ପାକିସ୍ତାନ ଓ ଚୀନ୍ ପାଇଁ କାଳ! ବୁଧବାର ଦିନ ଭାରତରେ ପହଞ୍ଚିବ ୫ଟି ରାଫେଲ୍ ଯୁଦ୍ଧ ବିମାନ
ଜୁଲାଇ ୨୯ ଅର୍ଥାତ୍ ବୁଧବାର ଦିନ ହରିୟାଣାର ଅମ୍ବାଲାରେ ବିମାନ ଘାଟିରେ ପହଞ୍ଚିବ ଏହି ଅତ୍ୟାଧୁନିକ ଯୁଦ୍ଧ ବିମାନ । ପ୍ରଥମ ପର୍ଯ୍ୟାୟରେ ଫ୍ରାନ୍ସର ମେରିଗନାକ୍ ଏୟାର ବେସରୁ ଉଡାଣ ଭରିଛି ପାଞ୍ଚଟି ରାଫେଲ୍ ବିମାନ ।
ଏକ ରାଫେଲ୍ ଯୁଦ୍ଧ ବିମାନ
- News18 Odia
- Last Updated: July 27, 2020, 8:06 PM IST
ନୂଆ ଦିଲ୍ଲୀ: ପାକିସ୍ତାନ ଓ ଚୀନ୍ – ଭାରତର ଦୁଇ ପଟେ ଦୁଇ ବଦମାସ୍ ପଡ଼ୋଶୀ । ସେମାନଙ୍କୁ ଜବାବ୍ ଦେବାକୁ ଏବେ ଭାରତୀୟ ସେନାର ସାହସକୁ ଦ୍ବିଗୁଣିତ ହେଉଛି । ଫ୍ରାନ୍ସରୁ ଆସୁଛି ବ୍ରହ୍ମାସ୍ତ୍ର ରୂପୀ ରାଫେଲ୍ ଯୁଦ୍ଧ ବିମାନ । ଦୀର୍ଘ ପ୍ରତୀକ୍ଷାର ଅନ୍ତ ପରେ ଭାରତକୁ ରାଫେଲ ବିମାନ ପଠାଉଛି ଫ୍ରାନ୍ସ । ଜୁଲାଇ ୨୯, ଅର୍ଥାତ୍ ବୁଧବାର ଦିନ, ଭାରତରେ ପହଞ୍ଚିବ ରାଫେଲ ଯୁଦ୍ଧ ବିମାନ ।
ପ୍ରଥମ ପର୍ଯ୍ୟାୟରେ ଫ୍ରାନ୍ସର ମେରିଗନାକ୍ ଏୟାରବେସରୁ ଉଡ଼ାଣ ଭରିଛି ପାଞ୍ଚଟି ରାଫେଲ ବିମାନ । ବାୟୁ ସେନାର ପାଇଲଟମାନେ ଏହି ବିମାନକୁ ଫ୍ରାନ୍ସରୁ ଆଣି ଭାରତ ଆସୁଛନ୍ତି । ଗତ ବିଜୟାଦଶମୀରେ ଫ୍ରାନ୍ସରେ ଶସ୍ତ୍ରପୂଜା କରିଥିଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ । ରାଫେଲ୍ ବିମାନରେ ଓଁ ଲେଖି ମାରିଥିଲେ ଭାରତର ମୋହର । ସେହି ଦିନରୁ ଅପେକ୍ଷା ଥିଲା ଫ୍ରାନ୍ସରୁ କେବେ ଭାରତ ଆସିବ ମହାଶକ୍ତିଶାଳୀ ରାଫେଲ୍ ବିମାନ । ଏବେ ସେହି ପ୍ରତୀକ୍ଷାର ଅନ୍ତ ହୋଇଛି ।
ଜୁଲାଇ ୨୯ ଅର୍ଥାତ୍ ବୁଧବାର ହରିୟାଣାର ଅମ୍ବାଲାରେ ବିମାନ ଘାଟିରେ ପହଞ୍ଚିବ ଏହି ଅତ୍ୟାଧୁନିକ ଯୁଦ୍ଧ ବିମାନ । ପ୍ରଥମ ପର୍ଯ୍ୟାୟରେ ଫ୍ରାନ୍ସର ମେରିଗନାକ୍ ଏୟାର ବେସରୁ ଉଡାଣ ଭରିଛି ପାଞ୍ଚଟି ରାଫେଲ୍ ବିମାନ । ବାଟରେ କେବଳ ଇନ୍ଧନ ଭରିବା ଲାଗି ବିମାନଗୁଡ଼ିକ ୟୁନାଇଟେଡ୍ ଆରବ ଏମିରେଟ୍ସସର ଅଲ୍ ଧାଫରା ବିମାନଘାଟିରେ ଅବତରଣ କରିବ । ପାଞ୍ଚଟି ବିମାନ ମଧ୍ୟରେ ରହିଛି ଦୁଇଟି ଟ୍ରେନର୍ ଓ ତିନିଟି ଲଢୁଆ ବିମାନ ।

ବାୟୁ ସେନାର ୧୨ ଜଣ ପାଇଲଟ୍ ରାଫେଲ ଉଡ଼ାଇବା ଲାଗି ଫ୍ରାନ୍ସରେ ପ୍ରଶିକ୍ଷଣ ନେଇସାରିଛନ୍ତି ।
କୁହାଯାଉଛି ଯେ ଚୀନ୍ ସହ ସୀମା ବିବାଦକୁ ଦୃଷ୍ଟିରେ ରଖି ଭାରତ ଏଲ୍.ଏ.ସି.ରେ ରାଫେଲ ଲଢ଼ୁଆ ବିମାନ ମୁତୟନ କରିବ । ବର୍ତ୍ତମାନ ସୁଦ୍ଧା ବାୟୁ ସେନାର ୧୨ ଜଣ ପାଇଲଟ୍ ରାଫେଲ ଉଡ଼ାଇବା ଲାଗି ଫ୍ରାନ୍ସରେ ପ୍ରଶିକ୍ଷଣ ନେଇସାରିଛନ୍ତି । ଭାରତ ୩୬ଟି ରାଫେଲ ଯୁଦ୍ଧ ବିମାନ କିଣିବା ପାଇଁ ୨୦୧୬ରେ ଫ୍ରାନ୍ସ ସହିତ ୫୮ ହଜାର କୋଟି ଟଙ୍କାର ଚୁକ୍ତି କରିଥିଲା । ପ୍ରଥମ ପର୍ଯ୍ୟାୟରେ ୫ଟି ବିମାନ ଭାରତକୁ ଆସୁଛି । ବାକି ସବୁ ଫାଇଟର ଜେଟ୍ ୨୦୨୨ ସୁଦ୍ଧା ଭାରତକୁ ଆସିଯିବେ । ଏମାନଙ୍କ ମଧ୍ୟରୁ ମୋଟ ୧୮ଟି ଅମ୍ବାଲା ଏୟାରବେସ୍ରେ ଓ ଆଉ ବାକି ୧୮ଟି ପଶ୍ଚିମ ବଙ୍ଗର ହାଶିମାରାରେ ମୁତୟନ ହେବେ ।
ଭାରତରେ ଜୁଲାଇ ୨୯ ତାରିଖରେ ପ୍ରଥମ ରାଫେଲ୍ ବିମାନ ପପହଞ୍ଚିବା ନେଇ ଖୁବ୍ ଶୀଘ୍ର ଭାରତୀୟ ବାୟୁ ସେନା ଆନୁଷ୍ଠାନିକ ଭାବେ ଘୋଷଣା କରିବ । ତେବେ କୁହାଯାଉଛି ଯେ ମୋଟ୍ ୩୬ଟି ରାଫେଲ ବିମାନ ମଧ୍ୟରୁ ପ୍ରଥମ ଦଫାରେ ୬ଟି ଲଢୁଆ ବିମାନ ଜୁଲାଇରେ ଆସିବ ।
ଉଦ୍ଦେଶ୍ୟ ସ୍ପଷ୍ଟ ଯେ ପଶ୍ଚିମରେ ପାକିସ୍ତାନ ଓ ପୂର୍ବରେ ଚୀନ୍ ଉପରେ ରହିବ ତୀକ୍ଷଣ ନଜର । ସେତେବେଳେ ପାକିସ୍ତାନର ପ୍ରଧାନ ମନ୍ତ୍ରୀ ଇମ୍ରାନ୍ ଖାନ୍ ବୁଝିପାରିବେ ପରମାଣୁ ବୋମାର ଧମକ ଦେବା କେତେ ସହଜ ଆଉ ପାକିସ୍ତାନ ପାଇଁ ତାହା କେତେ ଭୟଙ୍କର ହୋଇପାରେ । ଏପଟେ ଏଲ୍.ଏ.ସି.ରେ ଭାରତକୁ ନାଲି ଆଖି ଦେଖାଉଥିବା ଚୀନ୍ ବି ଖୁବ୍ ଶୀଘ୍ର ଆସିଯିବ ଠିକଣା ବାଟକୁ ।
ଏହା ବି ପଢ଼ନ୍ତୁ: ଅଗଷ୍ଟ ୧ରୁ ଅନଲକ୍-୩ ଆରମ୍ଭ ହେବ; ଖୋଲିପାରେ ସିନେମା ହଲ୍; ଜିମ୍ ପାଇଁ ବି ଅନୁମତି ମିଳିପାରେ
ଏହା ବି ପଢ଼ନ୍ତୁ: ସୁଶାନ୍ତ ସିଂ ରାଜପୁତ ଆତ୍ମହତ୍ୟା: ମହେଶ ଭଟ୍ଟଙ୍କ ସହ ଅଢ଼େଇ ଘଣ୍ଟା ପଚରାଉଚରା କଲା ମୁମ୍ବାଇ ପୋଲିସ
ଭାରତକୁ ଯେଉଁ ରାଫେଲ୍ ମିଳିବାକୁ ଏମିତି ଏକ ବ୍ରହ୍ମାସ୍ତ୍ର ଯାହାର କୌଣସି ଜବାବ୍ ନାହିଁ । ଇଏ ସେହି ଅଦ୍ଭୁତ ଲଢୁଆ ବିମାନ ଯାହା ନା ପାକିସ୍ତାନ ପାଖରେ ଅଛି ନା ଚୀନ୍ ପାଖରେ । ଇଏ ଏମିତି ଏକ ଫାଇଟର ଜେଟ୍ ଯାହାର ଲକ୍ଷ୍ୟଭେଦ କ୍ଷମତା ଏମିତି ଅଚୁକ ଯାହା ଶତ୍ରୁର ସବୁ ଟାର୍ଗେଟ୍କୁ ଭେଦ କରିପାରିବ ।






