ଭୁବନେଶ୍ୱରର ଏହି ଅପରାଧୀର ୨୫ ଜଣ ପ୍ରେମିକା; ତା’ ନାଁରେ ବିଭିନ୍ନ ଥାନାରେ ଅଛି ୨୫ଟି କେସ୍
ଗିରଫ ହୋଇଥିବା ନାରାୟଣ ମହାନ୍ତି ଓରଫ ନାରଣକୁ ଦୁଇଦିନିଆ ରିମାଣ୍ଡରେ ଆଣିବା ପରେ ପୋଲିସ ତା’ ମୁହଁରୁ ଅନେକ ସତ ବାହାର କରିରିଛି । ତୁଳସୀ ଦେବୀଙ୍କ ବେକରୁ ସେ ଯେଉଁ ସୁନା ଚେନ୍ ଲୁଟ କରିଥିଲା ତାହା ତା’ର ଜଣେ ପ୍ରେମିକା ନିକଟରୁ ଜବତ କରିଥିଲା ପୋଲିସ ।
ଅପରାଧୀ ନାରାୟଣ ମହାନ୍ତିର ଘର ଗଞ୍ଜାମ ଜିଲ୍ଲାର ପୋଲସରାରେ ।
- News18 Odia
- Last Updated: January 14, 2021, 9:31 PM IST
ଭୁବନେଶ୍ୱର: ନିଜ ପ୍ରେମିକାମାନଙ୍କୁ ଖୁସି କରାଇବାକୁ ସେ ଲୁଟ୍ ପରେ ଲୁଟ୍ କରିଚାଲିଥିଲା । ଗୋଟିଏ କି ଦୁଇଟି ନୁହେଁ, ତା’ର ୨୫ ଜଣ ପ୍ରେମିକା । ନୟାପଲ୍ଲୀ ଥାନା ନିକଟରେ ଘଟିଥିବା ତୁଳସୀ ଦେବୀ ହତ୍ୟା ଘଟଣାର ପର୍ଦାଫସ କରି ଏଭଳି ଚାଞ୍ଚଲ୍ୟକର ତଥ୍ୟ ଜାଣିବାକୁ ପାଇଛି କମିଶନରେଟ ପୋଲିସ । ସେହି ଆକ୍ରମଣ ସମୟରେ ବ୍ୟବହୃତ କଟୁରି ଓ ଲୁଟ ହୋଇଥିବା ସୁନା ଚେନ ପୋଲିସ ଜବତ କରିବାରେ ସଫଳ ହୋଇଛି ।
ଗିରଫ ହୋଇଥିବା ନାରାୟଣ ମହାନ୍ତି ଓରଫ ନାରଣକୁ ଦୁଇଦିନିଆ ରିମାଣ୍ଡରେ ଆଣିବା ପରେ ପୋଲିସ ତା’ ମୁହଁରୁ ଅନେକ ସତ ବାହାର କରିଛି । ତୁଳସୀ ଦେବୀଙ୍କ ବେକରୁ ସେ ଯେଉଁ ସୁନା ଚେନ୍ ଲୁଟ କରିଥିଲା ତାହା ତା’ର ଜଣେ ପ୍ରେମିକା ନିକଟରୁ ଜବତ କରିଥିଲା ପୋଲିସ । ନାରଣକୁ ନେଇ ସ୍ପଟରେ ତଦନ୍ତ ସମୟରେ ଏକ ବୁଦା ଭିତରୁ ରକ୍ତଲଗା କଟୁରିକୁ ମଧ୍ୟ ଜବତ କରିଥିଲା ନୟାପଲ୍ଲୀ ଥାନା ପୋଲିସ ।
ଏହା ବି ପଢ଼ନ୍ତୁ | ମକର ସଂକ୍ରାନ୍ତି: ରାହୁ ଓ ଶନି ଦୋଷରୁ ରକ୍ଷା ପାଇବାକୁ କ’ଣ ଦାନ କରିବା ଉଚିତ ଜାଣନ୍ତୁ
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ ଫଟୋ | ବିରାଟ କୋହଲି ବାପା ହେଲେ; ତାଙ୍କ ପତ୍ନୀ ଅନୁଷ୍କା ଶର୍ମା ଏକ ଶିଶୁ କନ୍ୟାକୁ ଜନ୍ମ ଦେଲେ

ଭୁବନେଶ୍ୱର ଡିସିପି ଉମାଶଙ୍କର ଦାଶ
ପୋଲିସ ସୂତ୍ରରୁ ପ୍ରାପ୍ର ସୂଚନା ଅନୁସାରେ ନିଜର ୨୫ ଜଣ ପ୍ରେମିକା ଥିଲେ ବି ନାରଣ ସମସ୍ତଙ୍କୁ ସମୟ ଦେଉଥିଲା ଓ ସେମାନଙ୍କୁ ଖୁସି କରାଇବାକୁ ଚେଷ୍ଟା କରୁଥିଲା । ସେ ସନ୍ଧ୍ୟାରେ ଶୁଏ, ଆଉ ଅଧ ରାତିରେ ତାକୁ ତା’ ପ୍ରେମିକାମାନେ କଲ୍ କରି ଉଠାଇ ଦେବା ପରେ ସେ ପାହାନ୍ତା ପହରରୁ ଲୁଟ୍ କରିବା ଆରମ୍ଭ କରିଦିଏ । ତା’ ପରେ ଆସି ରେଷ୍ଟ ନିଏ ।
ଦେଖନ୍ତୁ ଫଟୋ | ତିନି ମହଲା ଘରର ଛାତ ଉପରକୁ ଚଢ଼ିଗଲା ଷଣ୍ଢ; ତାକୁ କ୍ରେନ୍ ସାହାଯ୍ୟରେ ତଳକୁ ଅଣାଗଲା
ଦିନ ବେଳେ ନିଜ ପ୍ରେମିକାମାନଙ୍କୁ ସାଥିରେ ନେଇ ସମୟ ବିତାଉଥିଲା ନାରଣ । ଲୋକଙ୍କୁ ଆକ୍ରମଣ କରି ଲୁଟିଥିବା ସାମଗ୍ରୀ ନେଇ ସେ ନିଜ ପ୍ରେମିକାମାନଙ୍କୁ ଗିଫ୍ଟ ଦେଉଥିଲା ସେ ।
ଏହା ବି ପଢ଼ନ୍ତୁ | ଦ୍ୱିତୀୟ ନିର୍ଭୟା କାଣ୍ଡ: ମହିଳା ମନ୍ଦିରକୁ ପୂଜା କରିବାକୁ ଯାଇଥିଲେ; ପୂଜାରୀ ଓ ୨ ସାଥୀ ଅଭିଯୁକ୍ତ
ପୋଲିସ ତଦନ୍ତରୁ ଜଣାପଡ଼ିଛି ଯେ ନାରଣ ଗଞ୍ଜାମ ଜିଲ୍ଲାର ପୋଲସରାରୁ ଆସି ପ୍ରଥମେ ବରମୁଣ୍ଡରେ ହକରିଙ୍ଗ କରୁଥିଲା । ଏହା ପରେ ମାଳିସାହି ନିକଟରେ ଏକ ଚାହା ଦୋକାନ ଦେଇ ସେଠାରୁ ଅପରାଧ କରିବା ଆରମ୍ଭ କରିଥିଲା ସେ । ଠିକ ଭୋର୍ ସମୟରେ ମର୍ଣ୍ଣି ୱାକରେ ଆସୁଥିବା ଲୋକଙ୍କୁ ଆକ୍ରମଣ କରି ଓ ସେମାନଙ୍କୁ ଲୁଟି ଫେରାର ହେଇଯାଉଥିଲା ନାରଣ ।
କିଛି ଦିନ ପୂର୍ବରୁ ନାରଣ ଖଣ୍ଡଗିରି ଥାନାରେ ରୁଜୁ ହୋଇଥିବା ଏକ ଛିନତାଇ ମାମଲାରେ ଜେଲ ଯାଇଥିଲା । ସେହି ମାମଲାରେ ବି ନାରଣର ପ୍ରେମିକା ପ୍ରିୟଙ୍କାକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା ଖଣ୍ଡଗିରି ପୋଲିସ । ଡ୍ରଗ୍ସ ବେପାର ଓ ଲୁଟ ସହ ବିଭିନ୍ନ ବଡ଼ ଅପରାଧରେ ଲିପ୍ତ ଥିବା ନାରଣର ଅନ୍ୟ ସହଯୋଗୀଙ୍କୁ ଏବେ ଖୋଜୁଛି ପୋଲିସ ।





