Big News: ୧୮ ବର୍ଷରୁ ଅଧିକ ସବୁ ଓଡ଼ିଶାବାସୀଙ୍କୁ ମାଗଣାରେ ଟିକା ଦେବେ ରାଜ୍ୟ ସରକାର, କହିଲେ ନବୀନ
୧୮ ବର୍ଷରୁ ୪୫ ବର୍ଷ ବୟସ୍କ ଓଡି଼ଶାର ସବୁ ନାଗରିକଙ୍କୁ ରାଜ୍ୟ ସରକାର ମାଗଣାରେ କରୋନା ଟିକା ଯୋଗାଇଦେବେ ବୋଲି କହିଛନ୍ତି ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ।
ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ
- News18 Odia
- Last Updated: April 25, 2021, 8:49 PM IST
ଭୁବନେଶ୍ୱର: ଓଡ଼ିଶା ସରକାର ରାଜ୍ୟବାସୀଙ୍କୁ ମାଗଣାରେ କରୋନା ଟିକା (Corona Vaccine) ଯୋଗାଇ ଦେବେ । ଏହି ଗୁରୁତ୍ବପୂର୍ଣ୍ଣ ଘୋଷଣା କରିଛନ୍ତି ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ । ସେ କହିଛନ୍ତି ଯେ ୧୮ ବର୍ଷରୁ ୪୫ ବର୍ଷ ବୟସ୍କ ରାଜ୍ୟର ସବୁ ନାଗରିକଙ୍କୁ ରାଜ୍ୟ ସରକାର ମାଗଣାରେ କରୋନା ଟିକା ଯୋଗାଇଦେବେ ।
ରାଜ୍ୟ ସରକାରଙ୍କ ଏହି ଯୋଜନା ପାଇଁ ଖର୍ଚ୍ଚ ହେବାକୁ ଥିବା ୨,୦୦୦ କୋଟି ଟଙ୍କା ରାଜ୍ୟ ସରକାର ବହନ କରିବେ ବୋଲି କହିଛନ୍ତି ନବୀନ । ଏହା ଦ୍ୱାରା ରାଜ୍ୟର ୨ କୋଟି ନାଗରିକ ଉପକୃତ ହେବେ । ଏହି ଘୋଷଣା ସହ କୋଭିଡ ନିୟମ ମାନିବାକୁ ରାଜ୍ୟବାସୀଙ୍କୁ ପୁଣି ଥରେ ନିବେଦନ କରିଛନ୍ତି ମୁଖ୍ୟ ମନ୍ତ୍ରୀ । ରାଜ୍ୟବାସୀ ସଚେତନ ନ ହେଲେ ସରକାର ସବୁ କିଛି କରିପାରିବେ ନାହିଁ ବୋଲି ସେ କହିଛନ୍ତି ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ VIDEO | ‘ମୋତେ ଠିକ୍ ଚିକିତ୍ସା ମିଳୁନି… ମୁଁ ସ୍ୱାସ୍ଥ୍ୟ କର୍ମୀ’: ମୃତ୍ୟୁ ପୂର୍ବରୁ VIDEOରେ କହିଗଲେ ଲ୍ୟାବ୍ କର୍ମଚାରୀ
ଏହା ବି ପଢ଼ନ୍ତୁ | ‘ବାପାଙ୍କୁ କୁମ୍ଭ ମେଳାକୁ ଯିବାରୁ ବାରଣ କରିଥିଲି, ହେଲେ ସେ ଶୁଣି ନ ଥିଲେ’: ଶ୍ରବଣ ରାଠୋଡ଼ଙ୍କ ପୁଅ
ସଟଡାଉନର ଭଲ ପ୍ରଭାବ ଦେଖାଯାଉଛି । ଲୋକେ ସଟଡାଉନକୁ ମାନୁଥିବା ଦେଖିବାକୁ ମିଳୁଛି । ତଥାପି କେତେକ ଅଭ୍ୟାସଗତ ଅମାନିଆ ବାହାରେ ବିନା କାରଣରେ ବୁଲୁଥିବାରୁ ପୋଲିସ ସେମାନଙ୍କୁ ରୋକିଛି ଓ ଦଣ୍ଡ ବିଧାନ କରିଛି ।
ଏହା ବି ପଢ଼ନ୍ତୁ | ୧୮ ବର୍ଷ ବା ଅଧିକ? କରୋନା ଟିକା ନେବା ପାଇଁ CoWin ଆପ୍ରେ କେମିତି ପଞ୍ଜୀକରଣ କରିବେ ଜାଣନ୍ତୁ
ଓଡ଼ିଶାରେ ସୋମବାର ଦିନ ୩,୪୬୪ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ନୂଆ ୬,୧୧୬ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ସଙ୍ଗରୋଧ କେନ୍ଦ୍ରରୁ ୩,୫୪୬ ଜଣ ଓ ବାହାରୁ ୨,୫୭୦ ଜଣ ଆକ୍ରାନ୍ତ ଅଛନ୍ତି । ଖୋର୍ଦ୍ଧାରୁ ସର୍ବାଧିକ ୮୭୫ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ସୁନ୍ଦରଗଡ଼ରେ ୭୮୫ ଜଣ, ନୂଆପଡ଼ାରେ ୪୩୦ ଜଣ, କଟକରେ ୩୪୩ ଜଣ, କଳାହାଣ୍ଡିରେ ୩୨୧ ଜଣ, ଯାଜପୁରରେ ୩୨୪ ଜଣ, ନବରଙ୍ଗପୁରରେ ୩୧୮ ଜଣ, ସମ୍ବଲପୁରରେ ୨୮୦ ଜଣ, ବରଗଡ଼ରେ ୨୬୮ ଜଣ, ଝାରସୁଗୁଡ଼ାରେ ୨୫୪ ଜଣ, ବଲାଙ୍ଗିରରେ ୧୮୯ ଜଣ ଓ ପୁରୀରେ ୧୮୦ ଜଣ ଚିହ୍ନଟ ହୋଇଛନ୍ତି ।






