ପାକିସ୍ତାନର ରେଳ ମନ୍ତ୍ରୀଙ୍କ ଧମକ: ଭାରତ ଉପରେ ପାକିସ୍ତାନ କରିବ ପରମାଣୁ ଆକ୍ରମଣ!
ପାକିସ୍ତାନର (Pakistan) ରେଳ ମନ୍ତ୍ରୀ କହିଛନ୍ତି, ଆମର ଏପରି ପରମାଣୁ ବୋମା ଅଛି ଯାହା ଆସାମ (Assam) ପର୍ଯ୍ୟନ୍ତ ଟାର୍ଗେଟ କରି ପାରିବ ଓ ଏହି ଆକ୍ରମଣରେ ମୁସଲମାନମାନଙ୍କର କୌଣସି କ୍ଷତି ହେବ ନାହିଁ ।
ପାକିସ୍ତାନ ରେଳମନ୍ତ୍ରୀ ଶେଖ ରସିଦ (ଫାଇଲ ଫଟୋ)
- News18 Odia
- Last Updated: August 21, 2020, 10:19 AM IST
ଇସଲାମାବାଦ: ନିଜ ବିବୃତ୍ତି ଦ୍ୱାରା ସବୁବେଳେ ଆଲୋଚନାରେ ରହୁଥିବା ପାକିସ୍ତାନ(Pakistan) ରେଳମନ୍ତ୍ରୀ ଶେଖ ରସିଦ (Shaikh Rashid) ଭାରତ ବିରୋଧରେ ପରମାଣୁ ବୋମା ବ୍ୟବହାର କରିବାକୁ ଧମକ ଦେଇଛନ୍ତି । ଭାରତ ସହ ସମ୍ପର୍କ ତିକ୍ତତା ଉପରେ ରସିଦ ସିଧାସଳଖ ଦାବି କରିଛନ୍ତି ଯେ ପାକିସ୍ତାନ ନିଜର ଅସ୍ତ୍ର ପ୍ରସ୍ତୁତ କରି ରଖିଛି । ଯଦି ଭାରତ ଆକ୍ରମଣ କରେ ତେବେ ପାରମ୍ପାରିକ ଯୁଦ୍ଧ ହେବ ନାହିଁ । ସିଧା ସଳଖ ଭାବେ ପରମାଣୁ ଆକ୍ରମଣ କରାଯିବ ଯାହାକୁ ଭାରତର ଆସାମ ପର୍ଯ୍ୟନ୍ତ ଟାର୍ଗେଟ କରାଯାଇ ପାରିବ । ଇମ୍ରାନ ଖାନଙ୍କ ଏହି ମନ୍ତ୍ରୀ ଆଉ ମଧ୍ୟ କହିଛନ୍ତି, ଆମର ଏହି ଅସ୍ତ୍ର ମୁସଲମାନଙ୍କ ଜୀବନ ବଞ୍ଚାଇ ଆସାମ ପର୍ଯ୍ୟନ୍ତ ଟାର୍ଗେଟ କରିପାରିବ । ଏହା ପ୍ରଥମ ଥର ନୁହେଁ ଯେ ରସିଦ ଏଭଳି ବିବୃତ୍ତି ଦେଇଛନ୍ତି ।
Sheikh Rasheed and his discoveries. This time he's found a scientist who made a precision kafir bomb for India. pic.twitter.com/uozTBHPLM2
— Naila Inayat नायला इनायत (@nailainayat) August 20, 2020
ଏହା ବି ପଢ଼ନ୍ତୁ | ଭୁବନେଶ୍ୱରରେ ଡାକ୍ତରଙ୍କ ଘରେ ସୋଫା ଭିତରେ ରହୁଥିଲା ସାପ! କ୍ଷତି କରିବା ଆଗରୁ ଧରା ପଡ଼ିଲା
ଏହା ବି ପଢ଼ନ୍ତୁ | ରାଜ୍ୟରେ ଏବେ କମିବ କରୋନା ମୃତ୍ୟୁ ହାର; ସରକାର ଆରମ୍ଭ କଲେ ସଘନ ମନିଟରିଂ
ପୂର୍ବରୁ ଅନେକ ଥର ଦେଇଥିଲବ ଧମକ
ଏହା ପୂର୍ବରୁ ଗତ ବର୍ଷ ମଧ୍ୟ ରସିଦ କହିଥିଲେ, ''୧୨୬ ଦିନ ଧାରଣାରେ ଜଡ଼ିତ ଥିଲେ, ସେତେବେଳେ ଦେଶର ପରିସ୍ଥିତି ଓ ସୀମା ପ୍ରସଙ୍ଗ ସେପରି ନଥିଲା । ଏହା ଦେଶ ପାଇଁ ଗୁରୁତର ବିପଦ ଓ ଏହି ଯୁଦ୍ଧ ଭୟଭୀତ ହୋଇପାରେ । ଏହା ଏକ ପାରମ୍ପାରିକ ଯୁଦ୍ଧ ହେବ ନାହିଁ । ଯେଉଁ ଅଜ୍ଞାନୀ ମାନେ ଭାବୁଛନ୍ତି ଯେ ୪-୬ ଦିନ ମଧ୍ୟରେ ଟ୍ୟାଙ୍କ, ତୋପ ଗତି କରିବ କିମ୍ବା ବିମାନ, ବାୟୁ ଆକ୍ରମଣ ଓ ନୌସେନାର ଗୁଳିଚାଲିବ.. ... କୌଣସି ଉପାୟ ନାହିଁ । ଏହା ପରମାଣୁ ଯୁଦ୍ଧ ହେବ । ନିଶ୍ଚିତ ଭାବରେ ଏହା ଏକ ପରମାଣୁ ଯୁଦ୍ଧ ହେବ ଓ ଯେମିତି ଆବଶ୍ୟକ ହେବ ସେମିତି ବ୍ୟବହାର କରିବୁ।''






