ବାଲେଶ୍ୱର: ଥାନା ଭିତରେ ଅଭିଯୋଗକାରୀକୁ ହାଣିଲେ; ପଛରେ ରହିଛି ରାଜନୀତି ଓ ବ୍ୟବସାୟ ବିବାଦ
ହତ୍ୟାର ଧମକ ମିଳିଛି ବୋଲି ପରିବାର ତରଫରୁ ଦୁଇ ଦିନ ତଳେ ଅଭିଯୋଗ କରାଯିବା ପରେ ବି ପୋଲିସ ଚୁପ୍ ବସିଥିଲା । ପୂର୍ବରୁ ଏହି ଦୁଇ ଗୋଷ୍ଠୀ ମଧ୍ୟରେ ବାରମ୍ବାର ଗଣ୍ଡଗୋଳ ହୋଇଥିଲେ ବି ପୋଲିସ ହତ୍ୟା ଧମକ ଅଭିଯୋଗକୁ ହାଲୁକା ଭାବେ ନେଇଥିଲା ।
ଉତ୍ୟକ୍ତ ଲୋକେ ପୋଲିସ ବିରୋଧରେ ପ୍ରତିବାଦ ପ୍ରଦର୍ଶନ କରୁଛନ୍ତି ।
- News18 Odia
- Last Updated: April 7, 2021, 11:59 PM IST
ବାଲେଶ୍ୱର: ପୁଣି ଅଶାନ୍ତ ହୋଇଛି ବାଲେଶ୍ୱର । ରେମୁଣା ଥାନା ଭିତରେ ପୂର୍ବ ଶତ୍ରୁତାକୁ ନେଇ ପୋଲିସ ସାମନାରେ ଏକ ଦମ୍ପତିଙ୍କୁ କଟୁରୀ ଚୋଟରେ ଗୁରୁତର ଆହତ କରିବା ଘଟଣା ପରେ ପୋଲିସ ବିରୁଦ୍ଧରେ ଜନ ଆକ୍ରୋଶ ଦେଖାଦେଇଛି । ଏମିତି କରିଥିବା ଲୋକଙ୍କୁ ଗିରଫ କରିବା ଦାବିରେ ଶତାଧିକ ମହିଳା ଓ ପୁରୁଷ ବୁଧବାର ସକାଳେ ରେମୁଣା ଥାନା ଘେରାଓ କରିଥିଲେ ଓ ଥାନା ଆଗରେ ଟାୟାର୍ ଜାଳି ରାସ୍ତା ଅବରୋଧ କରିଥିଲେ ।
ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ଘମାଘୋଟ ଲଢ଼େଇ ହୋଇଥିଲେ ବି ପୋଲିସ ମୂକ ଦର୍ଶକ ସାଜିଥିବା ଅଭିଯୋଗ ହୋଇଛି । ଗୋଟିଏ ଗୋଷ୍ଠାର କଟୁରୀ ଚୋଟରେ ଗୁରୁତର ଆହତ ହୋଇଥିବା ଏକ ଦମ୍ପତି ଏବେ ହସପିଟାଲରେ ଚିକିତ୍ସିତ ହେଉଛନ୍ତି । ଥାନା ଭିତରେ ଘଟିଥିବା ସେହି ଆକ୍ରମଣକୁ ନେଇ ପୋଲିସର କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନ ଉଠାଇଛନ୍ତି ରେମୁଣା ବିଧାୟକ ସୁଧାଂଶୁ ପରିଡ଼ା । ପୋଲିସର କର୍ତ୍ତବ୍ୟରେ ଅବହେଳା ଯୋଗୁଁ ଥାନା ଭିତରେ ଏପରି କାଣ୍ଡ ଘଟିଲା ବୋଲି ସେ କହିଛନ୍ତି ।
ଏହା ବି ପଢ଼ନ୍ତୁ | ସାପ ଓ ନେଉଳ ମଧ୍ୟରେ ଘମାଘୋଟ ଲଢ଼େଇ… କିଏ ଜିତିବ? VIDEO ଭାଇରାଲ୍ ହେଲା; ଦେଖନ୍ତୁ

ଥାନା ଭିତରେ ଭଙ୍ଗାରୁଜା ହେବା ପରର ଏକ ଦୃଶ୍ୟ
ଆହତ ଦମ୍ପତିଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ଥିବାରୁ ପରେ ଜିଲ୍ଲା ମେଡ଼ିକାଲ କଲେଜ ଓ ହସ୍ପିଟାଲରେକୁ ସ୍ଥାନାନ୍ତର କରାଯାଇଥିଲା । ଆହତ ହୋଇଥିବା ଗୋଷ୍ଠୀର ଲୋକେ ପୋଲିସର ପକ୍ଷପାତିତା ଓ ନିଷ୍କ୍ରିୟତା ଅଭିଯୋଗ କରି ରାତି ତମାମ ଥାନା ପରିସରରେ ଉତ୍ତେଜନା ଜାରି ରଖିଥିଲେ ।
ଏହା ବି ପଢ଼ନ୍ତୁ | Gold Price: ଏବେ କରନ୍ତୁ ସୁନାରେ ନିବେଶ; ୧ରୁ ୫ ମାସରେ ମିଳିବ ଭଲ ଲାଭ; ଦେଖନ୍ତୁ ପଛ ରେକର୍ଡ଼
ମିଳିଥିବା ସୂଚନା ଅନୁସାରେ ୪ ତାରିଖ ଦିନ ଏହି ଘଟଣାର ସୂତ୍ରପାତ ହୋଇଥିଲା ରଘୁନାଥ ସାହୁଙ୍କ ପୁଅ ସମ୍ଭବକୁ କିଛି ଲୋକ ହତ୍ୟାର ଧମକ ଦେଇଥିଲେ । ଏ ନେଇ ସମ୍ଭବଙ୍କ ପରିବାର ଥାନାରେ ଅଭିଯୋଗ କରିଥିଲେ, ମାତ୍ର ପୋଲିସ କାର୍ଯାନୁଷ୍ଠାନ ନେଇ ନ ଥିଲା ବୋଲି ସେମାନେ ଅଭିଯୋଗ କରିଛନ୍ତି । ମଙ୍ଗଳବାର ଦିନ ଧମକ ଦେଇଥିବା ଲୋକେ ରଘୁନାଥଙ୍କ ଘରେ ଭଙ୍ଗାରୁଜା କରିବା ସହ ପରେ ଥାନାରେ ପଶି ସେମାନଙ୍କ ଉପରେ ଆକ୍ରମଣ କରିଥିଲେ ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ ଫଟୋ | ନେହା ଧୁପିଆଙ୍କ ଠାରୁ ସେଲିନା ଜେଟଲୀ… ଏହି ଅଭିନେତ୍ରୀମାନେ ବିବାହର ୯ ମାସ ପୂର୍ବରୁ ମାଆ ହୋଇଥିଲେ
‘‘ଆମେ ଜଣେ ସମ୍ପର୍କୀୟଙ୍କ ଘରୁ ଫେରିବା ବେଳେ ଆମ ଉପରେ ଅତର୍କିତ ଆକ୍ରମଣ କରିଥିଲେ ସେହି ଲୋକମାନେ । ଆମ ଘରେ ଭଙ୍ଗାରୁଜା ବି କରିଥିଲେ ସେମାନେ । ଏ ନେଇ ମୁଁ, ମୋ’ ସ୍ତ୍ରୀ ଓ ପୁଅ ଥାନାକୁ ଆସି ଅଭିଯୋଗ ଲେଖୁଥିବା ସମୟରେ ହଠାତ ପ୍ରାୟ ୧୦୦ ଲୋକ ଥାନା ଭିତରକୁ ପଶି ମୋତେ ଖଣ୍ଡାରେ ହାଣି ପକାଇଲେ । ମୋ’ ସ୍ତ୍ରୀ ଓ ପୁଅକୁ ବି ନିସ୍ତୁକ ମାଡ଼ ମାରିଲେ ସେମାନେ । ଏ ସବୁ ପୋଲିସ ଉପସ୍ଥିତିରେ ଘଟୁଥିବା ବେଳେ ପୋଲିସ ଚୁପ୍ ରହିଥିଲା,’’ କହିଛନ୍ତି ଆକ୍ରମଣରେ ଆହତ ହୋଇଥିବା ରଘୁନାଥ ସାହୁ ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ VIDEO | Belly Dance: ଶନାୟା କପୁର୍ ମସ୍ତିଭରା ବେଲି ଡ୍ୟାନ୍ସ କଲେ; VIDEO ଭାଇରାଲ୍ ହେଉଛି
ଏହି ଘଟଣା ପଛରେ ପୋଲିସ ‘‘ପୂର୍ବ ଶତ୍ରୁତା’’ ଥିବା କହୁଥିବା ବେଳେ ଆକ୍ରମଣର ଶିକାର ପରିବାର ରାଜନୈତିକ ଓ ବ୍ୟାବସାୟିକ ବିବାଦ ଯୋଗୁଁ ଏହି କାଣ୍ଡ ଘଟିଥିବା କହିଛନ୍ତି । ରଘୁନାଥ ପୂର୍ବରୁ ସରପଞ୍ଚ ଥିଲେ । ତାଙ୍କ ପୁଅ ସମ୍ଭବ ଏବେ ଯୁବ ବିଜେଡ଼ିରେ ସକ୍ରିୟ ଅଛନ୍ତି । ଗତ ବର୍ଷ ସମ୍ଭବଙ୍କ ଉପରେ ଗୁଳି ମାଡ଼ ହୋଇଥିଲା । ସେ କଟକରେ ଚିକିତ୍ସା ପରେ ସୁସ୍ଥ ହୋଇ ଫେରିଥିଲେ । ରାଜନୈତିକ ଶତ୍ରୁତା ସହ ବାଲି ବ୍ୟବସାୟର ଲିଙ୍କ୍ ଥିବା ମଧ୍ୟ କୁହାଯାଉଛି ।
ଏହା ବି ପଢ଼ନ୍ତୁ | ଏପ୍ରିଲ୍ ୧ରୁ ଏହି ସବୁ ବ୍ୟାଙ୍କ୍ର ଚେକ୍ ବୁକ୍ ଓ ପାସ୍ ବୁକ୍ ଆଉ କାମ କରୁନାହିଁ; ଜାଣନ୍ତୁ କେଉଁ ବ୍ୟାଙ୍କ୍
ପୋଲିସ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରି ବିଭିନ୍ନ ସ୍ଥାନରେ ଚଢ଼ାଉ କରିଛି ଓ ଦୁଇ ଜଣଙ୍କୁ ଉଠାଇ ଆଣି ପଚରାଉଚରା ମଧ୍ୟ କରୁଛି । ଥାନାର ସିସିଟିଭି ଫୁଟେଜ ଆଧାରରେ ନୀଳଗିରି ଏସ୍.ଡି.ପି.ଓ. ଓ ରେମୁଣା ଥାନା ଅଧିକାରୀଙ୍କ ନେତୃତ୍ୱରେ ପୋଲିସ ପୂରା ଅଞ୍ଚଳରେ ଛାନବିନ୍ ଚଳାଇଛି । ପରିସ୍ଥିତି ନିୟନ୍ତ୍ରଣ ପାଇଁ ଥାନା ପରିସରରେ ଦୁଇ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ କରାଯାଇଛି ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ VIDEO | ‘ଚଲି ଚଲି…’ ପୂରା ଗୀତ ରିଲିଜ୍ ହେଲା; ଜୟଲଳିତାଙ୍କ ରୂପରେ କଙ୍ଗନାଙ୍କ ଅଭିନୟ ଦେଖନ୍ତୁ
‘‘ଶହେରୁ ଅଧିକ ଲୋକ ହଠାତ୍ ଥାନା ଭିତରକୁ ପଶି ଆସିଥିଲେ । ଆମେ ତାଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲୁ, ହେଲେ ସେମାନେ ଧାରୁଆ ଅସ୍ତ୍ରରେ ଅଭିଯୋଗକାରୀଙ୍କୁ ଆକ୍ରମଣ କରିଥିଲେ । ଯାହା ଜଣା ପଡ଼ୁଛି ପୂର୍ବ ଶତ୍ରୁତାରୁ ଏଭଳି ଘଟଣା ଘଟିଛି । ଆମେ ଶୀଘ୍ର ଅଭିଯୁକ୍ତ ମାନଙ୍କୁ ଗିରଫ କରିବୁ,’’ କହିଛନ୍ତି ରେମୁଣା ଥାନା ଅଧିକାରୀ ଶ୍ରୀ ବଲଭ ସାହୁ ।
ଏହା ବି ପଢ଼ନ୍ତୁ | ଗୋଟିଏ ଝିଅ ସହ ପ୍ରେମ ପାଇଁ ନବମ ଶ୍ରେଣୀର ଛାତ୍ର ନିଜ ସହପାଠୀକୁ ଗୁଳି ମାରି ହତ୍ୟା କଲା
ଏବେ ପ୍ରଶ୍ନ ଉଠୁଛି: ହତ୍ୟାର ଧମକ ନେଇ ୪ ତାରିଖରେ ପରିବାର ତରଫରୁ ଅଭିଯୋଗ କରାଯିବା ପରେ ପୋଲିସ କାହିଁକି ଚୁପ ବସିଥିଲା? ପୂର୍ବରୁ ଏହି ଦୁଇ ଗୋଷ୍ଠୀ ମଧ୍ୟରେ ବାରମ୍ବାର ଗଣ୍ଡଗୋଳ ହୋଇ ଆସିଥିବା ବେଳେ ପୋଲିସ ହତ୍ୟା ଧମକ ଅଭିଯୋଗକୁ ହାଲୁକା ଭାବେ କାହିଁକି ନେଇଥିଲା?
ଏହା ବି ପଢ଼ନ୍ତୁ | ନନ୍ଦିଗ୍ରାମର ମତଦାନ କେନ୍ଦ୍ରରୁ ମମତା ରାଜ୍ୟପାଳଙ୍କୁ ଫୋନ୍ କଲେ: ‘ଲୋକଙ୍କୁ ଭୋଟ୍ ଦେବାକୁ ଦିଆଯାଉନି’
‘‘ବାଲେଶ୍ୱର ପୋଲିସ ଭଲ କାର୍ଯ୍ୟ କରିଆସୁଛି, ହେଲେ ଏହି ଘଟଣା ରେମୁଣା ଥାନା ଅଧିକାରୀଙ୍କ କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଥାନା ଅଧିକାରୀ ଉପସ୍ଥିତ ଥିବା ସତ୍ତ୍ୱେ ତାଙ୍କ ସାମନାରେ ଏ ସବୁ ଘଟିଲା, ହେଲେ ପୋଲିସ S ପର୍ଯ୍ୟନ୍ତ ଅଭିଯୁକ୍ତମାନଙ୍କୁ ଧରି ପାରିନାହିଁ,’’ କହିଛନ୍ତି ରେମୁଣା ବିଧ୍ୟାୟକ ସୁଧାଂଶୁ ପରିଡ଼ା ।
ମାର୍ଚ୍ଚ ୧୫ ତାରିଖରେ ବାଲେଶ୍ୱର ବଳରାମଗଡ଼ି ଗୁଳିକାଣ୍ଡ ଘଟଣା ଲୋକଙ୍କ ଆଖିରୁ ଲିଭି ନ ଥିବା ବେଳେ ମଙ୍ଗଳବାର ରାତିରେ ରେମୁଣା ଥାନା ଭିତରେ ଏହି ଘଟଣା ବାଲେଶ୍ୱର ପୋଲିସ ପାଇଁ ଆଉ ଏକ କଳଙ୍କ ସାବ୍ୟସ୍ତ ହୋଇଛି ।






