ଏବେ କରୋନା ଭାଇରସ୍ ସହ ‘ପଙ୍ଗା’ ନେବେ କଙ୍ଗନା ରାଣାୱତ; ଏପ୍ରିଲ୍ ୨୩ରେ ଆସୁଛି ‘ଥଲାଇଭି’
କରୋନା ଭାଇରସ୍ ସଂକ୍ରମଣ ବଢ଼ି ଚାଲିଥିବାରୁ ଅନେକ ଫିଲ୍ମର ରିଲିଜ୍ ତାରିଖ ଆଗେଇ ଦିଆଯାଇଛି । ହେଲେ କଙ୍ଗନା ନିଜ ବହୁ ପ୍ରତୀକ୍ଷିତ ଫିଲ୍ମ 'ଥଲାଇଭି'ର ରିଲିଜ୍ ତାରିଖ ସ୍ଥଗିତ ରଖିବାକୁ ପ୍ରସ୍ତୁତ ନୁହଁନ୍ତି ।
‘ଥଲାଇଭି’ରେ ଜୟଲଳିତାଙ୍କ ରୂପରେ କଙ୍ଗନା ରାଣାୱତ
- News18 Odia
- Last Updated: April 6, 2021, 1:42 PM IST
ମୁମ୍ବାଇ: ବଲିଉଡର 'ପଙ୍ଗା ଗର୍ଲ' କଙ୍ଗନା ରାଣାୱତ (Kangana Ranaut) କେବଳ ଫିଲ୍ମ ଇଣ୍ଡଷ୍ଟ୍ରି ପାଇଁ ନୁହେଁ, ବରଂ ସାରା ଦେଶରେ ତାଙ୍କର ନିର୍ଭୟ କଥା କୁହା ପାଇଁ ଜଣାଶୁଣା । ସେ ବଲିଉଡ ଅଭିନେତା ଓ ନିର୍ଦ୍ଦେଶକଙ୍କ ସହ ସୋସିଆଲ୍ ମିଡି଼ଆରେ 'ପଙ୍ଗା' ନେଇସାରିଛନ୍ତି । ଟାଣୁଆ ରାଜନୈତିକ ବ୍ୟକ୍ତିମାନଙ୍କୁ ମଧ୍ୟ ସେ ନିଜ ପରିଚିତ ଶୈଳୀରେ ଅନେକ ଥର ଜବାବ ଦେଇସାରିଛନ୍ତି । କଙ୍ଗନା ସୋସିଆଲ୍ ମିଡ଼ିଆରେ ଯେକୌଣସି ପ୍ରସଙ୍ଗ ଉପରେ ନିଜର ମତାମତ ରଖନ୍ତି । ଏବେ ସେ କରୋନା ଭାଇରସ୍ ସହିତ ପଙ୍ଗା ନେବାକୁ ଯାଉଛନ୍ତି ।
ଦେଶରେ କରୋନା ଭାଇରସର (Coronavirus) ଦ୍ୱିତୀୟ ଲହରୀ ଦ୍ରୁତ ଗତିରେ ବଢ଼ୁଛି । ଅର୍ଥ ବ୍ୟବସ୍ଥାର ପ୍ରତ୍ୟେକ କ୍ଷେତ୍ର ପରି ଏହି ମହାମାରୀ ଚଳଚ୍ଚିତ୍ର ଶିଳ୍ପ ମଧ୍ୟ ପ୍ରଭାବିତ କରିଛି । କରୋନା ଭାଇରସ୍ ସଂକ୍ରମଣରେ ବୃଦ୍ଧି ହେଉଥିବାରୁ ଅନେକ ଫିଲ୍ମର ରିଲିଜ୍ ତାରିଖ ବୃଦ୍ଧି କରାଯାଇଛି । ଏଥିରେ 'ଚେହରେ' (Chehre), 'ବଣ୍ଟି ଔର ବବଲି ୨' (Bunty Aur Babli 2) ଓ 'ହାଥୀ ମେରେ ସାଥି' (Haathi Mere Saathi) ଆଦି ଫିଲ୍ମ ସାମିଲ୍ ଅଛନ୍ତି । ଏହା ପରେ ମଧ୍ୟ କଙ୍ଗନା ରାଣାୱତ ତାଙ୍କର ବହୁ ପ୍ରତୀକ୍ଷିତ ଫିଲ୍ମ 'ଥଲାଇଭି'ର ରିଲିଜ୍ ତାରିଖ ସ୍ଥଗିତ ରଖିବାକୁ ପ୍ରସ୍ତୁତ ନୁହଁନ୍ତି ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ PHOTOS | ପୁରୀରେ ସ୍କୁଲ୍ ହତାରେ ଜଘନ୍ୟ କାଣ୍ଡ: ନବମ ଶ୍ରେଣୀର ୨ ଛାତ୍ର ସହପାଠୀର ହାତକୁ ଛୁରୀରେ କାଟିଲେ
ଏଇଠି ଦେଖନ୍ତୁ ‘ଥଲାଇଭି’ର ଟ୍ରେଲର୍:
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ ଫଟୋ | ଭୁବନେଶ୍ୱରରେ ‘ମୋ ବସ୍’ କଣ୍ଡକ୍ଟର୍ ଯାତ୍ରୀଙ୍କୁ ଚଳନ୍ତା ବସ୍ରୁ ଠେଲିଦେଲା, ପାଦ ଉପରେ ଚଢ଼ିଗଲା ବସ୍
କିଛି ଦିନ ପୂର୍ବରୁ ଫିଲ୍ମ 'ଥଲାଇଭି'ର ଟ୍ରେଲର୍ ମୁକ୍ତିଲାଭ କରିଥିଲା, ଯାହାକୁ କଙ୍ଗନାଙ୍କ ପ୍ରଶଂସକମାନେ ଖୁବ୍ ପସନ୍ଦ କରିଥିଲେ । ଏହି ଫିଲ୍ମରେ ତାମିଲ ନାଡୁର ପୂର୍ବତନ ମୁଖ୍ୟ ମନ୍ତ୍ରୀ ଜୟଲଳିତାଙ୍କ ଭୂମିକାକୁ ଯେତେ ଜୀବନ୍ତ ଓ ଶକ୍ତ ଭାବେ କଙ୍ଗନା ନିଭାଇଛନ୍ତି ସେଥି ପାଇଁ ତାଙ୍କ ପ୍ରଶଂସକମାନଙ୍କ ସହ କେତେକ ବଲିଉଡ ଲୋକେ ବି ତାଙ୍କର ପ୍ରଶଂସା କରିଛନ୍ତି ।
କଙ୍ଗନାଙ୍କ ପ୍ରଶଂସକମାନେ ଏହା ବି କହିଛନ୍ତି ଯେ ଏହି ଫିଲ୍ମ ସହ ତାଙ୍କର ପରବର୍ତ୍ତୀ ଜାତୀୟ ପୁରସ୍କାର ମଧ୍ୟ ସୁନିଶ୍ଚିତ ହୋଇଛି । ୬୭ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାରରେ କଙ୍ଗନା ରାଣାୱତ ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର ପାଇଛନ୍ତି । ତାଙ୍କୁ 'ମଣିକର୍ଣ୍ଣିକା' ଓ 'ପଙ୍ଗା' ପାଇଁ ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର ପ୍ରଦାନ କରାଯାଇଛି ।






