ଭାରତର ଏହି ନୂତନ ରଣନୀତି ଦ୍ୱାରା ଦକ୍ଷିଣ ଏସିଆରେ ସମାପ୍ତ ହୋଇଯିବ ଚୀନର ଦବଦବା!
ଭାରତ ନିଜର ପଡୋଶୀ ଦେଶ ଶ୍ରୀଲଙ୍କା, ବାଂଲାଦେଶ ଓ ମିଆଁମାର ସହିତ ମିଶି ଚୀନ୍ର ଦବଦବାକୁ ଶେଷ କରିବାକୁ ଚାହୁଁଛି । ଭାରତର ଏହି ପଦକ୍ଷେପ ଚୀନ୍ର ବିସ୍ତାରବାଦୀ ନୀତି ବିରୋଧରେ ନିଆଯାଇଥିବା ପଦକ୍ଷେପ ବୋଲି ବିବେଚନା କରାଯାଏ ।
ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର (ଫାଇଲ ଫଟୋ)
- News18 Odia
- Last Updated: September 19, 2020, 9:41 AM IST
ନୂଆ ଦିଲ୍ଲୀ: ଦକ୍ଷିଣ ଏସିଆରେ ଚୀନର (China) ବଢୁଥିବା ଦବଦବାକୁ ଦେଖି ଭାରତ ଓ ଜାପାନ (Japan) ପଡୋଶୀ ଦେଶ ସହ ମିଶି କାର୍ଯ୍ୟ କରିବାକୁ ଯୋଜନା କରିବା ଆରମ୍ଭ କରିଛନ୍ତି । ଭାରତ ନିଜର ପଡୋଶୀ ରାଷ୍ଟ୍ର ଶ୍ରୀଲଙ୍କା, ବାଂଲାଦେଶ ଓ ମିଆଁମାର ପରି ଦେଶ ସହିତ ମିଶି ଚୀନ୍ର ରାଜୁତିକୁ ଶେଷ କରିବାକୁ ଚାହୁଁଛି । ଭାରତର ଏହି ପଦକ୍ଷେପ ଚୀନ୍ର ବିସ୍ତାରବାଦୀ ନୀତି ବିରୋଧରେ ନିଆଯାଇଥିବା ବୋଲି ବିବେଚନା କରାଯାଏ । ଏହା ସହିତ ଚୀନ୍ ବିରୋଧରେ ଡିଜାଇନ୍ ହୋଇଥିବା ଏହି ରଣନୀତିକୁ ଭାରତ ଓ ଜାପାନ ମଧ୍ୟରେ ମଜବୁତ ସହଯୋଗର ପ୍ରତୀକ ଭାବରେ ବିବେଚନା କରାଯାଉଛି । ଏହି ସମଗ୍ର ପ୍ରସଙ୍ଗରେ ବୈଦେଶୀକ ମନ୍ତ୍ରୀ ଏସ ଜୟଶଙ୍କର (S jaishankar) କହିଛନ୍ତି ଯେ ଉଭୟ ଦେଶ ତୃତୀୟ ଦେଶରେ କାର୍ଯ୍ୟ କରିବାର ବ୍ୟବହାରିକ ଦିଗ ଉପରେ କାର୍ଯ୍ୟ ଆରମ୍ଭ କରିଛନ୍ତି ।
ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ଚୀନ୍ ଚାଲିଥିବା ତିକ୍ତତା ମଧ୍ୟରେ କହିଛନ୍ତି ଯେ ଭାରତ ଓ ଜାପାନ ନିକଟରେ ସାମରିକ ସହଯୋଗ ଉପରେ ଏକ ଚୁକ୍ତିନାମା ସ୍ୱାକ୍ଷର କରିଛନ୍ତି । ଭାରତ ମହାସାଗର ଓ ପ୍ରଶାନ୍ତ ମହାସାଗରରେ ବର୍ତ୍ତମାନ ଯେପରି ପରିସ୍ଥିତି ହେଉ ଏହା ଉଭୟ ଦେଶର ଚିନ୍ତାଧାରାକୁ ପ୍ରତିଫଳିତ କରୁଛି । ଦୁଇ ଦେଶ ଏକତ୍ର ଆଲୋଚନା କରି ଯେଉଁ ପ୍ରକାର ଚୁକ୍ତିନାମା କରିଥିଲେ ଏଥିରେ ନିଶ୍ଚିତ ଭାବରେ ଏସିଆର ସୁରକ୍ଷା ଓ ସ୍ଥିରତାକୁ ଦୃଢ଼ କରିବ। ଇଣ୍ଡଷ୍ଟ୍ରି ଚାମ୍ବର ଏଫସିଆଇ ଦ୍ୱାରା ଆୟୋଜିତ ଏକ ସମ୍ମିଳନୀରେ ବୈଦେଶିକ ମନ୍ତ୍ରୀ କହିଛନ୍ତି ଯେ ବର୍ତ୍ତମାନ ସମୟ ଆସିଛି ଯେ ଏସିଆର ବଡ଼ ତଥା ଗୁରୁତ୍ୱପୂର୍ଣ୍ଣ ଦେଶଗୁଡ଼ିକ ଏକଜୁଟ ହୋଇଯିବା ଆବଶ୍ୟକ ।
ଜୟଶଙ୍କର କହିଛନ୍ତି ଯେ 'ପରସ୍ପର ଉପରେ ସନ୍ଦେହ ରଖି କୌଣସି ଦେଶ ଉପକୃତ ହେବେ ନାହିଁ । ବୈଦେଶିକ ମନ୍ତ୍ରୀଙ୍କ ଏହି ବିବୃତ୍ତି ଏପରି ଏକ ସମୟରେ ଆସିଛି ଯେତେବେଳେ ଭାରତ ଓ ଚୀନ୍ ମଧ୍ୟରେ ତିକ୍ତତା ଚରମ ସୀମାରେ ରହିଛି । ଏଭଳି ପରିସ୍ଥିତିରେ ଭାରତର ପଡୋଶୀ ଦେଶମାନଙ୍କ ସହ ମିଶି କରୁଥିବା ଘେରାବନ୍ଦୀକୁ ଚୀନ୍ର ଶକ୍ତି ସମାପ୍ତ କରିବାର ଏକ ପଦକ୍ଷେପ ବୋଲି ବର୍ଣ୍ଣନା କରାଯାଉଛି । ସେ କହିଛନ୍ତି ଯେ ଯଦି ବିଶ୍ୱ ଏସିଆକୁ ବିଶ୍ୱ ରାଜନୀତିରେ ଅଧିକ ଉନ୍ନତ ସ୍ଥାନ ପାଇବ ତେବେ ଏସିଆର ସମସ୍ତ ବଡ଼ ଦେଶକୁ ଏକାଠି ହେବାକୁ ପଡ଼ିବ ।'
ଜାପାନ ସହିତ ଭାରତର ମଜବୁତ ସମ୍ପର୍କ ବିଷୟରେ ବୈଦେଶିକ ମନ୍ତ୍ରୀ କହିଛନ୍ତି ଯେ ''ଉଭୟ ଦେଶ ବର୍ତ୍ତମାନ ତୃତୀୟ ଦେଶ ସହ ମିଶି କାମ କରିବାକୁ ଚିନ୍ତା କରୁଛନ୍ତି । ସେ କହିଛନ୍ତି ଯେ ଆମେ ଏହି ପ୍ରୟାସକୁ ଆଗକୁ ନେବା ଆରମ୍ଭ କରିଛୁ କିନ୍ତୁ ଏହା ପ୍ରାରମ୍ଭିକ ପର୍ଯ୍ୟାୟରେ ଅଛି । ଆମେ ମଧ୍ୟ ଶ୍ରୀଲଙ୍କା ସହିତ କାମ ଆରମ୍ଭ କରିଛୁ । ବାଂଲାଦେଶ ଓ ମିଆଁମାର ମଧ୍ୟରେ କିପରି ସମନ୍ୱୟ ଓ ସହଯୋଗ ବୃଦ୍ଧି କରାଯାଇପାରିବ ଉଭୟ ଦେଶ ମଧ୍ୟ ଅନୁସନ୍ଧାନ କରୁଛନ୍ତି । ଏହା ସହ ଆମେ ପଡୋଶୀ ଦେଶ ସହ ଆମର ସମ୍ପର୍କକୁ ଏକ ଭିନ୍ନ ସ୍ଥାନକୁ ନେଇପାରିବା।''






