India-China standoff: LAC ରେ ଗୁଳି ବିନିମୟ; ଅରୁଣାଚଳ ପ୍ରଦେଶ ଭାରତର ଅଂଶ ନୁହେଁ-ଚୀନ୍
ଚୀନ୍ ଗୋଟେ ପାଦ ଆଗକୁ ବଢ଼ି ଅରୁଣାଚଳ ପ୍ରଦେଶକୁ ଭାରତର ଏକ ଅଂଶ ଭାବରେ ଗ୍ରହଣ କରିବାକୁ ମନା କରିଦେଇଛି । ଏହା ବ୍ୟତୀତ ଚୀନ୍ ଆର୍ମି (PLA) ଅଭିଯୋଗ କରିଛି ଯେ ଭାରତୀୟ ସେନା ପୁଣିଥରେ LAC ଉପରେ ଗୁଳି ଚଳାଇଛନ୍ତି ।
ଚୀନ୍ ଅରୁଣାଚଳକୁ ଭାରତର ଏକ ଅଂଶ ଭାବରେ ମାନିବାକୁ ମନା କରିଛି
- News18 Odia
- Last Updated: September 8, 2020, 9:08 AM IST
ବେଜିଂ: ଚୀନ୍ ତରଫରୁ ଆକ୍ରମଣାତ୍ମକ ମନୋଭାବ ଲଗାତାର ଜାରି ରହିଛି । ଅରୁଣାଚଳ ପ୍ରଦେଶର ସୀମାରୁ ଚୀନ୍ ଆର୍ମି (PLA) ଦ୍ୱାରା ପାଞ୍ଚ ଜଣ ଭାରତୀୟ ଅପହରଣ ମାମଲାରେ ଚୀନ୍ କହିଛି ଯେ ସେ ଅରୁଣାଚଳକୁ ଭାରତର ଅଂଶ ଭାବେ ମାନେ ନାହିଁ । ଚୀନ୍ ସ୍ପଷ୍ଟ ଭାବେ କହିଛି ଯେ ସେ ସର୍ବଦା ଅରୁଣାଚଳକୁ ଚାଇନାର ଦକ୍ଷିଣ ତିବ୍ଦତର ଅଞ୍ଚଳ ବୋଲି ବିବେଚନା କରିଛି । ଚୀନ୍ ଅଭିଯୋଗ କରିଛି ଯେ ସୋମବାର ଦିନ LAC ରେ ଅବସ୍ଥାପିତ ଭାରତୀୟ ସୈନ୍ୟମାନେ ପୁଣି ଥରେ ବେଆଇନ ଭାବେ ସୀମା ପାର କରି ଚୀନ୍ ସୀମାରେ ଅବସ୍ଥିତ ସୈନ୍ୟ ଉପରେ ଚେତାବନୀ ଦେଇ ଗୁଳି ଚଳାଇଛନ୍ତି । ଚୀନ୍ ଅନୁଯାୟୀ ଚୀନ୍ ସୈନିକମାନେ ବୁଝାମଣା କରିବାକୁ ଚାହୁଁଥିଲେ ।
China has never recognized so-called "Arunachal Pradesh," which is China's south Tibet region, and we have no details to release yet about question on Indian army sending a message to PLA about five missing Indians in the region: Chinese FM spokesperson Zhao Lijian pic.twitter.com/PqFdV5zp60
— Global Times (@globaltimesnews) September 7, 2020
ଗତ ରବିବାର ଦିନ ଟୁଇଟ୍ରେ କେନ୍ଦ୍ର ମନ୍ତ୍ରୀ କିରେନ ରିଜିଜୁ ଅପହରଣ ସମ୍ପର୍କରେ ସୂଚନା ଦେଇଥିଲେ ଯେ ଭାରତୀୟ ସେନା ଚୀନ୍ର ଉତ୍ତରକୁ ଅପେକ୍ଷା କରିଛି । ସେ ଲେଖିଛନ୍ତି, 'ଭାରତୀୟ ସେନା ଏହାର ଉତ୍ତରକୁ ଅପେକ୍ଷା କରି ପିପୁଲ୍ସ ଲିବରେସନ୍ ଆର୍ମି ପ୍ରତିପକ୍ଷଙ୍କୁ ଏକ ବାର୍ତ୍ତା ପଠାଇଛି ।' ଜଣେ ସାମ୍ବାଦିକଙ୍କ ଟ୍ୱିଟର ଉତ୍ତରରେ ରିଜିଜୁ ଏହା ଲେଖିଛନ୍ତି । ଚଳିତ ବର୍ଷ ଜୁନ୍ ମାସରେ ଲଦାଖ ସୀମାରେ ଭାରତଓ ଚୀନ୍ ମଧ୍ୟରେ ହୋଇଥିବା ସଂଘର୍ଷରେ ୨୦ ଜଣ ଭାରତୀୟ ସୈନିକଙ୍କ ମୃତ୍ୟୁ ଘଟିଛି ଓ ସେହି ଦିନଠାରୁ ଦୁଇ ଦେଶ ମଧ୍ୟରେ ତିକ୍ତତା ବୃଦ୍ଧି ପାଇବାରେ ଲାଗିଛି ।
Indian troops' illegal crossing of the LAC on Mon seriously violated agreements reached by China & #India, stirred up tensions in the region, and would easily cause misunderstandings & misjudgments, which is a serious military provocation: spokesperson https://t.co/9A0j8nU5IS
— Global Times (@globaltimesnews) September 7, 2020
୨୯-୩୦ ଅଗଷ୍ଟ ରାତିରେ ଭାରତୀୟ ସେନା ଅନୁଯାୟୀ ଉଭୟ ଦେଶର ସୈନିକଙ୍କ ମଧ୍ୟରେ ସଂଘର୍ଷ ହୋଇଥିଲା । ଏପର୍ଯ୍ୟନ୍ତ କୌଣସି କ୍ଷୟକ୍ଷତି ସମ୍ପର୍କରେ ସୂଚନା ମିଳିନାହିଁ। ଭାରତୀୟ ସେନା ଏକ ବିବୃତ୍ତି ଜାରି କରି କହିଛି ଯେ ଚୀନ୍ ପିପୁଲ୍ସ ଲିବରେସନ୍ ଆର୍ମି ବା ପିଏଲ୍ଏ ସୀମାରେ ସ୍ଥିତି ପରିବର୍ତ୍ତନ କରିବାକୁ ଚେଷ୍ଟା କରିଛି, କିନ୍ତୁ ସତର୍କ ଭାରତୀୟ ସୈନିକମାନେ ଏହା କରିବାକୁ ଦେଇ ନାହାଁନ୍ତି । ଏହି ବିବୃତ୍ତି ଅନୁଯାୟୀ, 'ଭାରତୀୟ ସୈନିକମାନେ ପାଙ୍ଗୋଙ୍ଗ ସୋ ହ୍ରଦରେ ଚୀନ୍ ସୈନିକର ଉତ୍ତେଜନାକୁ ବନ୍ଦ କରି ଦେଇଛନ୍ତି । ଭାରତୀୟ ସେନା ସଂଳାପ ମାଧ୍ୟମରେ ଶାନ୍ତି ଫେରାଇ ଆଣିବା ସପକ୍ଷରେ ଅଛି କିନ୍ତୁ ସେହି ସମୟରେ ଏହାର ଅଞ୍ଚଳର ଅଖଣ୍ଡତା ରକ୍ଷା କରିବାକୁ ମଧ୍ୟ ପ୍ରତିଶ୍ରୁତିବଦ୍ଧ । ସମଗ୍ର ବିବାଦକୁ ନେଇ ବ୍ରିଗେଡ୍ କମାଣ୍ଡର ସ୍ତରରେ ବୈଠକ ଚାଲିଛି।






