ଭାରତ-ଚୀନ୍ ସୀମା ବିବାଦ ଉପରେ ଡୋନାଲ୍ଡ ଟ୍ରମ୍ପ କହିଛନ୍ତି: ପରିସ୍ଥିତି ଅତ୍ୟନ୍ତ ଗମ୍ଭୀର, ଆମେ ସାହାଯ୍ୟ କରିବାକୁ ପ୍ରସ୍ତୁତ
ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ ସେ ଭାରତ ଚୀନ୍ ସୀମା ବିବାଦରେ ଭାରତକୁ ସାହାଯ୍ୟ କରିବାକୁ ପ୍ରସ୍ତୁତ ଅଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ ଭାରତ-ଚୀନ୍ ସୀମାରେ ସ୍ଥିତି ଅତ୍ୟନ୍ତ ଖରାପ ହୋଇ ଯାଇଛି ।
ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ (ଫାଇଲ ଫଟୋ)
- News18 Odia
- Last Updated: September 5, 2020, 10:19 AM IST
ଆମେ ଚୀନ୍ ଓ ଭାରତକୁ ସାହାଯ୍ୟ କରିବାକୁ ପ୍ରସ୍ତୁତ: ଟ୍ରମ୍ପ
ଏକ ସାମ୍ବାଦିକ ସମ୍ମିଳନୀରେ ଟ୍ରମ୍ପ ଦୋହରାଇଛନ୍ତି ଯେ ସେ ଉଭୟ ଭାରତ ଓ ଚୀନ୍ ସହ ପରିସ୍ଥିତି ବିଷୟରେ କହିଛନ୍ତି । ସେ କହିଛନ୍ତି ଯେ ଚୀନ୍ ଓ ଭାରତ ସଂପର୍କରେ ଆମେ ସାହାଯ୍ୟ କରିବାକୁ ପ୍ରସ୍ତୁତ । ଯଦି ଆମେ କିଛି କରିପାରିବୁ ତେବେ ଆମେ ଏଥିରେ ଯୋଗଦେବା ଓ ସାହାଯ୍ୟ କରିବାକୁ ପସନ୍ଦ କରିବୁ । ଆମେ ଉଭୟ ଦେଶ ସହିତ ଏ ବିଷୟରେ କଥାବାର୍ତ୍ତା କରୁଛୁ ।
ଜଣେ ସାମ୍ବାଦିକ ତାଙ୍କୁ ପଚାରିଲେ ଚୀନ୍ ଭାରତକୁ ଧମକ ଦେଉଛି ? ଏହି ପ୍ରଶ୍ନର ଉତ୍ତରରେ ଟ୍ରମ୍ପ କହିଛନ୍ତି ଯେ ଆମେ ଆଶା କରୁଛୁ ଏହା ହେବା ଉଚିତ ନୁହେଁ, କିନ୍ତୁ ଚୀନ୍ ନିଶ୍ଚିତ ଭାବରେ ଏହି ଦିଗରେ ଗତି କରୁଛି । ଟ୍ରମ୍ପ କହିଛନ୍ତି, 'ମୁଁ ଆଶା କରୁଛି ତାହା ନୁହେଁ, କିନ୍ତୁ ଚୀନ୍ ଏହି ଦିଗରେ ଗତି କରୁଛି । ଚୀନ୍ ଏହି ଦିଗରେ ବହୁତ ଜୋରରେ ଗତି କରୁଛି ଓ ଅନେକ ଲୋକ ଏହି କଥା ବୁଝିଛନ୍ତି ।
ଚୀନ୍ ସହିତ ସୀମା ବିବାଦର ସମାଧାନ ପାଇଁ ଚାଲିଥିବା ପ୍ରୟାସ ମଧ୍ୟରେ ଭାରତ ପୂର୍ବ ଲଦାଖର ଫିଙ୍ଗର ଅଞ୍ଚଳଠାରୁ ସମାନ ଦୂରତାରେ ପଛକୁ ଫେରିବା ପାଇଁ ଚୀନ୍ର ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଛି । କୂଟନୈତିକ ସ୍ତରୀୟ ଆଲୋଚନା ପରେ ଉଭୟ ପକ୍ଷ ସୀମା ସମସ୍ୟାର ସମାଧାନ ପାଇଁ ଅଧିକ ସାମରିକ ସ୍ତରୀୟ ଆଲୋଚନା କରିବାକୁ ମଧ୍ୟ କାର୍ଯ୍ୟ କରୁଛନ୍ତି । ତିନି ମାସରୁ ଅଧିକ ସମୟ ଧରି ଚାଲିଥିବା ସୀମା ବିବାଦର ସମାଧାନ ପାଇଁ ଏହା କରାଯାଉଛି ।






