ୍ଟାରେ ୩.୮୦ ଲକ୍ଷ ନୂଆ ମାମଲା; ୩୬୪୬ ମୃତ୍ୟୁ ହେଲା
COVID-19 in India: ଦେଶରେ ଦ୍ରୁତ ଗତିରେ ବଢୁଥିବା କରୋନା (Corona) ମାମଲା ମଧ୍ୟରେ ଆରାମର ଖବର ହେଉଛି ଯେ କରୋନାରୁ ସୁସ୍ଥ ହେଉଥିବା ରୋଗୀଙ୍କ ସଂଖ୍ୟା କ୍ରମାଗତ ଭାବେ ବୃଦ୍ଧି ପାଉଛି । ଗତ ୨୪ ଘଣ୍ଟା ମଧ୍ୟରେ ୨.୭୦ ଲକ୍ଷ ରୋଗୀ ସୁସ୍ଥ ହୋଇଛନ୍ତି ।
୨୪ ଘଣ୍ଟାରେ ୩.୮୦ ଲକ୍ଷ ନୂଆ ମାମଲା
- News18 Odia
- Last Updated: April 29, 2021, 10:20 AM IST
Coronavirus outbreak in India Latest Update: ଦେଶରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବୃଦ୍ଧି ପାଉଛି । ପ୍ରତିଦିନ ନୂଆ କରୋନା ମାମଲାର ସଂଖ୍ୟା ରେକର୍ଡ ଭାଙ୍ଗୁଛି । ପରିସ୍ଥିତି ଏପରି ହେଉଛି ଯେ ହସ୍ପିଟାଲ ଗୁଡ଼ିକରେ ବେଡ଼ କମ୍ ପଡୁଛି ଓ ଅଧିକାଂଶ ରୋଗୀମାନେ ବେଡ଼କୁ ଅପେକ୍ଷା କରି ନିଜେ ମୃତ୍ୟୁ ବରଣ କରୁଛନ୍ତି । ବୁଧବାର ଦିନ ପୁଣି ଥରେ ସାରା ଦେଶରେ ୩.୮୦ ଲକ୍ଷ ମାମଲା ରେକର୍ଡ ହୋଇଥିବାବେଳେ ୩,୬୪୬ ଜଣଙ୍କର ମୃତ୍ୟୁ ହୋଇଛି । ଦେଶରେ ଦ୍ରୁତ ଗତିରେ ବଢୁଥିବା କରୋନା କେସ୍ ମଧ୍ୟରେ ଆରାମର ଖବର ହେଉଛି ଯେ କରୋନାରୁ ସୁସ୍ଥ ହେଉଥିବା ରୋଗୀଙ୍କ ସଂଖ୍ୟା କ୍ରମାଗତ ଭାବେ ବୃଦ୍ଧି ପାଉଛି । ଗତ ୨୪ ଘଣ୍ଟା ମଧ୍ୟରେ ୨.୭୦ ଲକ୍ଷ ରୋଗୀ ସୁସ୍ଥ ହୋଇଛନ୍ତି ।
ଏହା ଜଣା ପଡିପାରେ ଯେ କରୋନା ଭୂତାଣୁ ସଂକ୍ରମଣରେ ଅଧିକ ପ୍ରଭାବିତ ହୋଇଥିବା ଅନେକ ରାଜ୍ୟ ଓ ସହର ଅକ୍ସିଜେନ ଅଭାବ ଯୋଗୁଁ ରୋଗୀଙ୍କ ମୃତ୍ୟୁ ପ୍ରସଙ୍ଗ ଉଠାଇଥିଲେ । ଆମେରିକା ବ୍ୟତୀତ ଜର୍ମାନୀ, ଅଷ୍ଟ୍ରେଲିଆ ଓ ଫ୍ରାନ୍ସ ମଧ୍ୟ ଭାରତକୁ ଅକ୍ସିଜେନ ସଂଯୁକ୍ତ ଉପକରଣ ପଠାଉଛନ୍ତି । ଯାହା ଦ୍ୱାରା କରୋନା ଭୂତାଣୁ ସଂକ୍ରମଣକୁ ନିୟନ୍ତ୍ରଣ କରାଯାଇପାରିବ । ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ ଆମେରିକା ବ୍ୟତୀତ ଋଷରୁ ଆସୁଥିବା ପ୍ରଥମ ବ୍ୟାଚ୍ ମଧ୍ୟ ଗୁରୁବାର ଦିନ ଭାରତରେ ପହଞ୍ଚିଛି ।

ଦିଲ୍ଲୀର କରୋନାର ଆତଙ୍କ; ୨୪ ଘଣ୍ଟାରେ ୨୫, ୯୮୬ ନୂତନ ମାମଲା
ଦିଲ୍ଲୀରେ ଗତ ୨୪ ଘଣ୍ଟା ମଧ୍ୟରେ ୨୫, ୯୮୬ ଟି ନୂଆ କରୋନା ମାମଲା ରୁଜୁ ହୋଇଛି ଓ ୩୬୮ ଜଣଙ୍କର ମୃତ୍ୟୁ ହୋଇଛି । ବର୍ତ୍ତମାନ ଦିଲ୍ଲୀରେ ସକ୍ରିୟ ସଂକ୍ରମିତ ରୋଗୀଙ୍କ ସଂଖ୍ୟା ୯୯,୭୫୨ କୁ ବୃଦ୍ଧି ପାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ୨୦, ୪୫୮ ଜଣଙ୍କୁ ଡିସଚାର୍ଜ କରାଯାଇଛି । ବର୍ତ୍ତମାନ ଦିଲ୍ଲୀରେ ୫୩,୮୧୯ ଲୋକ ଘରୋଇ ବିଚ୍ଛିନ୍ନ ହୋଇ ଚିକିତ୍ସିତ ହେଉଥିବାବେଳେ ଗତ ୨୪ ଘଣ୍ଟା ମଧ୍ୟରେ ଦିଲ୍ଲୀରେ ମୋଟ ୮୧, ୮୨୯ ନମୁନା କରୋନା ଟେଷ୍ଟ କରାଯାଇଥିବାବେଳେ ମୃତ୍ୟୁ ହାର ପ୍ରାୟ ୧.୩୯% ରହିଛି ।
ମହାରାଷ୍ଟ୍ରରେ କରୋନାରେ ୯୮୫ ଲୋକ ପ୍ରାଣ ହରାଇଛନ୍ତି
ମହାରାଷ୍ଟ୍ରରେ କରୋନା ଭୂତାଣୁ ତାଣ୍ଡବ ମଚାଉଛି । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ କରୋନା ସଂକ୍ରମଣ ଯୋଗୁଁ ୯୮୫ ଲୋକ ପ୍ରାଣ ହରାଇଥିବାବେଳେ ୬୩,୩୦୯ ଟି ନୂଆ ମାମଲା ରୁଜୁ ହୋଇଛି । ସରକାରୀ ସୂଚନା ଅନୁଯାୟୀ ବୁଧବାର ଚିକିତ୍ସା ପରେ ୬୧,୧୮୧ ରୋଗୀ ସୁସ୍ଥ ହୋଇ ନିଜ ଘରକୁ ଫେରିଛନ୍ତି । ରାଜ୍ୟରେ ମୋଟ ସଂକ୍ରମଣ ମାମଲା ୪୪,୭୬,୪୯୬ କୁ ବୃଦ୍ଧି ପାଇଛି ।
ଓଡ଼ିଶାର ରାଜଧାନୀର ସ୍ଥିତି ବିଗୁଡୁଛି
ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୧୨ ଜଣକ ଲୋକ ପ୍ରାଣ ହରାଇଥିବାବେଳେ ୬ ହଜାର ୯୯୮ ଟି ନୂଆ ମାମଲା ରୁଜୁ ହୋଇଛି । ଏଥି ମଧ୍ୟରେ ଖୋର୍ଦ୍ଧାରୁ ସର୍ବାଧିକ ୯୧୯ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗତ କିଛି ଦିନ ହେବ ରାଜଧାନୀ ଭୁବନେଶ୍ୱରରେ ସର୍ବାଧିକ ମାମଲା ଦେଖିବାକୁ ମିଳୁଛି । ଯାହା ପ୍ରଶାସନକୁ ଚିନ୍ତାରେ ପକାଇଛି ।






