କାହିଁକି ଚିଲିକାର BJD ବିଧାୟକ ପ୍ରଶାନ୍ତ ଜଗଦେବଙ୍କୁ ଦଳରୁ ନିଲମ୍ବନ କଲେ CM ନବୀନ ପଟ୍ଟନାୟକ
BJD Chilika MLA Suspended from party for attacking BJP worker and journalist | ବିଧାୟକ ପ୍ରଶାନ୍ତକୁମାର ଜଗଦେବଙ୍କ ଦବଙ୍ଗଗିରିର ଭିଡିଓ ଶାସକ ଦଳକୁ ସମାଲୋଚନାର ଶରବ୍ୟ କରିଥିଲା । ବାଲୁଗାଁ ଏନ୍.ଏ.ସି.ରେ ଆବାସ ଯୋଜନା ଓ ରାସନ କାର୍ଡ଼ ବଣ୍ଟନର ଏକ କାର୍ଯ୍ୟକ୍ରମରେ ବିଜେପି ପକ୍ଷରୁ ବିରୋଧ କରାଯିବାରୁ ସେ ଉତକ୍ଷିପ୍ତ ହୋଇପଡ଼ିଥିଲେ ।
ବିଧାୟକ ପ୍ରଶାନ୍ତ ଜଗଦେବ; (ଡାହାଣ) ତାଙ୍କ ଦବଙ୍ଗଗିରିର କେତେକ ଦୃଶ୍ୟ
- News18 Odia
- Last Updated: September 9, 2021, 3:44 PM IST
ଭୁବନେଶ୍ୱର: ସର୍ବସାଧାରଣରେ ଦବଙ୍ଗଗିରି ଦେଖାଇବା ଜଣେ ବିଧାୟକଙ୍କୁ ମହଙ୍ଗା ପଡ଼ିଛି । ଚିଲିକାର ବିଜୁ ଜନତା ଦଳ (ବିଜେଡି) ବିଧାୟକ ପ୍ରଶାନ୍ତ ଜଗଦେବଙ୍କୁ ଏମିତି କାର୍ଯ୍ୟପାଇଁ ଦଳରୁ ନିଲମ୍ବନ କରିଛନ୍ତି ଦଳର ସୁପ୍ରିମୋ ତଥା ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ।
ଜଣେ ବିଜେପି କର୍ମୀଙ୍କୁ ମାଡ଼ ମାରିବା ଘଟଣାରେ ପ୍ରଶାନ୍ତ ଜଗଦେବଙ୍କ ବିରୁଦ୍ଧରେ ଏହି କାର୍ଯ୍ୟାନୁଷ୍ଠାନ ହୋଇଛି । ବାଲୁଗାଁ ଏନ୍.ଏ.ସି. କାର୍ଯ୍ୟାଳୟରେ ସାମନାରେ ଜଣେ ବିଜେପି କର୍ମୀଙ୍କୁ ମାଡ଼ ମାରିବା ସହିତ ଜଣେ ସାମ୍ବାଦିକଙ୍କ ଉପରେ ଜଗଦେବ ଆକ୍ରମଣ କରିଥିବା ଅଭିଯୋଗ ହୋଇଥିଲା । ଏହି ଘଟଣା କେତେକ ଭିଡିଓରେ କୈଦ ହୋଇ ବିଜେଡି ପାଇଁ ରାଜ୍ୟବ୍ୟାପୀ ସମାଲୋଚନା ଆଣିଥିଲା ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ VIDEO | ଆସାମରେ ୨ଟି ଡଙ୍ଗାର ମୁହାଁମୁହିଁ ଧକ୍କା ହେଲା; ବୁଡ଼ିଗଲେ ଅନେକ ଯାତ୍ରୀ

ବିରୋଧ କରୁଥିବା ବିଜେପି ନେତା ଓ କାର୍ଯ୍ୟକର୍ତ୍ତାମାନେ
ଏହା ବି ପଢ଼ନ୍ତୁ | ଖାଦ୍ୟ ଅର୍ଡ଼ରରେ ବିଳମ୍ବ ହେବାରୁ ହୋଟେଲ୍ ମାଲିକଙ୍କୁ ହତ୍ୟା କଲା ସ୍ୱିଗି ଡେଲିଭରି ବୟ; ୩ ଗିରଫ
ଏପରିକି ସେହି ସ୍ଥାନରେ ଫଟୋ ଉଠାଉଥିବା ଜଣେ ସାମ୍ବାଦିକଙ୍କୁ ମଧ୍ୟ ଛାଡ଼ି ନ ଥିଲେ ବିଧାୟକ ପ୍ରଶାନ୍ତ ଜଗଦେବ । ସେ ଜଣେ ସାମ୍ବାଦିକଙ୍କୁ ଆକ୍ରମଣ କରିବା ସହିତ ତାଙ୍କ ମୋବାଇଲ୍ ଫୋନ୍ ଛଡାଇ ନେଇଥିବା ଅଭିଯୋଗ ହୋଇଥିଲା । ଏ ନେଇ ବିଜେପି ପକ୍ଷରୁ ବାଲୁଗାଁ ଥାନାରେ ଅଭିଯୋଗ କରାଯାଇଥିଲା । ବିଧାୟକଙ୍କୁ ତୁରନ୍ତ ଗିରଫ କରିବାକୁ ବି ଦାବି ହୋଇଥିଲା ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ ଫଟୋ | ନୋଏଡ଼଼ାରେ ଭଙ୍ଗାଯିବ ୪୦ ମହଲା ବିଶିଷ୍ଟ ଟ୍ବିନ୍ ଟାୱାର୍; ନିର୍ଦ୍ଦେଶ ଦେଲେ ସୁପ୍ରିମ୍ କୋର୍ଟ୍
‘‘ପ୍ରଧାନ ମନ୍ତ୍ରୀ ଆବାସ ଯୋଜନାର ସବୁ କାଗଜ ପତ୍ର ତିଆରି ହୋଇ ଚାରି ମାସ ତଳୁ ଏନ୍.ଏ.ସି. ଭିତରେ ରଖା ହୋଇଛି । କିନ୍ତୁ ଆମେ ଶୁଣିବାକୁ ପାଉଛୁ ଯେ ସେ (ବାଧାୟକ) ସେଗୁଡ଼ିକୁ ବାଣ୍ଟୁନାହାଁନ୍ତି । ଆମେ ଆଜି ଶୁଣିବାକୁ ପାଇଲୁ ଯେ ସେଗୁଡ଼ିକ ଆଜି ବଣ୍ଟାଯିବ । ତେଣୁ ମୁଁ ଆସିଥିଲି । ସେଠି ମୁଁ କହିଲି ‘କାହିଁକି ଏତେ ଡେରି କରୁଛନ୍ତି, ବାଣ୍ଟିଦିଅନ୍ତୁ ।’ ଏତିକି କହିବା ବେଳକୁ ଆମ ବିଧାୟକ ବାବୁ ସେଠି ପହଞ୍ଚିଲେ ଓ ମୋତେ ‘ତୁ ଏତେ ରାଜନୀତି କରୁଛୁ?’ ବୋଲି କହି ଜାବୁଡ଼ାଟେ ପକେଇଲେ,’’ କହିଛନ୍ତି ବିଜେପି ନଗର ମଣ୍ଡଳ ସଭାପତି ନିରଞ୍ଜନ ସେଠୀ ।

ନବୀନ ପଟ୍ଟନାୟକଙ୍କ ଦସ୍ତଖତରେ ଆସିଥିବା ନିଲମ୍ବନ ନୋଟିସ
ଏହା ବି ପଢ଼ନ୍ତୁ | କ୍ରିକେଟର୍ ଶୋଏବ୍ ଅଖତରଙ୍କୁ ଅପମାନିତ କରୁଥିଲେ ଦୁଇ ଜଣ ମହିଳା; ସେ କହିଲେ, ‘‘ତାଙ୍କ କଥା ଶୁଣି…’’
ନିଲମ୍ବିତ ହେବା ପୂର୍ବରୁ ଏହି ଘଟଣା ଉପରେ ପ୍ରତିକ୍ରିୟା ରଖି ବିଧାୟକ ପ୍ରଶାନ୍ତ ଜଗଦ୍ଦେବ କହିଥିଲେ ଯେ ବାଲୁଗାଁ ଏନ୍.ଏ.ସି.ରେ ଭତ୍ତା ଓ ଆବାସ ଯୋଜନା ବଣ୍ଟା ହେଉଥିବା ବେଳେ ସେ ସେଠାରେ ଦଳୀୟ କର୍ମୀଙ୍କ ସହ ଉପସ୍ଥିତ ଥିଲେ । ‘‘ବିଜେପି କର୍ମକର୍ତ୍ତାଙ୍କ ସହ କେତେକ ବିଜେଡି କର୍ମୀଙ୍କର ସାମାନ୍ୟ ବଚସା ହୋଇଥିବା ମୁଁ ଶୁଣିବାକୁ ପାଇଥିଲି । କିନ୍ତୁ କେଉଁମାନେ ଥିଲେ ଓ କିଏ କାହାକୁ ମାଡ଼ ମାରିଲା ତାହା ମୁଁ ଜାଣି ନାହିଁ । ଜଣେ ବିଧାୟକ ହିସାବରେ ମୁଁ ସେଠାରେ ଜନ କଲ୍ୟାଣ କାର୍ଯ୍ୟକୁ ନେଇ ଉପସ୍ଥିତ ଥିବା ବେଳେ ବିଜେପି କର୍ମକର୍ତ୍ତାମାନେ ଏମିତି ଅଗଣତାନ୍ତ୍ରିକ ଉପାୟରେ ବିରୋଧ କରିବା ଅନୁଚିତ,’’ କହିଥିଲେ ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ ଫଟୋ | ଡ୍ରଗ୍ସ କାରବାର ମାମଲାରେ ଗିରଫ ହେଲେ ବିଗ୍ ବସ୍ ଫେମ୍ ବଲିଉଡ ଅଭିନେତା ଅରମାନ କୋହଲି
ଏହି ଘଟଣା ପରେ ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦସ୍ତଖତରେ ଜାରି ହୋଇଥିବା ଗୋଟିଏ ବାକ୍ୟର ନୋଟିସରେ ପ୍ରଶାନ୍ତ ଜଗଦେବଙ୍କ ନିଲମ୍ବନ ସମ୍ପର୍କରେ ସୂଚନା ଦିଆଯାଇଥିଲା, ମାତ୍ର କୌଣସି କାରଣ ଦର୍ଶାଯାଇ ନ ଥିଲା ।
‘‘ବିଜେଡି ସୁପ୍ରିମୋଙ୍କ ଏହି ନିଷ୍ପତ୍ତି ସ୍ୱାଗତଯୋଗ୍ୟ । ଜଣେ ନିର୍ବାଚିତ ଜନ ପ୍ରତିନିଧି ହୋଇ ଏକ ସାମ୍ବିଧାନିକ ପଦବୀରେ ରହି କୌଣସି ବ୍ୟକ୍ତି ଏମିତି ଦବଙ୍ଗଗିରି କରିବା ଅନୁଚିତ । ବିଧାୟକଙ୍କ ନିଲମ୍ବନ ଦ୍ୱାରା ଏକ ଭଲ ବାର୍ତ୍ତା ରାଜନୀତିକୁ ଓ ସମାଜକୁ ଯାଇଛି,’’ କହିଛନ୍ତି ରାଜନୈତିକ ପର୍ଯ୍ୟବେକ୍ଷକ ତଥା ବରିଷ୍ଠ ସାମ୍ବାଦିକ ଅକ୍ଷୟ କୁମାର ସାହୁ ।






