କରୋନା ଭାଇରସ୍ ସଂକ୍ରମଣ ମାଡ଼ି ଚାଲିଛି; ରାଜ୍ୟରେ ଦିନ ବେଳା କର୍ଫ୍ୟୁ ଲାଗିବା ସମ୍ଭାବନା ବଢ଼ିଲା
ସାରା ରାଜ୍ୟରେ କରୋନା ଭାଇରସ୍ ପୁଣି କାୟା ବିସ୍ତାର କରୁଛି । ଦଶଟି ଜିଲ୍ଲାରେ ରାତ୍ରିକାଳୀନ କର୍ଫ୍ୟୁ ଲଗାଇବା ନିଷ୍ପତ୍ତି ପରେ ରାଜ୍ୟରେ ଦିବାକାଳୀନ କର୍ଫ୍ୟୁ ଲାଗିବା ସମ୍ଭାବନା ଅଛି ବୋଲି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ରଙ୍କ ବିବୃତିରୁ ମନେହେଉଛି ।
ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର (ଫାଇଲ୍ ଫଟୋ)
- News18 Odia
- Last Updated: April 4, 2021, 7:45 PM IST
ଭୁବନେଶ୍ୱର: ଏପ୍ରିଲ୍ ୫ ତାରିଖରୁ ରାଜ୍ୟର ଦଶଟି ଜିଲ୍ଲାରେ ରାତ୍ରିକାଳୀନ କର୍ଫ୍ୟୁ ଲଗାଇବା ନିଷ୍ପତ୍ତି ପରେ ପୂରା ରାଜ୍ୟରେ ଦିବାକାଳୀନ କର୍ଫ୍ୟୁ ଲାଗିବା ସମ୍ଭାବନା ବଢ଼ିଛି । ରାଜ୍ୟରେ କରୋନା ଭାଇରସ୍ ପୁଣି କାୟା ବିସ୍ତାର କରୁଥିବାରୁ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ରଙ୍କ ବିବୃତି ଏଭଳି ସ୍ଥିତି ଆଡ଼େ ସଙ୍କେତ କରିଛି । ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ ଲୋକେ ସତର୍କ ନ ହେଲେ ଏଭଳି କଠୋର ନିଷ୍ପତ୍ତି ନେଇ ପାରନ୍ତି ସରକାର ।
‘‘ଦଶଟି ଜିଲ୍ଲାରେ ନାଇଟ୍ କର୍ଫ୍ୟୁ ହୋଇଛି । ଆସନ୍ତା ଚାରି-ପାଞ୍ଚ ଦିନ ମଧ୍ୟରେ ଡେ କର୍ଫ୍ୟୁ ହୋଇପାରେ । ଏ ନେଇ ମୁଖ୍ୟ ମନ୍ତ୍ରୀ ଓ ସ୍ୱାସ୍ଥ୍ୟ ବିଭାଗ ଅନୁଧ୍ୟାନ କରୁଛନ୍ତି,’’ କହିଛନ୍ତି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର । ବର୍ତ୍ତମାନ ସ୍ଥିତିରେ କରୋନା ସଂକ୍ରମଣ ଚିନ୍ତା ବଢ଼ାଉଥିବା ବେଳେ ବାଚସ୍ପତିଙ୍କ ଏପରି ବୟାନ ଅନେକ ଗୁରୁତ୍ୱ ରଖୁଛି ।
ଏହା ବି ପଢ଼ନ୍ତୁ | ନନ୍ଦିଗ୍ରାମର ମତଦାନ କେନ୍ଦ୍ରରୁ ମମତା ରାଜ୍ୟପାଳଙ୍କୁ ଫୋନ୍ କଲେ: ‘ଲୋକଙ୍କୁ ଭୋଟ୍ ଦେବାକୁ ଦିଆଯାଉନି’
ଏହା ବି ପଢ଼ନ୍ତୁ | ଏପ୍ରିଲ୍ ୧ରୁ କ୍ଷୀର, ବିଜୁଳି, TV, AC, କାର୍ ଓ ବିମାନ ଯାତ୍ରା ମହଙ୍ଗା ହୋଇଛି; ଜାଣନ୍ତୁ କେତେ
‘‘ବର୍ତ୍ତମାନ ନାଇଟ୍ କର୍ଫ୍ୟୁ ସ୍ଥିତି ଆସି ନ ଥିଲେ ବି ପରିସ୍ଥିତିକୁ ଦେଖି ନିଷ୍ପତ୍ତି ହେବ,’’ କହିଛନ୍ତି ବି.ଏମ୍.ସି. ଆସିଷ୍ଟାଣ୍ଟ କମିଶନର୍ ଲିଲନ ପ୍ରସାଦ ସାହୁ । କଟକ ଓ ଭୁବନେଶ୍ୱରରେ ବିବାହ ସମାରୋହ ୧୦୦ ଜଣ ଲୋକଙ୍କୁ ନେଇ କରାଯିବା ନିୟମ ହୋଇଥିବା ବେଳେ ସଂକ୍ରମଣ ବଢ଼ୁଥିବାରୁ ସରକାର ଅଧିକ କଠୋର ନିୟମ କରିବାର ସମ୍ଭାବନା ବଢ଼ିଛି ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ ଫଟୋ | ଗର୍ଭବତୀ ଲିସା ହେଡେନ୍ 'ବିକିନି ଫଟୋଶୁଟ୍' କରାଇଲେ; ଫିଟ୍ନେସ୍ ଦେଖି ଫ୍ୟାନ୍ମାନେ ଚକିତ ହେଲେ
ଲୋକେ ସଚେତନ ନ ହେଲେ ସ୍ଥିତି ବିଗିଡିବାର ଆଶଙ୍କା କରାଯାଉଛି । ସଂକ୍ରମଣକୁ ରୋକିବାକୁ ସରକାର ୧୦ଟି ଜିଲ୍ଲାରେ ରାତ୍ରିକାଳୀନ କର୍ଫ୍ୟୁ ଲଗାଇଥିଲେ ବି ଦିନ ବେଳା ଲୋକଙ୍କ ଚଳପ୍ରଚଳ ରହୁଥିବାରୁ ଅଧିକ କଠୋର ନିୟମ ଜାରି ହେବା ଆବଶ୍ୟକ ବୋଲି କହିଛନ୍ତି ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ PHOTOS | ଯେବେ ରେସ୍ତୋରାଁର ବାଥରୁମ୍ରୁ ବାହାରିବା ବେଳେ ପ୍ୟାଣ୍ଟ୍ ଉଠାଇବାକୁ ଭୁଲିଗଲେ ମଲାଇକା ଅରୋଡ଼ା
‘‘ରାତିରେ ଲୋକଙ୍କ ଚଳପ୍ରଚଳ ଅଧିକ ନାହିଁ । ତେଣୁ ନାଇଟ୍ କର୍ଫ୍ୟୁ ସେତେଟା ଫଳପ୍ରଦ ହେବନି । ସଂକ୍ରମଣ ବଢ଼ୁଥିବାରୁ ଦିନ ବେଳା ସରକାର ଅଧିକ କଟକଣା କରିବା ଆବଶ୍ୟକ,’’ କହିଛନ୍ତି ସ୍ୱାସ୍ଥ୍ୟ ବିଶେଷଜ୍ଞ ନିରଜ ମିଶ୍ର ।
ଏହା ବି ପଢ଼ନ୍ତୁ | ଅତି ସତର୍କ ବ୍ୟାଟିଂ ଯୋଗୁଁ ଭାରତ ହାତରୁ ଖସିଯାଇପାରେ ୨୦୨୩ର ବିଶ୍ୱ କପ୍, କହିଲେ ମାଇକେଲ୍ ଭଉଗାନ୍
ଭୁବନେଶ୍ୱର ଏମ୍ସର ପୂର୍ବତନ ନିର୍ଦ୍ଦେଶକ ଅଶୋକ ମହାପାତ୍ର କହିଛନ୍ତି, ‘‘ରାତ୍ରିକାଳୀନ କର୍ଫ୍ୟୁ ସଂକ୍ରମଣ ରୋକିବାରେ କିଛି ମାତ୍ରାରେ ଫଳପ୍ରଦ ହେବ । ଏହାର ଲୋକଙ୍କ ଜୀବିକା ଉପରେ କୌଣସି ପ୍ରଭାବ ନ ଥିବାରୁ ସବୁ ଜିଲ୍ଲାରେ ଏହାକୁ ଲାଗୁ କରିବାରେ କିଛି ଅସୁବିଧା ନାହିଁ । ଯେଉଁମାନେ ଅଯଥାରେ ବାହାରେ ବୁଲୁଛନ୍ତି ସେମାନଙ୍କ ଉପରେ ଏହା ରୋକ ଲଗାଇବ ।’’
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ PHOTOS | ମାଛ ତରକାରୀରେ ଥ୍ୟାଲିୟମ୍ ମିଶାଇ ସ୍ତ୍ରୀ ଓ ଶ୍ୱଶୁର ଘର ଲୋକଙ୍କୁ ଦେଲା; ଶାଶୁ ଓ ଶାଳୀଙ୍କ ପ୍ରାଣ ଗଲା
ଦୈନିକ ସଂକ୍ରମଣ ବଢ଼ିଚାଲିଥିବାରୁ ଏପ୍ରିଲ୍ ୫ ତାରିଖରୁ ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାର ୧୦ଟି ଜିଲ୍ଲାରେ ରାତ୍ରିକାଳୀନ କର୍ଫ୍ୟୁ ଘୋଷଣା କରାଯାଇଛି । ପଡୋଶୀ ରାଜ୍ୟ ଛତିଶଗଡରେ ସ୍ଥିତି ବିଗିଡି଼ବାରୁ ଓଡ଼ିଶାର ସୀମାବର୍ତ୍ତୀ ଜିଲ୍ଲା ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ବରଗଡ଼, ବଲାଙ୍ଗୀର, ନୂଆପଡ଼ା, କଳାହାଣ୍ଡି, ନବରଙ୍ଗପୁର, ମାଲକାନଗିରି ଓ କୋରାପୁଟରେ ରାତ୍ରିକାଳୀନ କର୍ଫ୍ୟୁ ଘୋଷଣା କରାଯାଇଛି ।
ଖୋର୍ଦ୍ଧା ଓ କଟକ ସମେତ ଅନ୍ୟ କେତେକ ଉପକୂଳବର୍ତ୍ତୀ ଜିଲ୍ଲା ବି କରୋନା ସଂକ୍ରମଣର ହଟସ୍ପଟ୍ ପାଲଟିଥିବାରୁ ସରକାରଙ୍କ ଚିନ୍ତା ବଢ଼ିଛି । ସାରା ରାଜ୍ୟରେ ସଂକ୍ରମଣ ଉଗ୍ର ରୂପ ଧାରଣ କରୁଥିବା ବେଳେ ସଚେତନତା ସହ କଟକଣା ଓ ଟିକାକରଣକୁ ପ୍ରାଧାନ୍ୟ ଦେଉଛନ୍ତି ସରକାର । ଦୈନିକ ଟିକାକରଣ ୨ ଲକ୍ଷ ଟାର୍ଗେଟ ଥିବା ବେଳେ ଅଧିକ ସଂକମିତ ଜିଲ୍ଲାକୁ ଗୁରୁତ୍ୱ ଦିଆଯାଉଛି ବୋଲି କହିଛନ୍ତି ଅଧିକାରୀମାନେ ।






