କରୋନା ମୁକାବିଲା: ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ଏପ୍ରିଲ ୧୦ରୁ ୩୦ ଯାଏଁ ସବୁ ପରିବହନ ବାତିଲ୍ କରାଗଲା
ବାହାର ରାଜ୍ୟରୁ କେହି ଓଡିଶାକୁ ଆସୁଥିଲେ ସେମାନଙ୍କ ପାଇଁ ୭୨ ଘଣ୍ଟା ଭିତରେ ଆର୍.ଟି.ପି.ସି.ଆର୍. ଟେଷ୍ଟ କରାଇବା ଜରୁରୀ କରାଯାଇଛି । ଦୁଇଟି ଡୋଜ୍ ଟିକା ନେଇଥିଲେ ବି ଫାଇନାଲ୍ ସାର୍ଟିଫିକେଟ ଦେଖାଇଲେ ହିଁ ରାଜ୍ୟକୁ ଆସିବାକୁ ଅନୁମତି ମିଳିବ ।
ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ
- News18 Odia
- Last Updated: April 8, 2021, 11:36 PM IST
ଭୁବନେଶ୍ୱର: ରାଜ୍ୟରେ କୋଭିଡ ସଂକ୍ରମଣ ଦୃତ ଗତିରେ ମାଡି ଚାଲିଥିବା ବେଳେ ଯୋଗୁଁ କଠୋର ପଦକ୍ଷେପ ନେଉଛନ୍ତି ସରକାର । ଦୈନିକ ସଂକ୍ରମଣ ନିୟମିତ ଭାବେ ବଢ଼ି ଗୁରୁବାର ଦିନ ୮୭୯ ଜଣ ପଜିଟିଭ୍ ଚିହ୍ନଟ ହେବା ପରେ ନୂଆ ଗାଇଡ଼ଲାଇନ୍ ଜାରି କରିଛନ୍ତି ସରକାର । ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନାଙ୍କ ଦ୍ୱାରା ଜାରି ହୋଇଥିବା ଏହି ଗାଇଡଲାଇନ୍ ଆନୁସାରେ ବାହାର ରାଜ୍ୟରୁ ଫେରୁଥିବା ବ୍ୟକ୍ତିଙ୍କ ପାଇଁ କେତେକ କଟକଣା ଲଗାଯାଇଛି ।
ବାହାର ରାଜ୍ୟରୁ କେହି ଓଡିଶାକୁ ଆସୁଥିଲେ ସେମାନଙ୍କ ପାଇଁ ୭୨ ଘଣ୍ଟା ଭିତରେ ଆର୍.ଟି.ପି.ସି.ଆର୍. ଟେଷ୍ଟ କରାଇବା ଜରୁରୀ କରାଯାଇଛି । ଦୁଇଟି ଡୋଜ୍ ଟିକା ନେଇଥିଲେ ବି ଫାଇନାଲ୍ ସାର୍ଟିଫିକେଟ ଦେଖାଇଲେ ହିଁ ରାଜ୍ୟକୁ ଆସିବାକୁ ଅନୁମତି ମିଳିବ । ଯେଉଁମାନଙ୍କ ପାଖରେ ଏହି ରିପୋର୍ଟ ନ ଥିବ ସେମାନେ ସାତ ଦିନ ହୋମ୍ ଆଇସଲେସ ବା କ୍ୱାରେଣ୍ଟାଇନରେ ରହିବା ଜରୁରୀ କରାଯାଇଛି ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ VIDEO | ପଣବନ୍ଦୀ କୋବ୍ରା ଯବାନ ରାକେଶ୍ବରଙ୍କୁ ଛାଡ଼ିଦେଲେ ମାଓବାଦୀମାନେ; ‘‘ମୋ’ ଆଖିରେ ପଟି ବାନ୍ଧି...’’
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ PHOTOS | ‘କୁଛ କୁଛ ହୋତା ହୈ’ର ଅଞ୍ଜଳି ଏବେ ବଡ଼ ହୋଇ ଗ୍ଲାମରସ୍ ହୋଇଛନ୍ତି; ବୋଲ୍ଡ ଫଟୋ ଶେୟାର୍ କଲେ
ରାଜ୍ୟର ସବୁ ଶିଳ୍ପାନୁଷ୍ଠାନ, ଶିକ୍ଷାନୁଷ୍ଠାନ ଓ ବାଣିଜ୍ୟ ପ୍ରତିଷ୍ଠାନରେ କୋଭିଡ ନିୟମ ଅନୁପାଳନ ଉପରେ ଗୁରୁତ୍ୱାରୋପ କରାଯାଇଛି । ଏହା ସହ ଅନୁଷ୍ଠାନ ପରିସରରେ ନିଜ ଅର୍ଥରେ କୋଭିଡ କେଆର୍ ହୋମ୍ ଓ କୋଭିଡ କେଆର ସେଣ୍ଟର କରିବାକୁ କୁହାଯାଇଛି । ଯଦି କୌଣସି ବ୍ୟକ୍ତି ପଜିଟିଭ୍ ଚିହ୍ନଟ ହୁଅନ୍ତି ତାହେଲେ ତାଙ୍କ ପାଇଁ ଏହି କେନ୍ଦ୍ରରେ ବ୍ୟବସ୍ଥା କରାଯିବ ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ ଫଟୋ | ଆଲିଆ ଭଟ୍ଟଙ୍କ ଯାଆ ହେବାକୁ ଯାଉଛନ୍ତି ତାରା ସୁତରିଆ! ପାରମ୍ପରିକ ଡ୍ରେସ୍ରେ ଫଟୋ ଭାଇରାଲ୍ ହେଲା
ଏହି ସବୁ ଅନୁଷ୍ଠାନଙ୍କୁ ଜଣେ ଲେଖାଏଁ କୋଭିଡ କମ୍ପ୍ଲାଏନ୍ସ ଅଫିସର୍ ଚିହ୍ନଟ କରିବା ପାଇଁ ବି କହିଛନ୍ତି ସରକାର । ସେହି ଅଧିକାରୀ ନିଜ ସଂସ୍ଥାରେ କୋଭିଡ ନିୟମ ସଠିକ୍ ପାଳନ ହେଉଛି ନା ନାହିଁ ତାହା ଯାଞ୍ଚ କରିବା ସହ ଜିଲ୍ଳାପାଳ ଓ ମୁନିସିପାଲ୍ କମିଶନରଙ୍କୁ ରିପୋର୍ଟ ଦେବାକୁ କୁହାଯାଇଛି।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ VIDEO | IPL 2021: କ୍ୱାରେଣ୍ଟାଇନ୍ ସରିବାରୁ କ୍ରିସ୍ ଗେଲ୍ ମାଇକେଲ୍ ଜ୍ୟାକସନଙ୍କ ନାଚ ନାଚିଲେ; VIDEO ଭାଇରାଲ୍
ରାଜ୍ୟର ସବୁ ଶିଳ୍ପାନୁଷ୍ଠାନ, ଶିକ୍ଷାନୁଷ୍ଠାନ ଓ ବାଣିଜ୍ୟ ପ୍ରତିଷ୍ଠାନ ସହ ନିୟମିତ ବୈଠକ କରି ସେମାନଙ୍କୁ ସଚେତନ କରିବାକୁ ଜିଲ୍ଳାପାଳମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା । ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ରେଳବାଇ ବୋର୍ଡ଼ର ଚେଆରମ୍ୟାନ ସୁନୀତ ଶର୍ମାଙ୍କୁ ଚିଠି ଲେଖି ଆର୍.ଟି.ପି.ସି.ଆର୍. ନେଗେଟିଭ ରିପୋର୍ଟ ବାବଦରେ ଜଣାଇଛନ୍ତି । ଛତିଶଗଡ଼କୁ ୧୦ ତାରିଖରୁ ରେଳ ସମେତ ସବୁ ପରିବହନ ବ୍ୟବସ୍ଥା ବାତିଲ କରାଯାଇଛି ବୋଲି ବି ସେ ତାଙ୍କୁ ଅବଗତ କରାଇଛନ୍ତି।
ଗୁରୁବାର ଦିନ ପ୍ରଧାନ ମନ୍ତ୍ରୀଙ୍କ ସହ ଆଲୋଚନା ବେଳେ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉତ୍ଥାପନ କରିଛନ୍ତି ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ । ତାଙ୍କୁ ରାଜ୍ୟରେ ଉପୁଜିଥିବା ଟିକା ଅବାବ ବାବଦରେ ଅବଗତ କରାଇବା ସହ ଆଗାମୀ ୧୦ ଦିନ ପାଇଁ ଟିକା ଦେବାକୁ ଅନୁରୋଧ କରିଛନ୍ତି । ଏମରଜେନ୍ସି କୋଭିଡ ରେସ୍ପନ୍ସ ପ୍ଲାନରେ କେନ୍ଦ୍ର ଠାରୁ ୩୦୦ କୋଟି ଟଙ୍କା ବି ଦାବି କରିଛନ୍ତି ପଟ୍ଟନାୟକ ।






