ପ୍ରତିରକ୍ଷା ମନ୍ତ୍ରଣାଳୟ ସ୍ୱୀକାର କଲା ଯେ ଭାରତୀୟ ଅଞ୍ଚଳରେ ଚୀନ୍ ସେନା ଅନୁପ୍ରବେଶ କରିଛି
India China Face off: ପ୍ରତିରକ୍ଷା ମନ୍ତ୍ରଣାଳୟ ଦ୍ୱାରା ପ୍ରକାଶିତ ଏହି ଡକ୍ୟୁମେଣ୍ଟର ଉଦାହରଣ ଦେଇ କଂଗ୍ରେସ ନେତା ରାହୁଳ ଗାନ୍ଧୀ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି ।
ପ୍ରତିରକ୍ଷା ମନ୍ତ୍ରଣାଳୟ ନିଜ ୱେବସାଇଟରେ ଏହି ଡ଼କ୍ୟୁମେଣ୍ଟ ପ୍ରକାଶିତ କରିଛି ।
- News18 Odia
- Last Updated: August 6, 2020, 5:28 PM IST
ନୂଆ ଦିଲ୍ଲୀ: ଭାରତ ଓ ଚୀନ୍ ମଧ୍ୟରେ ଲଦ୍ଦାଖ ସୀମା ବିବାଦ (Ladakh Border Dispute) ଉପରେ ପ୍ରତିରକ୍ଷା ମନ୍ତ୍ରଣାଳୟ ଆନୁଷ୍ଠାନିକ ଭାବେ ସ୍ୱୀକାର କରିଛି ଯେ ଚୀନ୍ ଭାରତୀୟ ଅଞ୍ଚଳରେ ଅନୁପ୍ରବେଶ କରିଛି। ଚଳିତ ବର୍ଷ ମେ’ ମାସରେ ଚୀନ୍ ପୂର୍ବ ଲଦ୍ଦାଖ ସୀମା ଭିତରେ ଅନୁପ୍ରବେଶ କରିଥିଲା । ଏହା ଯୋଗୁଁ ଦୁଇ ଦେଶର ସୈନ୍ୟବାହିନୀ ମଧ୍ୟରେ ଏକ ହିଂସାତ୍ମକ ସଙ୍ଘର୍ଷ ହେବା ସହ ସୀମାରେ ପରିସ୍ଥିତି ଖରାପ ହୋଇଯାଇଥିଲା । ଏହି ସଙ୍ଘର୍ଷରେ ଭାରତୀୟ ସେନାର ଜଣେ କର୍ଣ୍ଣେଲଙ୍କ ସମେତ ୨୦ ଜଣ ସୈନିକ ସହିଦ ହୋଇଥିଲେ ଓ ଚୀନ୍ ସେନାର ଅନେକ ସୈନିକ ମଧ୍ୟ ହତାହତ ହୋଇଥିଲେ । ଏହି ହିଂସାତ୍ମକ ସଙ୍ଘର୍ଷ ପରେ ଦୁଇ ଦେଶ ମଧ୍ୟରେ ଆଲୋଚନା ଜାରି ରହିଛି।
ପ୍ରତିରକ୍ଷା ମନ୍ତ୍ରଣାଳୟ ନିଜ ୱେବସାଇଟରେ ପ୍ରକାଶିତ ଏକ ଡ଼କ୍ୟୁମେଣ୍ଟରେ କହିଛି ଯେ ମେ’ ୫ ତାରିଖରୁ ଗାଲୱାନ ଠାରେ ଚୀନ୍ର ଗତିବିଧି ବୃଦ୍ଧି ପାଇଛି। ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ ଚାଇନିଜମାନେ PP-୧୫ କୁଗ୍ରାଙ୍ଗ ନାଲା (Kugrang Nala), ଗୋଗ୍ରା (Gogra ) ଯଥା PP-୧୭A ଓ ପାଙ୍ଗୋଙ୍ଗ ହ୍ରଦରେ ଉତ୍ତର ବ୍ୟାଙ୍କ ଅଫରେ ମେ' ୧୭ ଓ ୧୮ ତାରିଖରେ ଅନୁପ୍ରବେଶ କରିଥିଲେ।

ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ (ଫାଇଲ୍ ଫଟୋ)
ଏହା ବି ପଢ଼ନ୍ତୁ: ଖୋର୍ଦ୍ଧା SP କରୋନା ଆକ୍ରାନ୍ତ ହେଲେ; ଗତ ୨୪ ଘଣ୍ଟାରେ ରାଜ୍ୟରେ ଆଉ ୧୦ ଜଣଙ୍କ ଜୀବନ ନେଲା କରୋନା
ଏହା ବି ପଢ଼ନ୍ତୁ | ଅଯୋଧ୍ୟାରେ ରାମ ମନ୍ଦିର ଏମିତି ଦେଖାଯିବ; କଳାକାରୀ ଓ ଭବ୍ୟତାର ଅନନ୍ୟ ମିଳନ ହେବ
ଏହା ପୂର୍ବରୁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ (Rajnath Singh) ନିଜର ଲେହ (Leh) ଗସ୍ତ ସମୟରେ ସୈନ୍ୟମାନଙ୍କୁ ସମ୍ବୋଧିତ କରିବା ବେଳେ ସୂଚନା ଦେଇଥିଲେ ଯେ ସମାଧାନର ରାସ୍ତା ଖୋଜାଯାଉଛି କିନ୍ତୁ ଏହି ବିବାଦର କେବେ ସମାଧାନ ହେବ ତାହା ଗ୍ୟାରେଣ୍ଟି ଦେଇହେବ ନାହିଁ ।






