ଭାରତ ଚୀନ୍କୁ ଦେଲା ଆଉ ଏକ ଝଟକା ! NHAI ଏହି ଚାଇନିଜ୍ କମ୍ପାନୀକୁ ଅଯୋଗ୍ୟ ଘୋଷଣା କଲା
ଭାରତ ଓ ଚୀନ୍ ମଧ୍ୟରେ ଚାଲିଥିବା ସୀମା ବିବାଦ ଯୋଗୁଁ ଭାରତର ଜାତୀୟ ରାଜପଥ ପ୍ରାଧିକରଣ ଏକ ଚୀନ୍ କମ୍ପାନୀକୁ ଅଯୋଗ୍ୟ ଘୋଷଣା କରିଛି ।
ଭାରତ ଚୀନ୍କୁ ଦେଲା ଆଉ ଏକ ଝଟକା !
- News18 Odia
- Last Updated: September 8, 2020, 5:11 PM IST
ନୂଆ ଦିଲ୍ଲୀ: ଭାରତ ଓ ଚୀନ୍ ମଧ୍ୟରେ ଚାଲିଥିବା ସୀମା ବିବାଦ କାରଣରୁ ଭାରତର ଜାତୀୟ ରାଜପଥ ପ୍ରାଧିକରଣ (National Highway Authority of India) ଏକ ଚୀନ୍ କମ୍ପାନୀକୁ ଅଯୋଗ୍ୟ କରିଛି । ବାସ୍ତବରେ ପଶ୍ଚିମବଙ୍ଗର (West Bengal) ଗଙ୍ଗା ନଦୀ ଉପରେ ଏକ ନିର୍ମାଣାଧୀନ ବ୍ରିଜର ଗାର୍ଡର୍ ଭାଙ୍ଗିବା ମାମଲାରେ କମ୍ପାନୀ ଦାୟୀ ବୋଲି ଜଣା ପଡିଥିଲା । ଏହା ଫଳରେ ବର୍ତ୍ତମାନ ଏହି କମ୍ପାନୀ ଆସନ୍ତା ତିନି ବର୍ଷ ପାଇଁ NHAI ର କୌଣସି ପ୍ରୋଜେକ୍ଟରେ ଭାଗ ନେଇପାରିବ ନାହିଁ । ଏହା ସହିତ ଅନ୍ୟ ତିନିଜଣ ପରାମର୍ଶଦାତାଙ୍କୁ ମଧ୍ୟ ବାରଣ କରାଯାଇଛି ।
NHAI ରୁ ମିଳିଥିବା ସୂଚନା ଅନୁଯାୟୀ ପଶ୍ଚିମବଙ୍ଗର NH ୩୪ ରେ ଫାରାକ୍କାରରୁ ରାନିଗଞ୍ଜ ପର୍ଯ୍ୟନ୍ତ ଏକ ଅଂଶକୁ ଚାରି ଲେନ ରାସ୍ତାରେ ପରିଣତ କରାଯାଉଛି । ଏହି ଅଂଶରେ ଗଙ୍ଗା ନଦୀ ଉପରେ ଏକ ସେତୁ ନିର୍ମାଣ କରାଯାଉଛି । ସେହି ସେତୁରେ ଫେବୃଆରୀ ୧୬ ତାରିଖରେ ଗାର୍ଡର ଖସିବା ଦ୍ୱାରା ଦୁର୍ଘଟଣା ଘଟି ଦୁଇ ଜଣ ପ୍ରାଣ ହରାଇଥିଲେ । ଏହି ପରିପ୍ରେକ୍ଷୀରେ ବ୍ରିଜର ବିଶେଷଜ୍ଞମାନେ ତଦନ୍ତ କରିଥିଲେ । ତଦନ୍ତ ପ୍ରକ୍ରିୟାରେ ଏହି ଚାଇନିଜ୍ କମ୍ପାନୀ ମଧ୍ୟ ଦାୟୀ ବୋଲି ଜଣାପଡିଛି ।
NHAI ଅନୁଯାୟୀ ଏହି ପ୍ରକଳ୍ପ କାର୍ଯ୍ୟକାରୀ କରୁଥିବା ଚୀନ୍ କମ୍ପାନୀ କଳିଙ୍ଗଡୋ କନଷ୍ଟ୍ରକସନ ଇଞ୍ଜିନିୟରିଂ ଗ୍ରୁପ୍ କମ୍ପାନୀ ଲିମିଟେଡ୍ ଓ ଘରୋଇ କମ୍ପାନୀ RKEC ପ୍ରୋଜେକ୍ଟ ଲିମିଟେଡ୍ ମିଳିତ ଭାବେ ଭବିଷ୍ୟତରେ କୌଣସି ପ୍ରକଳ୍ପରେ ଭାଗ ନେବାକୁ ବାରଣ କରାଯଇଛି ।
ଏହା ବି ପଢ଼ନ୍ତୁ | କି ସାହସ! ରାସ୍ତାରେ ମୋବାଇଲ୍ ଛଡ଼ାଳିଙ୍କ ସହ ଲଢ଼ି ଝିଅଟି ଜଣକୁ ଧରିଲା; ଦେଖନ୍ତୁ VIDEO
ଏହା ବି ପଢ଼ନ୍ତୁ | ଫିଲିପାଇନ୍ସରେ ଲଜ୍ଜା! Zoom ମିଟିଂ ବେଳେ ସେକ୍ରେଟାରୀଙ୍କ ସହ ସେକ୍ସ କରୁଥିବା ଦେଖାଗଲେ ସରକାରୀ ଅଧିକାରୀ
ଏହି ପ୍ରକଳ୍ପରେ ଦୁର୍ଘଟଣା ପରେ NHAI ଘଟଣାର ଯାଞ୍ଚ ପାଇଁ ଏକ ବ୍ରିଜ୍ ବିଶେଷଜ୍ଞ ନିଯୁକ୍ତ କରିଥିଲା । ବିଶେଷଜ୍ଞଙ୍କ ଯାଞ୍ଚରେ ଘଟଣାରେ ଦାୟୀ କଣ୍ଟ୍ରାକ୍ଟର, ଡିଜାଇନ ପରାମର୍ଶଦାତା ଓ ଲଞ୍ଚିଂ ଗାର୍ଡର ଡିଜାଇନର୍ ମଧ୍ୟରେ ସମନ୍ୱୟର ଅଭାବ ବୋଲି ଜାଣିବାକୁ ମିଳିଥିଲା ।
ଯାଞ୍ଚରେ ଗାର୍ଡର ସିଷ୍ଟମର ତ୍ରୁଟି ପାଇଁ କଣ୍ଟ୍ରାକ୍ଟର ଓ ପରାମର୍ଶଦାତାଙ୍କୁ ଦାୟୀ କରାଯାଇଛି । ଯାଞ୍ଚ ସମୟରେ ସେ ଏହି ବିଫଳତାର କୌଣସି ଠୋସ୍ କାରଣ ଉପସ୍ଥାପନ କରିପାରିନଥିଲେ।






