ମା’ର ଶବ ନିକଟରେ ଦୁଇ ଦିନ ପର୍ଯ୍ୟନ୍ତ ବସିରହିଲା ଶିଶୁ; କରୋନା ଡ଼ରରେ କେହି ସାହାଯ୍ୟ କଲେନାହିଁ
ମା’ର ମୃତ୍ୟୁ ପରେ ପିଲାଟି ଦୁଇ ଦିନ ପର୍ଯ୍ୟନ୍ତ ଶବ ନିକଟରେ ଭୋକିଲା ଓ ଶୋଷିଲା ବସିଥିଲା । କୁହାଯାଉଛି ଯେ କରୋନା ଡର ଯୋଗୁଁ ଏହି ସମୟରେ କେହି ବି ଶିଶୁଟିକୁ ସାହାଯ୍ୟ କରିବାକୁ ଆଗକୁ ଆସି ନଥିଲେ । ଶେଷରେ ଘର ମାଲିକ ପୋଲିସକୁ ଏହାର ସୂଚନା ଦେଇ ସେଠାକୁ ଡାକିଥିଲେ ।
ମା’ର ଶବ ନିକଟରେ ଦୁଇ ଦିନ ପର୍ଯ୍ୟନ୍ତ ବସିରହିଲା ଶିଶୁ
- News18 Odia
- Last Updated: May 1, 2021, 9:43 AM IST
ପୁଣେ: କରୋନା ଭାଇରସର (Coronavirus) ବିପଦ ମଧ୍ୟରେ ସାରା ଦେଶରୁ ଭୟାନକ ଚିତ୍ର ଓ କାହାଣୀ ସାମ୍ନାକୁ ଆସୁଛି । କିନ୍ତୁ ପୁଣେର ପୁଣେରୁ ଆସିଥିବା ଏକ ଖବର ସମସ୍ତଙ୍କୁ ଦୁଃଖୀ କରିଦେଇଛି । ଏଠାରେ ପୋଲିସକୁ ଏକ ଘରେ ଭିତରେ ୧୮ ମାସର ଶିଶୁ ମିଳିଥିଲା ଯିଏ ନିଜ ମା' ଶବ ନିକଟରେ ବସିଥିଲା । ପରିସ୍ଥିତି ଏତେ ଖରାପ ଥିଲା ଯେ ଦୁଇ ଦିନ ଧରି ମା'ର ମୃତଦେହ ନିକଟରେ ବସିଥିବା ପିଲାକୁ କରୋନା ଡରରେ କେହି ସାହାଯ୍ୟ କରିନଥିଲେ । ଏଭଳି ପରିସ୍ଥିତିରେ ଦୁଇଜଣ ମହିଳା କନଷ୍ଟେବଳ ସାହାଯ୍ୟର ହାତ ବଢ଼ାଇଥିଲେ ।
ସୋମବାର ଘରେ ପ୍ରବେଶ କରିଥିବା ପୋଲିସ ଦେଖିବାକୁ ପାଇଥିଲା ଯେ ମହିଳାଙ୍କ ମୃତଦେହ ଘରେ ପଡ଼ିଛି ଓ ପିଲାଟି ତାଙ୍କ ପାଖରେ ଅଛି । ଏହା ପରେ ପୋଲିସ୍ କନଷ୍ଟେବଳ ସୁଶୀଲା ଗାବଲେ ଓ ରେଖା ୱାଜେ ପିଲାଟିକୁ ନେଇ ତାଙ୍କୁ ଖାଇବାକୁ ଦେଇଥିଲେ । ଗାବଲେ କୁହନ୍ତି 'ମୋର ମଧ୍ୟ ଦୁଇଟି ସନ୍ତାନ ଅଛି, ଗୋଟିଏ ଆଠ ଓ ଅନ୍ୟଟି ୬ ବର୍ଷ । ଏହି ଶିଶୁ ମୋର ନିଜର ଭଳି ଲାଗିଲା । ଭୋକିଲା ଥିବାରୁ ପିଲା ଶୀଘ୍ର କ୍ଷୀର ପିଆଇଥିଲା ବୋଲି ସେ ସୂଚନା ଦେଇଛନ୍ତି । ତାଙ୍କ ସାଥୀ ରେଖା କହିଛନ୍ତି ଯେ ଜ୍ୱର ବ୍ୟତୀତ ପିଲାଟି ସମ୍ପୂର୍ଣ୍ଣ ଭଲ ଅଛି ।
ୱାଜେ କହିଛନ୍ତି, 'ଯେତେବେଳେ ଆମେ ପିଲାଟିକୁ ଡାକ୍ତରଙ୍କୁ ଦେଖାଇଥିଲୁ, ସେତେବେଳେ ତାଙ୍କର ସାମାନ୍ୟ ଜ୍ୱର ହୋଇଥିଲା । ତାଙ୍କୁ ସଠିକ୍ ଖାଇବାକୁ ଦେବା ପାଇଁ ସେ କହିଥିଲେ । ପିଲାକୁ ବିସ୍କୁଟ ଓ ପାଣି ଦେବା ପରେ ଆମେ ତାଙ୍କୁ ଏକ ସରକାରୀ ହସ୍ପିଟାଲକୁ କରୋନା ଟେଷ୍ଟ ପାଇଁ ନେଇଥିଲୁ । ଭଲ ଖବର ହେଉଛି ଶିଶୁର କୋଭିଡ ଟେଷ୍ଟ ନେଗେଟିଭ ଆସିଥିଲା ଓ ତାଙ୍କୁ ସରକାରୀ ଶିଶୁ ଗୃହକୁ ପଠାଯାଇଛି । ତେବେ ମହିଳାଙ୍କ ଶବ ବ୍ୟବଚ୍ଛେଦ ମାଧ୍ୟମରେ ତାଙ୍କ ମୃତ୍ୟୁର କାରଣ ଜଣା ପଡିବା ବାକି ଅଛି ।






