ମାମୁଁ ପାଲଟିଲା ରାକ୍ଷସ; ବିବାହ ନ କରି ଭାଣିଜୀକୁ ୧୫ ବର୍ଷ ହେଲା ସ୍ତ୍ରୀ କରି ରଖିଛି; ‘‘ନ୍ୟାୟ ଦରକାର’’
ତିନି ପିଲାଙ୍କ ମା’ ପୀଡ଼ିତା କ୍ରିଷ୍ଣା ପଟ୍ଟନାୟକ କହିଛନ୍ତି ଯେ ସେ ମହିଳା ଥାନା ଓ ମହିଳା କମିଶନଙ୍କ ଦ୍ବାରସ୍ଥ ହେବା ପରେ ବି ସେଠାରୁ ନ୍ୟାୟ ନ ପାଇବାରୁ ମାନବାଧିକାର କର୍ମୀଙ୍କ ଠାରୁ ସହାୟତା ଲୋଡ଼ିଲେ ।
ଭୁବନେଶ୍ୱରରେ ସାମ୍ବାଦିକ ସମ୍ମିଳନୀରେ କହୁଛନ୍ତି ପୀଡ଼ିତା କ୍ରିଷ୍ଣା ପଟ୍ଟନାୟକ (ମଝି) ।
- News18 Odia
- Last Updated: April 21, 2021, 10:57 PM IST
ଭୁବନେଶ୍ୱର: ନିଜ ମାମୁଁଙ୍କ ବିରୋଧରେ ସାଙ୍ଘାତିକ ଅଭିଯୋଗ ଆଣିଛି ଭାଣିଜୀ । ଜୋର ଜବରଦସ୍ତ ଶାରୀରିକ ସମର୍କ ରଖିବା ସହ ମାନସିକ ନିର୍ଯ୍ୟାତନା ଦେଇ ୧୫ ବର୍ଷ ହେଲା ବିବାହ ନ କରି ତାକୁ ଘରେ ରଖିଥିବା ଅଭିଯୋଗ ଆଣିଛି ଭାଣିଜୀ । ଅଭିଯୋଗକାରିଣୀ ପୂର୍ବରୁ ଏ ନେଇ ମହିଳା ଥାନା ଓ ମହିଳା କମିଶନଙ୍କ ଦ୍ୱାରସ୍ଥ ହୋଇଛନ୍ତି, ହେଲେ ତାଙ୍କୁ ନ୍ୟାୟ ମିଳିନାହିଁ ବୋଲି ସେ କହିଛନ୍ତି ।
‘‘ମୁଁ ୧୧ ବର୍ଷର ହୋଇଥିବା ସମୟରୁ ମୋ’ ସହ ଦୁଷ୍କର୍ମ କରାଯାଇଛି । ଦୁଷ୍କର୍ମକାରୀ ଆଉ କେହି ନୁହନ୍ତି, ମୋ’ ମାମୁଁ ରାଧେଶ୍ୟାମ ପଟ୍ଟନାୟକ । ମୋ’ର ଗର୍ଭପାତ କରାଯାଇଛି। ଘର ଲୋକେ ମାନ ସମ୍ମାନ ଭୟରେ ଶେଷରେ ମୋତେ ବିନା ବିବାହରେ ମୋ ମାମୁଁଙ୍କ ପାଖରେ ସ୍ତ୍ରୀ କରି ଛାଡି଼ଦେଲେ । ମୋ’ ମାମୁଁଙ୍କ ଔରସରୁ ମୋ’ର ତିନିଟି ଛୁଆ,’’ କହିଛନ୍ତି ବାଲିପାଟଣା ବ୍ଲକ ଚଣାହାଟ ଗାଁର ବାସିନ୍ଦା ୩୧ ବର୍ଷୀୟା କ୍ରିଷ୍ଣା ପଟ୍ଟନାୟକ ।
ଏହା ବି ପଢ଼ନ୍ତୁ | ଅଭିନେତା ଶାହିଦ କପୁର୍ଙ୍କ ମା’ ନୀଳିମା ଅଜିମ୍ କାହିଁକି ନିଜ ପତି ପଙ୍କଜ କପୁର୍ଙ୍କ ଠାରୁ ଅଲଗା ହୋଇଥିଲେ?

କ୍ରିଷ୍ଣା ପଟ୍ଟନାୟକଙ୍କ ମାମୁଁ ତଥା ଅଭିଯୁକ୍ତ ରାଧେଶ୍ୟାମ ପଟ୍ଟନାୟକ
ଏହା ବି ପଢ଼ନ୍ତୁ | ପ୍ରିୟଙ୍କା ଚୋପ୍ରା ନିଜ ‘‘ଝିଅ’’ ସହ ଫଟୋ ଶେୟାର୍ କଲେ; ଫ୍ୟାନ୍ମାନେ କହିଲେ ‘‘ପରଫେକ୍ଟ ମମ୍ମି!’’
‘‘ମୁଁ ଶାରୀରିକ ଓ ମାନସିକ ନିର୍ଯ୍ୟାତନା ସହି ନ ପାରି ଘରୁ ଲୁଚି ପଳେଇ ଆସିଥିଲି । ତା’ପରେ ମୋତେ ବଦନାମ କରିବା ପାଇଁ ସୋସିଆଲ୍ ମିଡି଼ଆରେ ଆପତ୍ତିଜନକ ପୋଷ୍ଟ କରାଯାଇଛି । ମୁଁ ପ୍ରଥମେ ମହିଳା ଥାନାର ଦ୍ବାରସ୍ଥ ହେଲି । ହେଲେ ନିରାଶ ହେଲି । ପରେ ମହିଳା କମିଶନଙ୍କ ପର୍ଯ୍ୟନ୍ତ ଗଲି । ସେଠୁ ବି ନିରାଶ ହୋଇ ଫେରିଲି । ଆଉ କିଛି ଉପାୟ ନ ପାଇ ମାନବାଧିକାର କର୍ମୀଙ୍କ ଦ୍ୱାରସ୍ଥ ହେଲି,’’ କାନ୍ଦି କାନ୍ଦି କହିଛନ୍ତି କ୍ରିଷ୍ଣା ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ VIDEO | ବିବାହିତ ପୁରୁଷଙ୍କ ସହ ପ୍ରେମ? ଅଭିନେତ୍ରୀ ରେଖା ଏହା ବିଷୟରେ କ’ଣ କହିଲେ ଜାଣନ୍ତୁ - VIDEO
‘‘ସେ (ରାଧେଶ୍ୟାମ ପଟ୍ଟନାୟକ) ମୋତେ ଅନେକ ସମୟରେ ମାଡ଼ ଦିଅନ୍ତି । ଡ୍ରେସ୍ ଖୋଲି ବି ମାଡ଼ ମାରନ୍ତି । ମୋ’ ଜନ୍ମକଲା ବାପା ମା’ ବି ମୁହଁ ଖୋଲିଲେ ନାହିଁ । ସେମାନେ ବି ରାଧେଶ୍ୟାମଙ୍କୁ ସପୋର୍ଟ କଲେ । ମୋ’ର ଏବେ ନ୍ୟାୟ ଦରକାର,’’ କେତେକ ମାନବାଧିକାର କର୍ମୀଙ୍କ ସହ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି କ୍ରିଷ୍ଣା ପଟ୍ଟନାୟକ । ଏହି ସବୁ ଅଭିଯୋଗ ସମ୍ପର୍କରେ ରାଧେଶ୍ୟାମଙ୍କ ବକ୍ତବ୍ୟ ପାଇଁ ତାଙ୍କୁ ନ୍ୟୁଜ୍୧୮ ଓଡ଼ିଆ ଡିଜିଟାଲ୍ ପକ୍ଷରୁ ବାରମ୍ବାର ଫୋନ୍ କରାଯାଇଥିଲା, ହେଲେ ତାଙ୍କ ମୋବାଇଲ୍ ଫୋନ୍ ସ୍ୱିଚ୍-ଅଫ୍ ଥିଲା ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ VIDEO | ସାପ ଓ ନେଉଳ ମଧ୍ୟରେ ଘମାଘୋଟ ଲଢ଼େଇ… କିଏ ଜିତିବ? VIDEO ଭାଇରାଲ୍ ହେଲା; ଦେଖନ୍ତୁ
ମାନବାଧିକାର କର୍ମୀ ଇପ୍ସିତା ଲବନ୍ତିକା କହିଛନ୍ତି ଯେ କ୍ରିଷ୍ଣାଙ୍କୁ ବର୍ତ୍ତମାନ ସହାୟତା ଓ ନ୍ୟାୟ ଅବଶ୍ୟକ । ‘‘ସେ ପ୍ରଶାସନଠାରୁ ସାହାଯ୍ୟ ମାଗି ନିରାଶ ହୋଇଛନ୍ତି । ଆମେ ସବୁ କଥା ଜାଣିବା ପରେ ତାଙ୍କୁ ନ୍ୟାୟ ଦେବାରେ ସାହାଯ୍ୟ କରିବାକୁ ଆଗେଇ ଆସିଲୁ । ସେ ଏବେ ଭୟଭୀତ ଅଛନ୍ତି । ଜଣେ ପୀଡି଼ତାକୁ ଅଭିଯୁକ୍ତ ସଜେଇ ଦିଆଯାଇଛି । ତାକୁ ଦୁଷ୍କର୍ମ କରି ଗର୍ଭବତୀ କରାଯାଇଛି । ତାହା ପୁଣି ୧୨ ବର୍ଷ ବୟସରେ,’’ କହିଛନ୍ତି ଲବନ୍ତିକା ।
‘‘ଆମେ କ୍ରିଷ୍ଣାକୁ ସହଯୋଗ କରିବାକୁ ଆଗେଇ ଆସିବାରୁ ରାଧେଶ୍ୟାମ ଆମକୁ ଧମକ ଦେଉଛି ଓ ଜୀବନରୁ ମାରିଦେବ ବୋଲି କହୁଛି । ଆମକୁ ନକଲି ମାନବାଧିକାର କର୍ମୀ ବୋଲି ବି ସେ କହୁଛି,’’ କହିଛନ୍ତି ମାନବାଧିକାର କର୍ମୀ ଲବନ୍ତିକା ।






