ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ଘୋଷଣା: ୧୦୧ ପ୍ରତିରକ୍ଷା ଉତ୍ପାଦ ଆମଦାନୀ ଉପରେ ପ୍ରତିବନ୍ଧକ; ଭାରତରେ ହେବ ନିର୍ମାଣ
ବିଶେଷକରି ଚୀନ୍ରୁ ଆମଦାନୀ ଉପରେ ଅଧିକ ନିର୍ଭରଶୀଳ କ୍ଷେତ୍ରଗୁଡିକୁ ଚିହ୍ନଟ କରିବାକୁ କେନ୍ଦ୍ର ମନ୍ତ୍ରୀ ନୀତିନ ଗଡ଼କରୀ ଶିଳ୍ପ ସଂସ୍ଥାମାନଙ୍କୁ ଅନୁରୋଧ କରିବାର ଗୋଟିଏ ଦିନ ପରେ ଏହି ଘୋଷଣା କରାଯାଇଛି ।
ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ପ୍ରତିଛବି (PTI)
- News18 Odia
- Last Updated: August 9, 2020, 12:06 PM IST
ପାଞ୍ଚଟି ସ୍ତମ୍ଭ ଅର୍ଥାତ୍ ଅର୍ଥନୀତି, ଭିତ୍ତିଭୂମି, ସିଷ୍ଟମ୍, ଡେ଼ମୋଗ୍ରାଫି ଓ ଡ଼ିମାଣ୍ଡ ଉପରେ ଆଧାର କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି (Prime Minister Narendra Modi) ଏକ ଆତ୍ମନିର୍ଭରଶୀଳ ଭାରତ ପାଇଁ ଏକ ସ୍ପଷ୍ଟ ଆହ୍ୱାନ ଦେଇଛନ୍ତି ଓ ଆତ୍ମନିର୍ଭରଶୀଳ ଭାରତ ପାଇଁ ଏକ ସ୍ୱତନ୍ତ୍ର ଅର୍ଥନୈତିକ ପ୍ୟାକେଜ୍ ଘୋଷଣା କରିଛନ୍ତି ବୋଲି ରାଜନାଥ ସିଂ ଟ୍ୱିଟ୍ କରିଛନ୍ତି।
ରାଜନାଥ ସିଂଙ୍କ କାର୍ଯ୍ୟାଳୟ ତରଫରୁ ଆଜି ସକାଳେ ଏକ ଟୁଇଟ୍ ମାଧ୍ୟମରେ ସୂଚନା ଦିଆଯାଇଥିଲା ଯେ,“ ରାକ୍ଷସ ମନ୍ତ୍ର ରାଜନାଥ ସିଂ(Rajnath Singh) ଆଜି ସକାଳ ୧୦ .୦୦ ରେ ଏକ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିବେ।”

ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କାର୍ଯ୍ୟାଳୟ ତରଫରୁ ହୋଇଥିବା ଟ୍ଵିଟ୍
ତିନି ବର୍ଷର ଆମଦାନୀ ଓ ରପ୍ତାନି ଉପରେ ଆଧାର କରି ଏକ କେସ୍ ଷ୍ଟଡି ଚାଲିଛି। ଗାଡ଼କରୀ କହିଛନ୍ତି ଯେ ଚାଇନାର ୭୦ ପ୍ରତିଶତ ରପ୍ତାନି ଦଶଟି ବିଭିନ୍ନ କ୍ଷେତ୍ର ସହିତ ଜଡ଼ିତ ଅଛି। ଯେଉଁଥିରେ ୨୬.୦୯ ପ୍ରତିଶତ ବୈଦ୍ୟୁତିକ ଯନ୍ତ୍ରପାତି ଯାହା ୬୭୧ ବିଲିୟନ ଡ଼ଲାର ଓ ୧୦.୭୦ ପ୍ରତିଶତ କମ୍ପ୍ୟୁଟର ଯନ୍ତ୍ରପାତି ଯାହା ୪୧୭ ବିଲିୟନ ଡ଼ଲାରର ରହିଛି।
ଏହା ବି ପଢ଼ନ୍ତୁ | କେରଳ ବିମାନ ଦୁର୍ଘଟଣା: ମୃତ୍ୟୁ ସଂଖ୍ୟା ୧୯; ତଦନ୍ତ ଆରମ୍ଭ ହେଲା; ବିମାନ ବନ୍ଦରରେ ସ୍ଥିତି ଥିଲା ବିପଦଜନକ
ଏହା ବି ପଢ଼ନ୍ତୁ | PM ମୋଦୀଙ୍କ ବିଶ୍ୱସ୍ତ IAS ଅଫିସର୍ ଗିରିଶ ଚନ୍ଦ୍ର ମୁର୍ମୁ CAG ପଦରେ ଆସୀନ ହୋଇଥିବା ପ୍ରଥମ ଆଦିବାସୀ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମେ' ମାସରେ ଦେଶକୁ ସମ୍ବୋଧିତ କରିବା ସମୟରେ ଆତ୍ମନିର୍ଭରଶୀଳ ଭାରତକୁ ବିଚାର କୁ ନିଆଯାଇ ରବିବାର "ଆତ୍ମନିର୍ଭର ଭାରତ"(Atma Nirbhar Bharat) କୁ ଏହି ନିଷ୍ପତ୍ତି ନିଆ ଯାଇଛି ।
ମୋଦୀ ତାଙ୍କ ସମ୍ବୋଧନରେ ସ୍ଥାନୀୟ ଉତ୍ପାଦର ପ୍ରୋତ୍ସାହନ ଉପରେ ଗୁରୁତ୍ୱାରୋପ କରିଥିଲେ। ଏହାକୁ ‘ଆତ୍ମନିର୍ଭର ଭାରତ ଅଭିଯାନ' ସମ୍ବୋଧନ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ତାଙ୍କ ସରକାର ଲକ୍ଷ୍ୟ ଏହି ଦିଗରେ ଏକ ଆର୍ଥିକ ପ୍ୟାକେଜ୍ ର ସବିଶେଷ ତଥ୍ୟ ଆଲୋକିତ କରିବା।






