ଲାଲ କିଲ୍ଲାରେ ମୋଦୀଙ୍କ ସୁରକ୍ଷାରେ ଲାଗିଥିଲା ଆଣ୍ଟି-ଡ୍ରୋନ୍ ସିଷ୍ଟମ୍; ୨.୫ କି.ମି. ଯାଏଁ ଗୁଳି ମାରିପାରିବ
ଏହି ଶକ୍ତିଶାଳୀ ଆଣ୍ଟି-ଡ୍ରୋନ ସିଷ୍ଟମ୍ ଲେଜର ଅସ୍ତ୍ରଶସ୍ତ୍ରର ୱାଟେଜ୍ ଆଧାରରେ ତିନି କିଲୋମିଟର ପର୍ଯ୍ୟନ୍ତ ମାଇକ୍ରୋ ଡ୍ରୋନ୍ ଚିହ୍ନଟ କରିପାରେ । ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଂଗଠନ (DRDO) ଏହି ଅତି ସ୍ୱତନ୍ତ୍ର ଡ୍ରୋନ୍ ତିଆରି କରିଛି ।
ଲାଲ କିଲ୍ଲାରେ ବ୍ୟବହୃତ ହୋଇଥିବା ଆଣ୍ଟି-ଡ୍ରୋନ୍ ସିଷ୍ଟମ
- News18 Odia
- Last Updated: August 15, 2020, 8:41 PM IST
ନୂଆ ଦିଲ୍ଲୀ: ଦେଶ ଆଜି ୭୪ତମ ସ୍ୱାଧୀନତା ଦିବସ (Independence Day 2020) ପାଳନ କରୁଛି । ଏହି ଅବସରରେ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ (Narendra Modi) ଐତିହାସିକ ଲାଲ କିଲ୍ଲାର ପ୍ରାଚୀରରୁ ଦେଶକୁ ସମ୍ବୋଧିତ କରିଥିଲେ। ଏହି ପରି କାର୍ଯ୍ୟକ୍ରମ ସମୟରେ ପ୍ରତ୍ୟେକ ବର୍ଷ ଶୀର୍ଷ ଶ୍ରେଣୀର ସୁରକ୍ଷା ବ୍ୟବସ୍ଥା ଦେଖାଯାଇଥାଏ । ଏଥର ପ୍ରଧାନ ମନ୍ତ୍ରୀଙ୍କ ସୁରକ୍ଷା ପାଇଁ ଲାଲ କିଲ୍ଲାରେ ଏକ ସ୍ୱତନ୍ତ୍ର ଆଣ୍ଟି-ଡ୍ରୋନ୍ ସିଷ୍ଟମ (Anti-Drone System) ନିୟୋଜିତ କରାଯାଇଥିଲା । ଏହା ଏକ ଏମିତି ଡ୍ରୋନ୍ ଯାହା ଅଢ଼େଇ କିଲୋମିଟର ପର୍ଯ୍ୟନ୍ତ ଗୁଳି ଚଳାଇପାରେ । ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଂଗଠନ (DRDO) ଦ୍ୱାରା ଏହି ଅତି ସ୍ୱତନ୍ତ୍ର ଡ୍ରୋନ୍ ତିଆରି କରାଯାଇଛି ।
କ’ଣ ଏହାର ବିଶେଷତ୍ୱ?
>> ଏହା ଛୋଟ ଛୋଟ ଡ୍ରୋନକୁ ତିନି କିଲୋମିଟର ବ୍ୟାସାର୍ଦ୍ଧ ଭିତରକୁ ଆସିବାରୁ ରୋକେ ।
> ଲେଜର ଅସ୍ତ୍ରଶସ୍ତ୍ରର ୱାଟେଜ୍ ଆଧାରରେ ଏହା ତିନି କିଲୋମିଟର ପର୍ଯ୍ୟନ୍ତ ମାଇକ୍ରୋ ଡ୍ରୋନ୍ ଚିହ୍ନଟ କରିପାରେ ।
DRDO-developed anti-drone system deployed near Red Fort today on #IndependenceDay. The system can detect and jam micro drones up to 3 kilometres and use laser to bring down a target up to 1-2.5 kilometres depending on the wattage of laser weapon. pic.twitter.com/uyraH5XNzF
— ANI (@ANI) August 15, 2020
>> ଏହି ଆଣ୍ଟି-ଡ୍ରୋନ ସିଷ୍ଟମ ଏକରୁ ଅଢ଼େଇ କିଲୋମିଟର ବ୍ୟାସାର୍ଦ୍ଧ ପର୍ଯ୍ୟନ୍ତ ଲେଜର ସାହାଯ୍ୟରେ ଗୁଳି ଚଳାଇପାରେ ।
ପ୍ରଧାନ ମନ୍ତ୍ରୀଙ୍କ ସମ୍ବୋଧନ
ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ ୭୪ତମ ସ୍ୱାଧୀନତା ଦିବସ ଅବସରରେ ଦେଶ ଉଦ୍ଦେଶ୍ୟରେ ନିଜ ସମ୍ବୋଧନରେ ଦେଶକୁ 'ଆତ୍ମନିର୍ଭରଶୀଳ' କରିବା ଉପରେ ଗୁରୁତ୍ୱାରୋପ କରିଥିଲେ । ଏଥି ପାଇଁ ଏକ ବ୍ୟାପକ ଢାଞ୍ଚା ପ୍ରସ୍ତୁତ କରିବା ଉପରେ ସେ ଅନେକ ଘୋଷଣା କରିଥିଲେ।
ଏହା ବି ପଢ଼ନ୍ତୁ | ବିଗତ ୧୦ ବର୍ଷରେ ରାଜ୍ୟରେ ବୃଦ୍ଧି ହୋଇନାହିଁ ହାତୀ ସଂଖ୍ୟା; ଚିନ୍ତା ପ୍ରକଟ କଲେ ପରିବେଶବିତମାନେ
ଏହା ବି ପଢ଼ନ୍ତୁ | Independence Day Speech: କରୋନା ଟିକାକୁ ନେଇ ପ୍ରଧାନ ମନ୍ତ୍ରୀ ମୋଦୀ ଲାଲ କିଲ୍ଲାର ପ୍ରାଚୀରରୁ ଏକ ବଡ଼ ଘୋଷଣା କଲେ
ବିଶ୍ୱର କଲ୍ୟାଣ ପାଇଁ 'ଆତ୍ମନିର୍ଭରଶୀଳ ଭାରତ' ଜରୁରୀ ବୋଲି କହି ମୋଦୀ କହିଥିଲେ ଯେ କରୋନା ଭୂତାଣୁ ମହାମାରୀ ଭାରତକୁ ଆତ୍ମନିର୍ଭରଶୀଳ ହେବାର ସଂକଳ୍ପରୁ ହଟାଇ ପାରିବ ନାହିଁ ।
ଐତିହାସିକ ଲାଲ କିଲ୍ଲାର ପ୍ରାଚୀରରୁ ନିଜ ସପ୍ତମ ସ୍ୱାଧୀନତା ଦିବସ ଅଭିଭାଷଣରେ ମୋଦୀ କହିଥିଲେ ଯେ ଭାରତର ସାର୍ବଭୌମତ୍ୱ ସର୍ବମାନ୍ୟ, ଆଉ ଯିଏ ବି ଏହା ଉପରେ ଆଖି ଉଠେଇ ଦେଖିଛି ଦେଶ ତଥା ଦେଶର ସୈନ୍ୟ ବାହିନୀ ନିଜ ଭାଷାରେ ତା’ର ଜବାବ ଦେଇଛନ୍ତି ।






