ନବମ ଓ ଏକାଦଶ ଶ୍ରେଣୀ ପାଇଁ ସ୍କୁଲ୍ ବନ୍ଦ ରହିବ; ରାଜ୍ୟରେ କୋଭିଡ ସଂକ୍ରମଣ ବଢ଼ିଚାଲିଛି
ରାଜ୍ୟର ସବୁ ସରକାରୀ ଓ ଘରୋଇ ସ୍କୁଲରେ ନବମ ଓ ଏକାଦଶ ଶ୍ରେଣୀ ପାଇଁ ଶ୍ରେଣୀଗୃହ ପାଠପଢ଼ା ବନ୍ଦ କରିବାକୁ ଆଦେଶ ଦେଇଛି ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗ । ହଷ୍ଟେଲରେ ରହୁଥିବା ପିଲାମାନେ ମଧ୍ୟ ହଷ୍ଟେଲ ଛାଡି଼ପାରିବେ ବୋଲି କହିଛି ଗଣ ଶିକ୍ଷା ବିଭାଗ ।
ଦଶମ ଓ ଦ୍ୱାଦଶ ଶ୍ରେଣୀର ପାଠପଢ଼ା ପୂର୍ବ ଭଳି ଜାରି ରହିବ ।
- News18 Odia
- Last Updated: April 7, 2021, 9:16 PM IST
ଭୁବନେଶ୍ୱର: ରାଜ୍ୟର ଶିକ୍ଷାନୁଷ୍ଠାନଗୁଡି଼କରେ ଧୀରେ ଧୀରେ କରୋନା କାୟା ବିସ୍ତାର କରିଚାଲିଥିବାରୁ ରାଜ୍ୟ ସରକାର ପଦକ୍ଷେପ ନେଇ ପ୍ରଥମ ପର୍ଯ୍ୟାୟରେ ନବମ ଓ ଏକାଦଶ ଶ୍ରେଣୀ ପାଇଁ ସ୍କୁଲ୍ ବନ୍ଦ ରହିବ ବୋଲି ଘୋଷଣା କରିଛନ୍ତି ।
ରାଜ୍ୟର ସବୁ ସରକାରୀ ଓ ଘରୋଇ ସ୍କୁଲରେ ନବମ ଓ ଏକାଦଶ ଶ୍ରେଣୀ ପାଇଁ ଶ୍ରେଣୀଗୃହ ପାଠପଢ଼ା ବନ୍ଦ କରିବାକୁ ଚିଠି କରିଛି ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗ । ରାଜ୍ୟରେ ବ୍ୟାପିଚାଲିଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ତୁରନ୍ତ ଏହି ଦୁଇ କ୍ଳାସ୍ ବନ୍ଦ କରିବାକୁ ଗଣ ଶିକ୍ଷା ବିଭାଗ ନିର୍ଦ୍ଦେଶ ଦେଇଛି ।
ଏହା ବି ପଢ଼ନ୍ତୁ | ଏବେ କରୋନା ଭାଇରସ୍ ସହ ‘ପଙ୍ଗା’ ନେବେ କଙ୍ଗନା ରାଣାୱତ; ଏପ୍ରିଲ୍ ୨୩ରେ ଆସୁଛି ‘ଥଲାଇଭି’

ଜାନୁଆରୀ ମାସରେ ଏକ ସ୍କୁଲ ପରିଦର୍ଶନ କରୁଥିବା ବେଳେ ଗଣ ଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ
‘‘ନିଶ୍ଚିତ ଭାବେ ଭୟ ତ କେଉଁଠି ନା କେଉଁଠି ରହୁଛି । ଯେଉଁ ଭଳି ଭାବେ କରୋନା ବଢି଼ଚାଲିଛି ତାକୁ ଦୃଷ୍ଟିରେ ରଖି ସରକାରଙ୍କ ନିଷ୍ପତ୍ତି ସ୍ୱାଗତୟୋଗ୍ୟ । କୋର୍ସ ମଧ୍ୟ ପ୍ରାୟ ଶେଷ ହୋଇଆସିଥିଲା । ତେଣୁ ବର୍ତ୍ତମାନ ପାଇଁ ପାଠପଢ଼ା ବନ୍ଦ ରଖି ଅନଲାଇନ୍ କ୍ଳାସ କରିବାରେ କୌଣସି ଆପତ୍ତି ନାହିଁ,’’ କହିଛନ୍ତି ଓଡିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଙ୍ଘ (ଓଷ୍ଟା) ସଭାପତି ପ୍ରକାଶ ଚନ୍ଦ୍ର ମହାନ୍ତି ।
ଏହା ବି ପଢ଼ନ୍ତୁ | ସାପ ଓ ନେଉଳ ମଧ୍ୟରେ ଘମାଘୋଟ ଲଢ଼େଇ… କିଏ ଜିତିବ? VIDEO ଭାଇରାଲ୍ ହେଲା; ଦେଖନ୍ତୁ
ଗତ ସପ୍ତାହକ ମଧ୍ୟରେ ରାଜ୍ୟର ବିଭିନ୍ନ ଶିକ୍ଷାନୁଷ୍ଠାନରେ କରୋନା ସଂକ୍ରମଣ ବୃଦ୍ଧି ପାଇଛି । ଆଇ.ଆଇ.ଟି.ରେ ୨୦, ଓ.ଡ଼ି.ଏମ୍. ସ୍କୁଲରେ ୨୦ଟି, କେନ୍ଦ୍ରୀୟ ବିଦ୍ୟାଳୟରେ ଗୋଟିଏ, ବିଜେବି କଲେଜରେ ଗୋଟିଏ ଓ ରମାଦେବୀ କଲେଜରେ ତିନୋଟି ସଂକ୍ରମଣ ମାମଲା ବର୍ତ୍ତମାନ ସୁଦ୍ଧା ସାମନାକୁ ଆସିଛି । ଏହାକୁ ନେଇ ସିଲିକନ ଇନଷ୍ଟିଚ୍ୟୁଟ୍ ଓ ହାପି କ୍ଳାସେଜ୍ ଭଳି ଶିକ୍ଷାନୁଷ୍ଠାନକୁ ସିଲ୍ କରାଯାଇଛି ଓ ସେଠାରେ ବି.ଏମ୍.ସି. ପକ୍ଷରୁ ରାଣ୍ଡମ ଟେଷ୍ଟ୍ କରାଯାଉଛି ।
ଏହା ବି ପଢ଼ନ୍ତୁ | ଅଭିଷେକ କହିଥିଲେ: ‘ମୋଷ୍ଟ୍ ବ୍ୟୁଟିଫୁଲ୍ ଐଶ୍ୱର୍ଯ୍ୟାଙ୍କୁ ବାହା ହୋଇ ଆଇନା ଦେଖିଲି, ଭୟଙ୍କର ଲାଗିଥିଲା’
ମେ ମାସରୁ ଉଭୟ ଦଶମ ଓ ଦ୍ୱାଦଶ ଶ୍ରେଣୀ ବୋର୍ଡ଼ ପରୀକ୍ଷା ଥିବାରୁ ଏବେ ପରୀକ୍ଷା ପରିଚାଳନା ସରକାରଙ୍କ ପାଇଁ ବଡ଼ ଚାଲେଞ୍ଜ ହେବ । ମାଟ୍ରିକରେ ପ୍ରାୟ ୬ ଲକ୍ଷ ପିଲା ମେ ୩ରୁ ପରୀକ୍ଷା ଦେବାକୁ ଥିବା ବେଳେ ମେ ୧୮ରୁ ଯୁକ୍ତ୨ରେ ପରୀକ୍ଷା ଦେବେ ୩ ଲକ୍ଷ ୪୮ ହଜାର ଛାତ୍ରଛାତ୍ରୀ । କୋଭିଡ କଟକଣା ସହ ପରୀକ୍ଷା ପରିଚାଳନା ଉପରେ ରହିବ ସଭିଙ୍କ ନଜର ।
ରାଜ୍ୟରେ କୋଭିଡ ସଂକ୍ରମଣ ବଢି଼ଚାଲିଛି । ଦେଶରେ ରେକର୍ଡ଼ ସଂଖ୍ୟକ ରୋଗୀ ଗୋଟିଏ ଦିନରେ ଚିହ୍ନଟ ହୋଇଥିବା ବେଳେ ରାଜ୍ୟରେ ବି କିଛି କମ୍ ନାହିଁ ରୋଗୀ ସଂଖ୍ୟା । ପ୍ରତି ଦିନ ୧୦୦ରୁ ଅଦିକ ନୂଆ ରୋଗୀ ଚିହ୍ନଟ ହେଉଛନ୍ତି ରାଜ୍ୟରେ । ଏହାକୁ ଦେଖି ବିଭିନ୍ନ ଜିଲ୍ଲାରେ ନାଇଟ୍ କର୍ଫ୍ୟୁ ମଧ୍ୟ ଲାଗୁ ହୋଇଛି ।






