ଓଡ଼ିଶା-ବେଙ୍ଗଲ୍ ସୀମା ସିଲ୍: ବିବାହ ପାଇଁ ଆସୁଥିବା ଦୁଇ ଜଣ ବର ଓ ବରଯାତ୍ରୀ ସୀମାରେ ଅଟକି ରହିଲେ
ଓଡି଼ଶା ସରକାର ଏମିତି ସୀମା ସିଲ୍ କରିବା ନିୟମ ଜାରି କରିଛନ୍ତି ବୋଲି ବର ପକ୍ଷ ଲୋକେ ପଶ୍ଚିମ ବଙ୍ଗ ବାସିନ୍ଦା ହୋଇଥିବାରୁ ଜାଣି ପାରିଲେ ନାହିଁ ବୋଲି କହିଛନ୍ତି । ଉଭୟ ବର ଓ ବରଯାତ୍ରୀଙ୍କ ପାଖରେ RTPCR ରିପୋର୍ଟ (ନେଗେଟିଭ୍) ନ ଥିଲା ।
ସୀମାରେ ଅଟକି ରହିଥିବା ଜଣେ ବର
- News18 Odia
- Last Updated: April 23, 2021, 8:59 PM IST
ବାଲେଶ୍ୱର: କରୋନା ସଂକ୍ରମଣ ଭୟାବହ ରୂପ ନେବା ପରେ ଓଡ଼ିଶା-ପଶ୍ଚିମ ବଙ୍ଗ ସୀମାରେ ଲାଗିଥିବା କଟକଣା ଯୋଗୁଁ ବାଲେଶ୍ୱର ଜିଲ୍ଲାରେ ଦୁଇଟି ଘଟଣାରେ ବିବାହ ପାଇଁ ଯାଉଥିବା ଦୁଇ ଜଣ ବରଙ୍କୁ ଅଧା ବାଟରେ ଅଟକି ରହିବାକୁ ପଡ଼ିଛି । ପଶ୍ଚିମ ବଙ୍ଗରେ କୋଭିଡ ସଂକ୍ରମଣ ସଂଖ୍ୟାରେ ଅହେତୁକ ବୃଦ୍ଧି ହେଉଥିବାରୁ ଓ ସେଠାରେ ତୃତୀୟ ଭୟାନକ ଷ୍ଟ୍ରେନ୍ ମିଳିଥିବାରୁ ଓଡି଼ଶା ସରକାର ପଶ୍ଚିମ ବଙ୍ଗ ଫେରନ୍ତାଙ୍କ ଉପରେ କଟକଣା ଲଗାଇଛନ୍ତି ।
ଶୁକ୍ରବାର ଦିନ ୬୦ ନମ୍ବର ଜାତୀୟ ରାଜପଥରେ ଲକ୍ଷ୍ମଣନାଥ ତନଖି ଫାଟକ ନିକଟରେ ପୋଲିସ ସକାଳୁ ସକାଳୁ ଯାଞ୍ଚ ଆରମ୍ଭ କରିଦେଇଥିଲା । ବିବାହ ପାଇଁ ପଶ୍ଚିମ ବଙ୍ଗ ସୀମା ପାର୍ କରି ଓଡ଼ିଶା ଆସୁଥିବା ଦୁଇ ବାହାଘର ପାର୍ଟିକୁ ଏହି ଯାଞ୍ଚ ବେଳେ ଅଟକାଇଥିଲା ପୋଲିସ ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ VIDEO | ‘ଏମିତି କହିବୁ ତ ଦୁଇ ଚାପୁଡ଼ ଖାଇବୁ’: ଅକ୍ସିଜେନ୍ ଅଭାବରୁ ହତାଶ ବ୍ୟକ୍ତିକୁ କହିଲେ କେନ୍ଦ୍ର ମନ୍ତ୍ରୀ

ଓଡ଼ିଶା ପକ୍ଷରୁ ସୀମା ବନ୍ଦ କରିଦିଆଯାଇଥିବାରୁ ଆଉ ଜଣେ ବରଙ୍କୁ ବି ଅଟକି ରହିବାକୁ ପଡ଼ିଥିଲା ।
‘‘ଏଇଟା ଆମ ପ୍ରତି ଅନ୍ୟାୟ ହୋଇଛି । ବର ଗାଡ଼ି ମାନେ ଇମର୍ଜେନ୍ସିସି ଗାଡ଼ି । ଓଡି଼ଶା ସରକାର ଏଥି ପ୍ରତି ଯତ୍ନବାନ ହେବାର ଆବଶ୍ୟକତା ରହିଛି,’’ କହିଥିଲେ ଅଟକିଥିବା ବର ଦେବାଶିଷ ଦେ ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ VIDEO | ଅର୍ଶୀ ଖାନ୍ଙ୍କ ଇଚ୍ଛା ବିରୁଦ୍ଧରେ ଜଣେ ଫ୍ୟାନ୍ ତାଙ୍କୁ KISS କରିଦେଲା; ଅଭିନେତ୍ରୀ ନର୍ଭସ୍ ହେଲେ!
ତାଙ୍କର ଜଣେ ସମ୍ପର୍କୀୟ ଶ୍ରୀକାନ୍ତ ଜମିନି କହିଥିଲେ ଯେ ଓଡି଼ଶା ସରକାର ଏମିତି ସୀମା ସିଲ୍ କରିବା ନିୟମ ଜାରି କରିଛନ୍ତି ବୋଲି ସେମାନେ ପଶ୍ଚିମ ବଙ୍ଗ ବାସିନ୍ଦା ହୋଇଥିବାରୁ ଜାଣି ପାରିଲେ ନାହିଁ । ‘‘ଆମକୁ କନ୍ୟା ଘର ପକ୍ଷରୁ ମଧ୍ୟ ଏ ନେଇ କିଛି କୁହାଯାଇ ନାହିଁ । ବର ଧୁମଧାମରେ ବାହାରିଛି, ହେଲେ ଏବେ ବିବାହ ହୋଇପାରିବ କି ନାହିଁ ତାକୁ ନେଇ ଆମେ ଚିନ୍ତାରେ ପଡ଼ିଛୁଁ,’’ ସେ କହିଥିଲେ ।
ଏହା ବି ପଢ଼ନ୍ତୁ | କୁକୁଡ଼ାମାନେ ଅଣ୍ଡା ଦେବା ବନ୍ଦ କରିଦେଲେ ବୋଲି ଥାନାକୁ ଯାଇ ଅଭିଯୋଗ କଲେ ଏହି ବ୍ୟକ୍ତି
‘‘ମୋ’ ବାହାଘର କେବେଠାରୁ ନିର୍ଦ୍ଧାରିତ ହୋଇଥିଲା । ଏବେ ହଠାତ୍ ଓଡ଼ିଶା ପକ୍ଷରୁ ସୀମା ବନ୍ଦ କରିଦିଆଯାଇଛି । ଏ କଥା ଆମେ ଜାଣିନାହୁଁ । ଏବେ କଣ କରିବୁ କିଛି ଜାଣି ପାରୁନାହିଁ,’’ କହିଥିଲେ ଦ୍ୱିତୀୟ ବର ଆବାସ ସେନାପତି ।
ଏହା ବି ପଢ଼ନ୍ତୁ | ମହାରାଷ୍ଟ୍ରରେ ଏପ୍ରିଲ୍ ୨୨ରୁ ସମ୍ପୂର୍ଣ୍ଣ ଲକଡାଉନ୍ ଜାରି ହୋଇଛି; ମେ ମାସ ୧ ତାରିଖ ପର୍ଯ୍ୟନ୍ତ ଲାଗୁ ରହିବ
ଓଡ଼ିଶା ସରକାରଙ୍କ ନିୟମ ଅନୁସାରେ ବେଙ୍ଗଲରୁ କେହି ଓଡ଼ିଶାକୁ ଆସିଲେ ୧୪ ଦିନ ସଙ୍ଗରୋଧରେ ରହିବାକୁ ବାଧ୍ୟ । କୋଭିଡ ସ୍ଥିତି ଗୁରୁତର ହେଉଥିବାରୁ ମୁଖ୍ୟ ଶାସନ ସଚିବ ଗୁରୁବାର ଏହି ଘୋଷଣା କରିଥିଲେ । ତା’ ପରଠାରୁ ଓଡ଼ିଶା ଓ ପଶ୍ଚିମ ବଙ୍ଗ ସୀମାରେ ଥିବା ଜିଲ୍ଲାଗୁଡ଼ିକରେ ରହିବ ଚେକଂ କଡ଼ାକଡ଼ି କରାଯାଇଛି । ଓଡ଼ିଶାକୁ ବିମାନରେ ଆସିଲେ ବି ସମାନ କଟକଣା ରହିବ ।
ବେଙ୍ଗଲରୁ ଓଡ଼ିଶା ଆସିଥିବା ବ୍ୟକ୍ତିଙ୍କ ପାଖରେ ୪୮ ଘଣ୍ଟା ପୂର୍ବରୁ ମିଳିଥିବା RTPCR ଟେଷ୍ଟ ରିପୋର୍ଟ ନେଗେଟିଭ୍ ଥିଲେ ସେ ନିଜ ଘରେ ରହିପାରିବେ । ଦୁଇଟି କୋଭିଡ୍ ଡୋଜ୍ ନେଇଥିଲେ ବି ନିଜ ଘରକୁ ଯାଇପାରିବେ। ଏହି ନିୟମ ଜାରି ହେବା ପରେ ପ୍ରଶାସନ ଶୁକ୍ରବାର ସକାଳଠାରୁ ପଶ୍ଚିମ ବଙ୍ଗକୁ ସଂଯୋଗ କରୁଥିବା ସବୁ ରାସ୍ତା ସିଲ୍ କରିଛି ଓ ଯାଞ୍ଚ କଡ଼ାକଡ଼ି କରିଛି ।






