କେଟ୍ରିନା କୈଫ୍ କରୋନା ସଂକ୍ରମିତ ହେଲେ; ଦିନକ ଆଗରୁ ବୟଫ୍ରେଣ୍ଡ୍ ଭିକି କୌଶଲ ପଜିଟିଭ୍ ହୋଇଥିଲେ
କେଟ୍ରିନାଙ୍କ କଥିତ ବୟଫ୍ରେଣ୍ଡ୍ ଭିକ୍କି କୌଶଲ୍ କରୋନା ପଜିଟିଭ୍ ହେବାର ଦିନକ ପରେ କେଟ୍ରିନା ନିଜେ କରୋନା ପଜିଟିଭ୍ ହୋଇଥିବା ଖବର ଦେଇଛନ୍ତି । ଅକ୍ଷୟ କୁମାର କରୋନା ପଜିଟିଭ୍ ହେବା ପରେ ମୁମ୍ବାଇରେ ଏକ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି ।
କେଟ୍ରିନା କୈଫ୍
- News18 Odia
- Last Updated: April 6, 2021, 6:49 PM IST
ନୂଆ ଦିଲ୍ଲୀ: ବଲିଉଡ ତାରକାଙ୍କ ଉପରେ କରୋନା ଭାଇରସ୍ (Coronavirus) ନିଜ ପ୍ରକୋପ ଦେଖାଇ ହଇଚଇ ସୃଷ୍ଟି କରିବାରେ ଲାଗିଛି । ଜଣେ ପରେ ଜଣେ ବଲିଉଡ୍ ତାରକା କରୋନା ଦ୍ୱାରା ସଂକ୍ରମିତ ହେଉଛନ୍ତି । ଏବେ ପ୍ରସିଦ୍ଧ ଅଭିନେତ୍ରୀ କେଟ୍ରିନା କୈଫ୍ (Katrina Kaif) ମଧ୍ୟ କରୋନା ପଜିଟିଭ୍ ହୋଇଛନ୍ତି ।
କେଟ୍ରିନା କୈଫ୍ କରୋନା ପରୀକ୍ଷା କରାଇବା ପରେ ତାଙ୍କ ରିପୋର୍ଟ ପଜିଟିଭ୍ ବାହାରିବା ପରେ ସେ ନିଜକୁ ଘରେ କ୍ୱାରେଣ୍ଟାଇନରେ ରଖିଛନ୍ତି ବୋଲି ଜଣେଇଛନ୍ତି । ଇନଷ୍ଟାଗ୍ରାମରେ ଏକ ପୋଷ୍ଟ କରି କେଟ୍ରିନା ଏହା ବିଷୟରେ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ ତାଙ୍କ କରୋନା ରିପୋର୍ଟ ପଜିଟିଭ୍ ଆସିଛି ।
ଏହା ବି ପଢ଼ନ୍ତୁ | ଓଡ଼ିଶାରେ ପୁଣି କରୋନା ବଢ଼ାଇଲା ଚିନ୍ତା; ସରପଞ୍ଚ ଓ ୱାର୍ଡ଼ ମେମ୍ବର୍ମାନଙ୍କୁ ମିଳିଲା ଗୁରୁ ଦାୟିତ୍ୱ
ଏହା ବି ପଢ଼ନ୍ତୁ | Gold Price: ସୁନାର ଦାମ୍ ସାମାନ୍ୟ ବଢ଼ିଲା, ରୂପା ଖୁବ୍ ଉଞ୍ଚା ହେଲା; ଏହି ସ୍ଥିତି ବେଶୀ ଦିନ ରହିବନି
ମାରାତ୍ମକ କରୋନା ଭୂତାଣୁ ଦ୍ୱାରା ସଂକ୍ରମିତ ହେବାରେ କେଟ୍ରିନା କୈଫ୍ ହେଉଛନ୍ତି ବଲିଉଡର ସଦ୍ୟତମ ତାରକା । ଏହା ପୂର୍ବରୁ କେଟ୍ରିନାଙ୍କ ‘ସୂର୍ଯ୍ୟବଂଶୀ’ ସହ-ତାରକା ଅକ୍ଷୟ କୁମାର (Akshay Kumar) ମଧ୍ୟ କରୋନା ପଜିଟିଭ୍ ହୋଇଛନ୍ତି ଓ ବର୍ତ୍ତମାନ ମୁମ୍ବାଇରେ ଏକ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ PHOTOS | କେନ୍ଦୁଝର: କାର୍ ଚଳାଉଥିବା ବେଳେ ଆଖି ଲାଗିଗଲା; ଗଛରେ ପିଟିଲା କାର୍; ବାପା ମୃତ, ପୁଅ ଆହତ
କେଟ୍ରିନାଙ୍କ କଥିତ ବୟଫ୍ରେଣ୍ଡ୍ ଭିକ୍କି କୌଶଲ୍ (Vicky Kaushal) କରୋନା ପଜିଟିଭ୍ ହେବାର ଗୋଟିଏ ଦିନ ପରେ କେଟ୍ରିନା ନିଜେ କରୋନା ପଜିଟିଭ୍ ହୋଇଥିବା ଖବର ଦେଇଛନ୍ତି । ଭିକ୍କି କୌଶଲ ସୋମବାର ଦିନ କରୋନା ଦ୍ୱାରା ସଂକ୍ରମିତ ହୋଇଥିବା ଘୋଷଣା କରିଥିଲେ । ସେ ଇନଷ୍ଟାଗ୍ରାମରେ ପୋଷ୍ଟ କରି କହିଥିଲେ, ‘‘ସବୁ ଯତ୍ନ ଓ ସତର୍କତା ସତ୍ତ୍ୱେ ଦୁର୍ଭାଗ୍ୟବଶତଃ ମୁଁ କୋଭିଡ-୧୯ (COVID-19) ପଜିଟିଭ୍ ହୋଇଛି ।
ଏହା ବି ପଢ଼ନ୍ତୁ | ଓଡ଼ିଶା ରାଜନୀତି ଗରମ: BJP କହିଲା ମନ୍ତ୍ରୀ ପ୍ରତାପଙ୍କୁ ଗିରଫ କର; BJD କହିଲା ଶାରଦା ପ୍ରଧାନଙ୍କୁ ଗିରଫ କର
କେଟ୍ରିନା କୈଫଙ୍କୁ ଶେଷ ଥର ପାଇଁ ଅଲ୍ଲୀ ଅବ୍ବାସ ଜଫରଙ୍କ ୨୦୧୯ ଫିଲ୍ମ ‘ଭାରତ’ରେ ସଲମାନ ଖାନ୍ ଓ ଦିଶା ପଟାନୀଙ୍କ ସହ ଦେଖିବାକୁ ମିଳିଥିଲା । ସେ ଇଶାନ ଖଟ୍ଟର ଓ ସିଦ୍ଧାନ୍ତ ଚତୁର୍ବେଦୀଙ୍କ ସହ ‘ଫୋନ୍ ଭୁତ୍’ ନାମକ ଏକ ହରର୍ କମେଡି ଫିଲ୍ମ ବି ସାଇନ୍ କରିଛନ୍ତି । ଏହି ଫିଲ୍ମଟି ଗୁରୁମିତ ସିଂଙ୍କ ଦ୍ୱାରା ନିର୍ଦ୍ଦେଶିତ । ଏହା କେଟ୍ରିନା, ଇଶାନ ଖଟ୍ଟର ଓ ସିଦ୍ଧନ୍ ଚତୁର୍ବେଦୀଙ୍କ ଏକାଠି କାମ କରିଥିବା ପ୍ରଥମ ଫିଲ୍ମ ହେବ । ଏକ୍ସେଲ୍ ଏଣ୍ଟରଟେନମେଣ୍ଟ ଦ୍ୱାରା ନିର୍ମିତ ଏହି ଫିଲ୍ମ ଚଳିତ ବର୍ଷ ରିଲିଜ୍ ହେବାର ଯୋଜନା ରହିଛି ।
କେଟ୍ରିନା କୈଫ ଖୁବ୍ ଶୀଘ୍ର ରୋହିତ ଶେଟ୍ଟୀଙ୍କ ‘ସୂର୍ୟବଂଶୀ’ରେ ନଜର ଆସିବେ । ଏହି ଫିଲ୍ମ ଏପ୍ରିଲ୍ ୩୦ରେ ହଲରେ ମୁକ୍ତିଲାଭ କରିବାର ଯୋଜନା ରହିଛି । ରୋହିତ ଶେଟ୍ଟୀଙ୍କ ପୋଲିସ୍ ଦୁନିଆର ଏହି ଫିଲ୍ମରେ ଅକ୍ଷୟ କୁମାର ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି । ଏଥିରେ ରଣବୀର ସିଂ ଓ ଅଜୟ ଦେବଗନ୍ ବି ଅଛନ୍ତି ।






