ଜାମିନ୍ ପାଇବା ପରେ ବି ଜେଲରୁ ମୁକୁଳି ପାରିନାହାନ୍ତି ଲାଲୁ; ଝିଅ ରଖୁଛି ରୋଜା, ମା’ ଦୁର୍ଗାଙ୍କ ପୂଜା କରୁଛି
ଲାଲୁ ଜାମିନ ପାଇବା ମାତ୍ରେ ବିହାରର ରାଜନୀତି ଗରମ ହୋଇଛି । ତାଙ୍କ ସମର୍ଥକମାନଙ୍କ ଉତ୍ସାହ ଦେଖିବାକୁ ମିଳିଛି । ଲାଲୁଙ୍କ ଝିଅ ରୋହିଣୀ ପିତାଙ୍କ ଘରବାହୁଡ଼ା ପାଇଁ ରମଜାନ୍ ମାସରେ ରୋଜା ପାଳନ କରୁଛନ୍ତି ଓ ଚୈତ୍ର ନବରାତ୍ରରେ ମା’ ଦୁର୍ଗାଙ୍କୁ ପୂଜା କରୁଛନ୍ତି ।
ଲାଲୁ ପ୍ରସାଦ ଯାଦବ; (ଡାହାଣ) ଝିଅ ରୋହିଣୀ ଆଚାର୍ଯ୍ୟ
- News18 Odia
- Last Updated: April 21, 2021, 8:28 PM IST
ପଟନା: ବିହାରର (Bihar) ବଡ଼ ନେତା ତଥା ରାଷ୍ଟ୍ରୀୟ ଜନତା ଦଳ (ଆର୍.ଜେ.ଡି.) ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କୁ (Lalu Prasad Yadav) ହାଇ କୋର୍ଟରୁ ଜାମିନ୍ ମିଳିବା ପରେ ବି ଜେଲ୍ ହାଜତରୁ ତାଙ୍କୁ ଛାଡ଼ିବା କାର୍ଯ୍ୟକ୍ରମକୁ କିଛି ଦିନ ପାଇଁ ସ୍ଥଗିତ ରଖାଯାଇଛି । କିଛି ଦିନ ପୂର୍ବରୁ ଗୋଖାଦ୍ୟ ଦୁର୍ନୀତି କାଣ୍ଡ (Fodder Scam) ସ୍କାମ ସହ ଜଡିତ ଏକ ମାମଲାରେ ଲାଲୁ ଯାଦବ ଝାଡ଼ଖଣ୍ଡ (Jharkhand) ହାଇ କୋର୍ଟରୁ ଜାମିନ ପାଇଥିଲେ, କିନ୍ତୁ ଏବେ ତାଙ୍କୁ ମୁକ୍ତ ହେବାକୁ କିଛି ଦିନ ଅପେକ୍ଷା କରିବାକୁ ପଡିବ ।
ନ୍ୟୁଜ୍୧୮କୁ ଲାଲୁ ପ୍ରସାଦ ଯାଦବଙ୍କ ଓକିଲ ପ୍ରଭାତ କୁମାର କହିଛନ୍ତି ଯେ ଦେଶର ପୂର୍ବ ରେଳ ମନ୍ତ୍ରୀ ଲାଲୁ ପ୍ରସାଦ ଯାଦବଙ୍କୁ (Railway Minister Lalu Prasad Yadav) ମୁକ୍ତି ପାଇବା ପାଇଁ ସୋମବାର ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିବ । କରୋନା ଭାଇରସ୍ ସଂକ୍ରମଣ କାରଣରୁ ଲାଲୁ ପ୍ରସାଦ ଯାଦବଙ୍କ ମୁକ୍ତି ମାମଲା ଅଟକି ରହିଛି ବୋଲି ସେ କହିଛନ୍ତି ।
ଏହା ବି ପଢ଼ନ୍ତୁ | ପିପିଲି Bypoll: ସ୍ୱର୍ଗତ ଅଜିତ ମଙ୍ଗରାଜଙ୍କ ପତ୍ନୀ ବନ୍ଦନା ମଙ୍ଗରାଜଙ୍କୁ କଂଗ୍ରେସ ପ୍ରାର୍ଥୀ କରିପାରେ
ଏହା ବି ପଢ଼ନ୍ତୁ | କରୋନା ପଜିଟିଭ୍ ହେଲା ଗ୍ୟାଙ୍ଗଷ୍ଟର୍ ହାଇଦର୍; ତାକୁ ଏବେ ରିମାଣ୍ଡରେ ନେବ ନାହିଁ ପୋଲିସ
୧,୦୦୦ କୋଟି ଟଙ୍କା ମୂଲ୍ୟର ଗୋଖାଦ୍ୟ ଦୁର୍ନୀତି କାଣ୍ଡର (fodder scam) ଚାରିଟି ମାମଲାରେ କୋର୍ଟ ଦ୍ୱାରା ଦୋଷୀ ସାବ୍ୟସ୍ତ ହୋଇଥିବା ବିହାରର ପୂର୍ବତନ ମୁଖ୍ୟ ମନ୍ତ୍ରୀ ତଥା ରାଷ୍ଟ୍ରୀୟ ଜନତା ଦଳର (RJD) ମୁଖ୍ୟ ଲାଲୁ ପ୍ରସାଦ ଯାଦବଙ୍କୁ ଶନିବାର ଦିନ ଝାଡ଼ଖଣ୍ଡ ହାଇ କୋର୍ଟରୁ ଏହି ସ୍କାମର ଦୁମକା ଟ୍ରେଜେରୀ (Dumka Treasury) ମାମଲାରେ ବି ଜାମିନ ମିଳିଯାଇଥିଲା ।
ଲାଲୁ ଜାମିନ ପାଇବା ମାତ୍ରେ ବିହାରର ରାଜନୀତି ଉଷ୍ମ ହୋଇଛି । ତାଙ୍କ ସମର୍ଥକମାନଙ୍କ ଉତ୍ସାହ ଦେଖିବାକୁ ମିଳିଛି । ସେମାନେ ଲାଲୁଙ୍କ ପଟନା ଫେରିବା ବାଟକୁ ଚାହିଁ ରହିଛନ୍ତି । ହେଲେ ଲାଲୁ ପ୍ରସାଦ ଜାମିନ ପାଇବା ପରେ ବି ତାଙ୍କ ପରିବାର ଲୋକେ କରୋନା ଭାଇରସର ବଢ଼ୁଥିବା ପ୍ରକୋପକୁ ଦୃଷ୍ଟିରେ ରଖି ତାଙ୍କୁ ଦିଲ୍ଲୀ AIIMSରେ ରଖିବାକୁ ନିଷ୍ପତ୍ତି ନେଇଥିଲେ ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ PHOTOS | କେନ୍ଦ୍ରାପଡ଼ାରେ ଜନ୍ମ ନେଲା ଅଦ୍ଭୁତ ଶିଶୁ କନ୍ୟା; ତା’ର ୨ଟି ମୁଣ୍ଡ, ୩ଟି ହାତ, ୪ଟି ଆଖି ଓ ୪ଟି କାନ ଅଛି
ଗୋଖାଦ୍ୟ ଦୁର୍ନୀତି କାଣ୍ଡର ଦୁମକା ଟ୍ରେଜେରୀ ମାମଲାରେ ଲାଲୁ ପ୍ରସାଦ ଯାଦବ ରାଞ୍ଚି ହାଇ କୋର୍ଟରୁ ଜାମିନ ପାଇବା ପୂର୍ବରୁ ତାଙ୍କ ପୂରା ପରିବାର ପ୍ରଭୁଙ୍କ ଆଶ୍ରୟସ୍ଥଳରେ ପହଞ୍ଚିଥିଲେ । ଲାଲୁଙ୍କ ଝିଅ ରୋହିଣୀ ଆଚାର୍ଯ୍ୟ ପିତାଙ୍କ ଘରବାହୁଡ଼ା ପାଇଁ ରମଜାନ୍ ମାସରେ ରୋଜା ପାଳନ କରୁଛନ୍ତି ଓ ଚୈତ୍ର ନବରାତ୍ରରେ ମା’ ଦୁର୍ଗାଙ୍କୁ ମଧ୍ୟ ପୂଜା କରୁଛନ୍ତି ।
ଲାଲୁଙ୍କ ବଡ ପୁଅ ତଥା ବିହାରର ପୂର୍ବ ମନ୍ତ୍ରୀ ତେଜ ପ୍ରତାପ ଯାଦବ (Tej Pratap Yadav) ମଧ୍ୟ ମା’ ଦୁର୍ଗାଙ୍କୁ ପୂଜା କରୁଛନ୍ତି । ବିହାର ବିଧାନ ସଭାରେ ବିରୋଧୀ ଦଳର ନେତା ଥିବା ଲାଲୁଙ୍କ ସାନ ପୁଅ ତେଜସ୍ୱୀ ଯାଦବ (Tejaswi Yadav) ଝାଡଖଣ୍ଡର ଦେଓଘରରେ ପହଞ୍ଚି ଭଗବାନ ଭୋଲେନାଥଙ୍କୁ ପୂଜା କରିଥିଲେ ।






