ସତର୍କ! ଭାରତର ଚାରି ପାର୍ଶ୍ୱରେ ପ୍ରାୟ ଏକ ଡ଼ର୍ଜନ ଦେଶରେ ସାମରିକ ବେସ ନିର୍ମାଣ କରୁଛି ଚୀନ୍
ଭାରତର ଚାରି ପାର୍ଶ୍ୱରେ ପ୍ରାୟ ଏକ ଡ଼ର୍ଜନ ଦେଶରେ ସାମରିକ ବେସ ନିର୍ମାଣ କରୁଛି ଚୀନ୍
- News18 Odia
- Last Updated: September 2, 2020, 5:30 PM IST
ୱାଶିଂଟନ୍: ଆମେରିକାର ପ୍ରତିରକ୍ଷା ବିଭାଗ ପେଣ୍ଟାଗନ୍ (Pentagon) ଏକ ରିପୋର୍ଟରେ ଦାବି କରିଛି ଯେ ଚୀନ୍ ଭାରତର ତିନି ପଡୋଶୀ ଦେଶ ସମେତ ପ୍ରାୟ ଏକ ଡ଼ର୍ଜନ ଦେଶରେ ନିଜର ଦୃଢ଼ ସାମରିକ ଆଧାର ପ୍ରତିଷ୍ଠା କରିବାକୁ ଚେଷ୍ଟା କରୁଛି । ଲମ୍ବା ସମୟ ପାଇଁ ଏହାର ସାମରିକ ପ୍ରାଧାନ୍ୟ ବଜାୟ ରଖିବାକୁ ଚୀନ୍ ଏକ ଡ଼ର୍ଜନ ଦେଶରେ ତାର ସାମରିକ ବେସ୍ ନିର୍ମାଣ କରୁଛି । ରିପୋର୍ଟ ଅନୁଯାୟୀ, ଭାରତର ତିନି ପଡୋଶୀ ଦେଶ ପାକିସ୍ଥାନ, ଶ୍ରୀଲଙ୍କା ଓ ମିଆଁମାର ବ୍ୟତୀତ ଥାଇଲ୍ୟାଣ୍ଡ, ସିଙ୍ଗାପୁର, ଇଣ୍ଡୋନେସିଆ, ସଂଯୁକ୍ତ ଆରବ ଏମିରେଟ୍ସ,, କେନିଆ, ସେଚେଲ୍ସ,, ତାଞ୍ଜାନିଆ, ଅଙ୍ଗୋଲା ଓ ତାଜିକିସ୍ତାନରେ ଏହାର ଭିତ୍ତିଭୂମି ନିର୍ମାଣ ପାଇଁ ପ୍ରକଳ୍ପ କାର୍ଯ୍ୟ କରିଆସୁଛି ।
ଆଣବିକ ଅସ୍ତ୍ରକୁ ଦ୍ୱିଗୁଣିତ କରିବାର ଯୋଜନା
ପିପୁଲ୍ସ ଲିବରେସନ୍ ଆର୍ମି (PLA) ରେ ବର୍ତ୍ତମାନ ପ୍ରାୟ ୨୦୦ଟି ପରମାଣୁ ଅସ୍ତ୍ର ରହିଛି । କିନ୍ତୁ ଭବିଷ୍ୟତରେ ଏହା ସ୍ଥଳଭାଗ, ବୁଡ଼ାଜାହାଜ ଓ ବାୟୁରୁ ବୋମା ବିସ୍ଫୋରଣ କରାଯାଇ ପାରୁଥିବା ପରି କ୍ଷେପଣାସ୍ତ୍ର ସଂଖ୍ୟା ବୃଦ୍ଧି କରୁଛି । ଏଥିରେ ବର୍ତ୍ତମାନ ପରମାଣୁ ବାହକ ବାୟୁ ଉତକ୍ଷେପଣ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ନାହିଁ ଯାହା ଚୀନ୍ ବିକାଶ କରୁଛି । ରିପୋର୍ଟରେ କୁହାଯାଇଛି ଯେ ଆସନ୍ତା ୧୦ ବର୍ଷ ମଧ୍ୟରେ ଚୀନ୍ ଆଣବିକ ଶକ୍ତି ବିସ୍ତାର କରିବ ଓ ଅସ୍ତ୍ରଶସ୍ତ୍ରକୁ ପ୍ରାୟ ଦ୍ୱିଗୁଣିତ କରିବ । ଚାଇନା ପାଇଁ ଡେପୁଟି ଆସିଷ୍ଟାଣ୍ଟ ପ୍ରତିରକ୍ଷା ସଚିବ ଚାଡ ସ୍କ୍ରାବିଆ କହିଛନ୍ତି ଯେ ଆମେରିକା ପ୍ରଥମ ଥର ପାଇଁ ଚୀନ୍ ଅସ୍ତ୍ର ସଂଖ୍ୟାକୁ ସାର୍ବଜନୀନ କରିଛି । ସେ ଏହା ଉପରେ ଉଦ୍ବେଗ ପ୍ରକାଶ କରିବା ସହ କହିଛନ୍ତି ଯେ ଅସ୍ତ୍ରଶସ୍ତ୍ର ସଂଖ୍ୟା ସହିତ ଚୀନ୍ର ଆଣବିକ ବିକାଶ କେଉଁ ଦିଗକୁ ଗତି କରୁଛି ତାହା ଚିନ୍ତାର ବିଷୟ ।






