ରାଜ୍ୟରେ ମଦର ଅନଲାଇନ ବିକ୍ରୀ ସୁରୁଖୁରୁରେ ଚାଲିଛି; ଅଳ୍ପ କିଛି ସମସ୍ୟା ଅଛି
ରାଜ୍ୟରେ ୧,୭୦୦ରୁ ଅଧିକ ଲାଇସେନ୍ସପ୍ରାପ୍ତ ବିଦେଶୀ ମଦ ଦୋକାନ ଅଛନ୍ତି । କେବଳ ଭୁବନେଶ୍ୱର ଅଞ୍ଚଳରେ ଥିବା ୪୨ଟି ମଦ ଦୋକାନକୁ ଦିନକୁ କେବଳ ଭୁବନେଶ୍ବରରୁ ଆସୁଛି ୨୦ ହଜାରରୁ ଅଧିକ ଅନଲାଇନ୍ ଅଡ଼ର ।
(ପ୍ରତୀକାତ୍ମକ ଛବି)
- News18 Odia
- Last Updated: May 26, 2020, 11:44 PM IST
ଭୁବନେଶ୍ୱର: ରାଜ୍ୟରେ ଅନଲାଇନ ମଦ ବିକ୍ରୀ ଆରମ୍ଭ ହେବାର ଦ୍ଵିତୀୟ ଦିନରେ ପ୍ରାୟତଃ ସୁରୁଖୁରୁରେ ହୋଇଛି କାରବାର । ପ୍ରଥମ ଦିନ ଭଳି ଦ୍ୱିତୀୟ ଦିନରେ ପୋଲିସକୁ ସେତେଟା ହସ୍ତକ୍ଷେପ କରିବାକୁ ପଡ଼ିନଥିବା ବେଳେ ପୋଲିସ ଭୟରେ ଅନେକ ମଦ ଆଶାୟୀ ଗ୍ରାହକ ମଦ ଦୋକାନଠାରୁ ଦୂରରେ ଭିଡ଼ ଲଗାଇଥିବା ଦେଖିବାକୁ ମିଳିଥିଲା। କିଛି ଗ୍ରାହକ ଭାଗ୍ୟବାନ ଥିଲେ, କାରଣ ଅନ ଲାଇନରେ ଅର୍ଡର କରିବାର କିଛି ସମୟ ଭିତରେ ସେମାନେ ପାଇ ପାରିଥିଲେ ମଦ। ହେଲେ ଅନେକ ଗ୍ରାହକଙ୍କୁ ହତାଶ ହେବାକୁ ପଡିଥିଲା ।
ଭୁବନେଶ୍ୱରର ଅଧିକାଂଶ ମଦ ଦୋକାନରେ ସାମ୍ନାରେ ମଦ ଅର୍ଡର କରିବାକୁ ଲଗା ଯାଇଥିଲା ନମ୍ବର। ନମ୍ବର ଦେଖି ଗ୍ରାହକମାନେ ମଦ ଅର୍ଡର କରୁଥିଲେ। ଖୋର୍ଦ୍ଧା ଜିଲ୍ଲା ୱାଇନ ମର୍ଚ୍ଚାଣ୍ଟ ଆସୋସିଏସନ କହିଛି ସରକାର ଅନଲାଇନ ସହିତ ଶୀଘ୍ର ଅଫଲାଇନ ବା କାଉଣ୍ଟର ମଦ ବିକ୍ରୀ କରିବା ଦରକାର, ନ ହେଲେ ସରକାର ରାଜସ୍ବ ହରାଇବେ।
ରାଜ୍ୟରେ ଅନଲାଇନ ମଦ ବିକ୍ରୀର ଆଜି ଦ୍ୱିତୀୟ ଦିନରେ (ମଙ୍ଗଳବାର) ପୋଲିସ ଭୟରେ ଅନେକ ମଦ ଗ୍ରାହକମାନେ ମଦ ଦୋକାନ ଠାରୁ ଦୂରରେ ରହି ଫୋନରେ ମଦ ଅର୍ଡର ଦେଉଥିବା ଦେଖିବାକୁ ମିଳିଥିଲା। ଦୋକାନର ଡେଲିଭରି ବୟମାନେ କାଉଣ୍ଟରରେ ଡେଲିଭରି ଅର୍ଡର ରଖୁଥିବା ଦେଖିବାକୁ ମିଳିଥିଲା। ସେମାନେ ସକାଳ ୮ଟାରୁ ଦିନ ଗୋଟାଏ ପର୍ଯ୍ୟନ୍ତ ମଦ ଅର୍ଡର ରଖୁଥିବା ବେଳେ ଦିନ ଗୋଟିଏରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ କରିଥିଲେ ହୋମ ଡେଲିଭରି।

ଭୁବନେଶ୍ୱରରେ ଥିବା ଏକ ବାର୍ ସାମନାରେ ବ୍ୟାରିକେଡ୍ ତିଆରି ହୋଇଛି ।
‘‘ରାଜସ୍ବ ଲାଗି ସରକାର ମଦ ଦୋକାନ ଖୋଲିବାକୁ ଅନୁମତି ଦେଲେ, ଭଲ କଥା, ହେଲେ ଏଭଳି ଅନଲାଇନ ବ୍ୟବସ୍ଥାରେ ମୂଳ ଉଦେଶ୍ୟ ସାଧିତ ହୋଇପାରିବ ନାହିଁ। କାରଣ ଏ ବ୍ୟବସ୍ଥା ଜଟିଳ। ଦୋକାନ ଆଗରେ ମଦ ଅର୍ଡର ଲାଗିଥିବା ନମ୍ବରକୁ ବାରମ୍ବାର ଚେଷ୍ଟା କଲେ ମଧ୍ୟ କେହି ଫୋନ ଉଠାଉ ନାହାନ୍ତି। ଫୋନ ଉଠାଇଲେ ବି ମଦ ନଥିବା କୁହାଯାଉଛି। ତେଣୁ ମଦ ବିକ୍ରୀ ଆରମ୍ଭ କଲେ ବୋଲି ସରକାର ଯାହା କହୁଛନ୍ତି ତାହା ଠିକ ନୁହେଁ,’’ କହିଛନ୍ତି ଭୁବନେଶ୍ୱର ମଦ କ୍ରେତା ରାକେଶ ମହାପାତ୍ର। ଅନୁରୂପଭାବେ ଥିଲା ସଂଖ୍ୟଧିକ ମଦ ଗ୍ରାହକଙ୍କ ମତ।
ଅନଲାଇନରେ ମଦ ବିକ୍ରୀ ସହଜ ନୁହେଁ ବୋଲି ଅନେକ ମଦ ଦୋକାନ କର୍ମଚାରୀଙ୍କ ମତ। ‘‘ଅନଲାଇନ ମଦ ଡେଲିଭରିରେ ଆସୁଛି ଅନେକ ସମସ୍ୟା। ପ୍ରଥମ ସମସ୍ୟା ହେଲା ଡେଲିଭରି ବୟଙ୍କୁ ୩/୪ ମହଲା ଚଢ଼ିବାକୁ ପଡୁଛି। ଦ୍ୱିତୀୟରେ କେଉଁଠି ଲୋକଙ୍କ ପୋଷା କୁକୁର ଆକ୍ରମଣ କଲାଣି ତ ଆଉ କେଉଁଠି ଡେଲିଭରି ଡେରି ନେଇ ଝଗଡା । ବେଳେ ବେଳେ ମଦ ଅର୍ଡର ଡେଲିଭରି ବେଳକୁ ଗ୍ରାହକଙ୍କ ଫୋନ ବନ୍ଦ। ତେଣୁ ଆମେ କରିବୁ କଣ " ବୋଲି ମତ ରଖିଛନ୍ତି ମଦ ଦୋକାନ କର୍ମଚାରୀ ମନୋରଞ୍ଜନ ସାହୁ (ଭୋଳା)।
ମଦ ବ୍ୟବସାୟୀ ପଦ୍ମନାଭ କର କହିଛନ୍ତି: ‘‘ଅନଲାଇନରେ ମଦ ବ୍ୟବସାୟକୁ ନେଇ ଅନେକ ସମସ୍ୟା। ଅର୍ଡର ରଖିବା ହେଉଛି ସମସ୍ୟା । କାରଣ ଏକାଥରକେ ବହୁତ ଫୋନ ଆସୁଛି। ତୁରନ୍ତ ମଦ ଡେଲିଭରି କରିବା ସମ୍ଭବ ନୁହେଁ। ତାଛଡା ସରକାରୀ ନିର୍ଦେଶ ଅନୁସାରେ ଦିନ ୧ ଟାରୁ ସନ୍ଧ୍ୟା ୬ଟା ଭିତରେ ଯେଉଁ ମଦ ଡେଲିଭରି କଥା କୁହାଯାଇଛି, ସେ ଭିତରେ ବି ଠିକ ଠିକ ମଦ ଡେଲିଭରି କରିବା ସମ୍ଭବ ନୁହେଁ। ସରକାର ଏ ନେଇ ପୁନଃ ବିଚାର କରିବା ଦରକାର ।’’
ଖୋର୍ଦ୍ଧା ଜିଲ୍ଲା ୱାଇନ ମର୍ଚ୍ଚାଣ୍ଟ ଆସୋସିଏସନ ସଭାପତି ପ୍ରଭାତ ଦାଶ କହିଛନ୍ତି, ‘‘ସରକାର ଅନଲାଇନ ସହିତ ଶୀଘ୍ର ଅଫ ଲାଇନ ବା କାଉଣ୍ଟର ମଦ ବିକ୍ରୀ ଆରମ୍ଭ କରିବା ଦରକାର। ସରକାରୀ ନିର୍ଦେଶକୁ ଆମେ ମାନିବାକୁ ବାଧ୍ୟ। ହେଲେ ଏହା ଦ୍ବାରା ମଦ ବିକ୍ରୀ ପରିମାଣ କମିଯିବ। ସରକାର ବଡ଼ ଆକାରରେ ରାଜସ୍ୱ ହରାଇବେ।’’
ସାରା ରାଜ୍ୟରେ ୧,୭୦୦ରୁ ଅଧିକ ଲାଇସେନ୍ସପ୍ରାପ୍ତ ବିଦେଶୀ ମଦ ଦୋକାନ ଥିବା ବେଳେ ସେ ଭିତରେ କେବଳ ଭୁବନେଶ୍ୱର ଅଞ୍ଚଳରେ ମଦ ଦୋକାନ ସଂଖ୍ୟା ୪୨। ହେଲେ ଏହି ୪୨ଟି ଦୋକାନକୁ ଦିନକୁ କେବଳ ଭୁବନେଶ୍ବରରେ ଆସୁଛି ୨୦ ହଜାରରୁ ଅଧିକ ଅନଲାଇନ ଅର୍ଡର ଯାହାକୁ ଡେଲିଭରି କରିବା ସମ୍ଭବ ନୁହେଁ ବୋଲି ଅନେକ ମଦ ଦୋକାନୀ ମତ ରଖିଛନ୍ତି ।
ଦୟାକରି ଦୁଇ ମିନିଟ୍ ସମୟ ଦେଇ ଏହି ସର୍ଭେରେ ଭାଗ ନିଅନ୍ତୁ: କରୋନା ଲକଡାଉନ୍ ସର୍ଭେ
ଦେଖନ୍ତୁ ଫଟୋ: ବିନା ମେକ୍-ଅପରେ ନିଜର କିଛି ହଟ୍ ଫଟୋ ଶେଆର୍ କରିଛନ୍ତି ଅଭିନେତ୍ରୀ ବିପାଶା ବସୁ
ଦେଖନ୍ତୁ ଫଟୋ: ନିକ୍ ଜୋନାସ୍ ହନିମୁନରେ ଗିଟାର ବଜାଇଲେ, ଶୁଣି ପ୍ରିୟଙ୍କା ହେଲେ ରୋମାଣ୍ଟିକ୍
ଏହା ବି ପଢ଼ନ୍ତୁ: ‘ପାତାଲ୍ ଲୋକ୍’ରେ ‘‘ଲିଙ୍ଗଭେଦ ମନ୍ତବ୍ୟ’’ ପାଇଁ ଅନୁଷ୍କା ଶର୍ମାଙ୍କ ବିରୋଧରେ ଅଭିଯୋଗ
ଏହା ବି ପଢ଼ନ୍ତୁ: ଇମ୍ରାନ ହାଶମୀଙ୍କୁ ଚୁମା ଦେଉଥିବା ବେଳେ ଏହି ଅଭିନେତ୍ରୀ ନିଜ ମମି ପାପାଙ୍କୁ ମନେ ପକାଉଥିଲେ
ଏହା ବି ପଢ଼ନ୍ତୁ: ମାତ୍ର ୪ ଦିନର ପୋଷାକ ସହିତ ଆବୁଧାବିରେ ୨ ମାସ ହେଲା ଅଟକି ରହିଛନ୍ତି ଅଭିନେତ୍ରୀ ମଉନି ରାୟ
ଏହା ବି ପଢ଼ନ୍ତୁ: ଭାରତ ଓ ନେପାଳ ମଧ୍ୟରେ ମାନଚିତ୍ରକୁ ନେଇ ବିବାଦ; ମନୀଷା କୋଇରାଲା ନେପାଳକୁ ସମର୍ଥନ କଲେ
ଏହା ବି ପଢ଼ନ୍ତୁ: ଅର୍ଦ୍ଧ-ଉନ୍ମୁକ୍ତ ବକ୍ଷ; ଏକ ବ୍ଲାକ୍-ଆଣ୍ଡ୍-ହ୍ୱାଇଟ୍ ଫଟୋସୁଟରେ ସୁପର୍ ହଟ୍ କଙ୍ଗନା ରାଣାୱତ୍
ଏହା ବି ପଢ଼ନ୍ତୁ: ସନ୍ନି ଲିଓନଙ୍କ ଡ୍ରିମ୍ କାର୍ ହେଉଛି ଅଟୋମେଟିକ୍ ଗିଅର୍ ଥିବା ଗୋଲାପୀ ରଙ୍ଗର ଆମ୍ବାସାଡର୍
ଏହା ବି ପଢ଼ନ୍ତୁ: ଇଏ ମାଲକାନଗିରିର ବିଶାଖା; ତା’ ପତି ସାଇକେଲରେ ଚେନ୍ନାଇରୁ ଘରକୁ ଫେରିବା ବାଟରେ ମରିଗଲା
ଏହା ବି ପଢ଼ନ୍ତୁ: କରୋନା ସଂକ୍ରମିତର ଶବକୁ ଅଧା ଜଳେଇ ଛାଡ଼ିଗଲେ ଲୋକେ; କୁଆ ଓ କୁକୁର ଟାଣି ଖାଇଲେ
ଏହା ବି ପଢ଼ନ୍ତୁ: କରୋନା ଭାଇରସ୍ ସଙ୍କଟ ଉପରେ ୬୧ଟି ଦେଶର ତଦନ୍ତ ପ୍ରୟାସରେ ଭାରତ ଯୋଗ ଦେଲା
ଏହା ବି ପଢ଼ନ୍ତୁ: ୧୫ ଜୁନ୍ ପାଖାପାଖି ସପିଂ ମଲ୍ ଓ ସିନେମା ହଲ୍ ଖୋଲିପାରେ; ଲାଗୁ ହେବ ଏହି ନୂଆ ନିୟମ





