ଏବେ ରାଜ୍ୟରେ ଦିନ ବେଳା କର୍ଫ୍ୟୁ ଲାଗିବ ନାହିଁ; ୧୦ ଜିଲ୍ଲାରେ ଆଜି ରାତିରୁ କର୍ଫ୍ୟୁ ହେବ: କହିଲେ SRC
ରାଜ୍ୟରେ କରୋନା ସଂକ୍ରମଣ ପୁଣି ଥରେ ଗତ ବର୍ଷ ପରି କ୍ଷୀପ୍ର ଗତିରେ ବଢ଼ିଚାଲିଛି । ଗତ ତିନି ଦିନ ହେବ ଦୈନିକ ସଂକ୍ରମଣ ୪୫୦ ପାର୍ କରୁଛି । ରବିବାର ଦିନ ଖୋର୍ଦ୍ଧାରେ କରୋନା ସଂକ୍ରମଣ କାରଣରୁ ଜଣେ ୨୯-ବର୍ଷୀୟା ମହିଳାଙ୍କ ଜୀବନ ଯାଇଛି ।
ଏସ୍.ଆର୍.ସି. ପ୍ରଦୀପ ଜେନା
- News18 Odia
- Last Updated: April 5, 2021, 2:46 AM IST
ଭୁବନେଶ୍ୱର: ରାଜ୍ୟରେ କରୋନା ଭାଇରସ୍ ପୁଣି କାୟା ବିସ୍ତାର କରୁଥିବାରୁ ଦିନ ବେଳା କର୍ଫ୍ୟୁ ଲାଗିବା ସମ୍ଭାବନା ବଢ଼ିଥିବା ଖବର ଆସିବା ପରେ ସରକାର ରବିବାର ସନ୍ଧ୍ୟାରେ ସ୍ୱଷ୍ଟ କରିଛନ୍ତି ଯେ ଏବେ ଦିନ ବେଳା କର୍ଫ୍ୟୁ ଲାଗିବ ନାହିଁ । ରାଜ୍ୟରେ କରୋନା ସଂକ୍ରମଣ ନିୟନ୍ତ୍ରଣରେ ଅଛି ଓ ସରକାର ସ୍ଥିତି ଉପରେ ନଜର ରଖିଛନ୍ତି ବୋଲି କହିଛନ୍ତି ବିଶେଷ ରିଲିଫ୍ କମିଶନର (ଏସ୍.ଆର୍.ସି.) ପ୍ରଦୀପ ଜେନା ।
ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ରଙ୍କ ଏକ ବିବୃତି ପରେ ସରକାର ରାଜ୍ୟରେ ଦିନ ବେଳା କର୍ଫ୍ୟୁ ଲଗାଇପାରନ୍ତି ବୋଲି ସଙ୍କେତ ମିଳିଥିଲା । ହେଲେ ଏବେ ଏସ୍.ଆର୍.ସି.ଙ୍କ ସ୍ପଷ୍ଟିକରଣ ପରେ ସେହି ସମ୍ଭାବନା ଉଭେଇଯାଇଛି । ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର କହିଥିଲେ, ‘‘ଦଶଟି ଜିଲ୍ଲାରେ ନାଇଟ୍ କର୍ଫ୍ୟୁ ହୋଇଛି । ଆସନ୍ତା ଚାରି-ପାଞ୍ଚ ଦିନ ମଧ୍ୟରେ ଡେ କର୍ଫ୍ୟୁ ହୋଇପାରେ । ଏ ନେଇ ମୁଖ୍ୟ ମନ୍ତ୍ରୀ ଓ ସ୍ୱାସ୍ଥ୍ୟ ବିଭାଗ ଅନୁଧ୍ୟାନ କରୁଛନ୍ତି ।’’
ଏହା ବି ପଢ଼ନ୍ତୁ | ନନ୍ଦିଗ୍ରାମରେ ଜିତିବା ପାଇଁ BJP ନେତାଙ୍କ ସାହାଯ୍ୟ ଲୋଡ଼ିଥିଲେ ମମତା? BJP କଲ୍ ରେକର୍ଡ଼ିଂ ଶୁଣାଇଲା

ଏସ୍.ଆର୍.ସି. ପ୍ରଦୀପ ଜେନାଙ୍କ ଟ୍ୱିଟ୍
ଏପ୍ରିଲ୍ ୫ ତାରିଖରୁ ରାଜ୍ୟର ଦଶଟି ଜିଲ୍ଲାରେ ରାତ୍ରିକାଳୀନ କର୍ଫ୍ୟୁ ଲାଗୁଛି । ସେହି ଦଶଟି ଜିଲ୍ଲା ହେଉଛନ୍ତି ସୁନ୍ଦରଗଡ଼, ଝାରସୁଗୁଡା, ସମ୍ବଲପୁର, ବରଗଡ଼, ବଲାଙ୍ଗୀର, ନୂଆପଡା, କଳାହାଣ୍ଡି, ନବରଙ୍ଗପୁର, ମାଲକାନଗିରି ଓ କୋରାପୁଟ ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ PHOTOS | ମାଛ ତରକାରୀରେ ଥ୍ୟାଲିୟମ୍ ମିଶାଇ ସ୍ତ୍ରୀ ଓ ଶ୍ୱଶୁର ଘର ଲୋକଙ୍କୁ ଦେଲା; ଶାଶୁ ଓ ଶାଳୀଙ୍କ ପ୍ରାଣ ଗଲା
ରାଜ୍ୟରେ କରୋନା ସଂକ୍ରମଣ ପୁଣି ଥରେ ଗତ ବର୍ଷ ପରି କ୍ଷୀପ୍ର ଗତିରେ ବଢ଼ିଚାଲିଛି । ଗତ ତିନି ଦିନ ହେବ ଦୈନିକ ସଂକ୍ରମଣ ୪୫୦ ପାର୍ କରୁଛି । ରବିବାର ଦିନ (ଏପ୍ରିଲ୍ ୪) ଖୋର୍ଦ୍ଧାରେ କରୋନା ସଂକ୍ରମଣ କାରଣରୁ ଜଣେ ୨୯-ବର୍ଷୀୟା ମହିଳାଙ୍କ ଜୀବନ ଯାଇଛି । ଏପ୍ରିଲ ୨ରେ ରାଜ୍ୟରେ ୪୬୧ଟି ନୂଆ ମାମଲା ଚିହ୍ନଟ ହୋଇଥିବା ବେଳେ ଏପ୍ରିଲ ୩ରେ ୪୫୨ ଓ ଏପ୍ରିଲ୍ ୫ରେ ୪୭୧ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ଦେଖନ୍ତୁ PHOTOS | ମଲାଇକା ଅରୋଡ଼ା ନିଜ ପ୍ରିୟ ଯୋଗ ଆସନଗୁଡ଼ିକର ଫଟୋ ଶେୟାର୍ କଲେ; ଦେଖନ୍ତୁ
ତାଜା ସୂଚନା ଅନୁସାରେ ଖୋର୍ଦ୍ଧା ଓ କଟକ ସମେତ ଅନ୍ୟ କେତେକ ଉପକୂଳବର୍ତ୍ତୀ ଜିଲ୍ଲା ବି କରୋନା ସଂକ୍ରମଣର ହଟସ୍ପଟ୍ ପାଲଟୁଛନ୍ତି । ସାରା ରାଜ୍ୟରେ କରୋନା ସଂକ୍ରମଣ ପୁଣି ଥରେ ଉଗ୍ର ରୂପ ଧାରଣ କରୁଥିବା ବେଳେ ସଚେତନତା ସହ କଟକଣା ଓ ଟିକାକରଣ ଉପରେ ପ୍ରାଧାନ୍ୟ ଦେଉଛନ୍ତି ସରକାର । ଦୈନିକ ଟିକାକରଣ ୨ ଲକ୍ଷ ଟାର୍ଗେଟ ଥିବା ବେଳେ ଅଧିକ ସଂକମିତ ଜିଲ୍ଲାକୁ ଗୁରୁତ୍ୱ ଦିଆଯାଉଛି ବୋଲି କହିଛନ୍ତି ଅଧିକାରୀମାନେ ।
ଅନେକ ସ୍ୱାସ୍ଥ୍ୟ ବିଶେଷଜ୍ଞ କହିଛନ୍ତି ଯେ ଦିନ ବେଳା କର୍ଫ୍ୟୁ ଲଗାଇଲେ ଯାଇ ରାଜ୍ୟରେ ବଢ଼ିଚାଲିଥିବା କରୋନା ସଂକ୍ରମଣ ଉପରେ ରୋକ ଲାଗିବ । ସେମାନଙ୍କ କହିବା କଥା ହେଉଛି ଯେ ରାତ୍ରିକାଳୀନ କର୍ଫ୍ୟୁ ଲୋକଙ୍କ ଜୀବିକା ଉପରେ କୌଣସି ପ୍ରଭାବ ପକାଉ ନ ଥିବାରୁ ସାଧାରଣ ଜୀବନଯାତ୍ରା ପୂର୍ବବତ୍ ରହିଛି ଓ ଲୋକେ କରୋନା ନିୟମାବଳୀରେ ଅବହେଳା କରୁଛନ୍ତି ।






