ଆଉ ନାହାନ୍ତି ଓଡ଼ିଆ ସାହିତ୍ୟର ମଉଡ଼ମଣି ମନୋଜ ଦାସ; ୮୭ ବର୍ଷ ବୟସରେ ପରଲୋକ ଗଲେ
ଉଭୟ ଓଡ଼ିଆ ଓ ଇଂରାଜୀରେ ଅନେକ ଗଳ୍ପ ଓ ଉପନ୍ୟାସ ଲେଖି ମନୋଜ ଦାସ ଓଡ଼ିଆ ସାହିତ୍ୟ ଆଡ଼କୁ ବିଶ୍ୱର ଧ୍ୟାନ ଆକର୍ଷିତ କରିଥିଲେ । ମହାଯୋଗୀ ଶ୍ରୀ ଅରବିନ୍ଦଙ୍କ ଦର୍ଶନରେ ଅନୁପ୍ରାଣିତ ହୋଇ ସେ ପୁଡୁଚେରୀରେ ଶିକ୍ଷାଦାନ କରୁଥିଲେ ।
ମନୋଜ ଦାସ
- News18 Odia
- Last Updated: April 27, 2021, 10:04 PM IST
ଭୁବନେଶ୍ୱର: ସାରା ଭାରତ ଓ ଭାରତ ବାହାରେ ଆଦୃତ ବିଶିଷ୍ଟ ଓଡ଼ିଆ ଲେଖକ ମନୋଜ ଦାସଙ୍କର ପରଲୋକ ହୋଇଛି । ବୟସାଧିକ୍ୟ ଜନିତ ବିଭିନ୍ନ ରୋଗରେ ପୀଡ଼ିତ ହୋଇ ଚିକି୍ସାଧୀନ ଥିବା ବେଳେ ମଙ୍ଗଳବାର ଦିନ ୮୭ ବର୍ଷ ବୟସରେ ସେ ଇହ ଲୀଳା ସମ୍ବରଣ କରିଛନ୍ତି ।
ଅନେକ ଦଶନ୍ଧି ଧରି ଯୋଗୀ ଶ୍ରୀ ଅରବିନ୍ଦଙ୍କ (Sri Aurobindo) ଆସ୍ଥାନ ପୁଡୁଚେରୀକୁ (Puducherry) ନିଜ କର୍ମଭୂମି କରିଥିବା ମନୋଜ ଦାସ ସେଠାରେ ଶ୍ରୀ ଅରବିନ୍ଦ ଆଶ୍ରମରେ ଥିବା ଏକ ନର୍ସିଂହୋମରେ ଚିକିତ୍ସିତ ହେଉଥିଲେ । ମଙ୍ଗଳବାର ସନ୍ଧ୍ୟା ୮ଟା ୧୫ରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ବୋଲି ତାଙ୍କ ପରିବାର ତରଫରୁ କୁହାଯାଇଛି ।
ଏହା ବି ପଢ଼ନ୍ତୁ | ମଣିଷ ନା ରାକ୍ଷସ? ନିଜ ମା’କୁ ମାରି ମୃତ ଦେହକୁ ୧,୦୦୦ ଖଣ୍ଡ କରି କାଟିଥିଲା ଓ ଖାଇଥିଲା ଏହି ଯୁବକ
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ VIDEO | ‘ମୋତେ ଠିକ୍ ଚିକିତ୍ସା ମିଳୁନି… ମୁଁ ସ୍ୱାସ୍ଥ୍ୟ କର୍ମୀ’: ମୃତ୍ୟୁ ପୂର୍ବରୁ VIDEOରେ କହିଗଲେ ଲ୍ୟାବ୍ କର୍ମଚାରୀ

ମନୋଜ ଦାସ
ଏହା ବି ପଢ଼ନ୍ତୁ | ‘ବାପାଙ୍କୁ କୁମ୍ଭ ମେଳାକୁ ଯିବାରୁ ବାରଣ କରିଥିଲି, ହେଲେ ସେ ଶୁଣି ନ ଥିଲେ’: ଶ୍ରବଣ ରାଠୋଡ଼ଙ୍କ ପୁଅ
୨୦୦୦ ମସିହାରେ ମନୋଜ ଦାସଙ୍କୁ ସରସ୍ବତୀ ସମ୍ମାନ ମିଳିଥିଲା । ସାହିତ୍ୟ ଓ ଶିକ୍ଷା କ୍ଷେତ୍ରରେ ଅବଦାନ ପାଇଁ ୨୦୦୧ରେ ତାଙ୍କୁ ପଦ୍ମଶ୍ରୀ ଓ ୨୦୨୦ରେ ପଦ୍ମଭୂଷଣ ସମ୍ମାନରେ ସମ୍ମାନିତ କରାଯାଇଥିଲା । ୨୦୦୭ରେ ତାଙ୍କୁ ଅତିବଡ଼ି ଜଗନ୍ନାଥ ଦାସ ପୁରସ୍କାର ମିଳିଥିଲା । ସେ ମଧ୍ୟ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ ।
ଏହା ବି ପଢ଼ନ୍ତୁ | ସରକାରୀ ଚାକିରି: BECILରେ ୫୬୭ ପଦ ପାଇଁ ଆବେଦନର ଶେଷ ତାରିଖ ଏପ୍ରିଲ୍ ୩୦; ବୟସ ୪୫ରୁ ୬୦ ବର୍ଷ
ମନୋଜ ଦାସଙ୍କ ଦେହାନ୍ତରେ ଓଡ଼ିଶାର ରାଜ୍ୟପାଳ ପ୍ରଫେସର ଗଣେଶ ଲାଲ, ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମେତ ବହୁ ଗଣ୍ୟମାନ୍ୟ ବ୍ୟକ୍ତି ଦୁଃଖ ପ୍ରକାଶ କରିଛନ୍ତି ଓ ତାଙ୍କ ଅମର ଆତ୍ମାର ସଦଗତି କାମନା କରିଛନ୍ତି ।
Deeply saddened to know about the passing away of legendary litterateur #ManojDas. Shri Das has left an indelible mark in the field of literature with his vast variety of immortal works and left a void which can never be filled.
— Naveen Patnaik (@Naveen_Odisha) April 27, 2021
ଏହା ବି ପଢ଼ନ୍ତୁ | ୧୮ ବର୍ଷ ବା ଅଧିକ? କରୋନା ଟିକା ନେବା ପାଇଁ CoWin ଆପ୍ରେ କେମିତି ପଞ୍ଜୀକରଣ କରିବେ ଜାଣନ୍ତୁ
୧୯୩୪ ମସିହା ଫେବୃୟାରୀ ୨୭ ତାରିଖରେ ବାଲେଶ୍ବର ଜିଲ୍ଲାର ଶଙ୍କରୀ ଗ୍ରାମରେ ଜନ୍ମ ଗ୍ରହଣ କରିଥିଲେ ଓଡ଼ିଆ ସାହିତ୍ୟର ଏହି ମଉଡ଼ମଣି । ମନୋଜ ଦାସଙ୍କ ଲିଖିତ ଲୋକପ୍ରିୟ ପୁସ୍ତକ ମଧ୍ୟରେ ରହିଛି ‘ଜିଜ୍ଞାସାର ଦିଗଦିଗନ୍ତ’, ‘ତନ୍ଦ୍ରାଲୋକର ପ୍ରହରୀ,’ ‘ଚେତନାର ଦିଗବଳୟ’, ‘ଅଜଣାର ଅନ୍ବେଷଣେ’, ‘ମନୋଜ ଦାସଙ୍କ ସହ ପ୍ରଶ୍ନୋତ୍ତର’ ଆଦି ।
ଏହା ବି ପଢ଼ନ୍ତୁ | କରୋନା ଟିକାର ପ୍ରଥମ ଡୋଜ୍ ନେବା ପରେ ସଂକ୍ରମିତ ହେଲେ ଦ୍ୱିତୀୟ ଡୋଜ୍ କେବେ ନେବା ଉଚିତ?
୧୯୬୩ ମସିହାରୁ ପୁଡୁଚେରୀର ଶ୍ରୀ ଅରବିନ୍ଦ ଆଶ୍ରମ ବିଶ୍ବବିଦ୍ୟାଳୟରେ ଇଂରାଜୀ ଭାଷା ସାହିତ୍ୟ ବିଭାଗ ଓ ଅରବିନ୍ଦଙ୍କ ଦର୍ଶନ ଉପରେ ସେ ଅଧ୍ୟାପନା କରୁଥିଲେ । ୧୯୭୧ ମସିହାରେ ତାଙ୍କ ଗବେଷଣାତ୍ମକ ଲେଖା ‘ବିଂଶ ଶତାବ୍ଦୀର ପ୍ରଥମ ଦଶକରେ ଭାରତର ସ୍ବାଧୀନତାରେ ଅରବିନ୍ଦଙ୍କ ଭୂମିକା’ ତାଙ୍କୁ ଲୋକଲୋଚନକୁ ଆଣିଥିଲା । ସେଇଥି ପାଇଁ ପ୍ରଥମେ ତାଙ୍କୁ ଶ୍ରୀ ଅରବିନ୍ଦ ପୁରସ୍କାର ମିଳିଥିଲା ।
ଏହା ବି ପଢ଼ନ୍ତୁ | ଗ୍ରାହକଙ୍କୁ ଲାଗିବ ଝଟକା! ଏବେ ଏହି ବ୍ୟାଙ୍କରୁ ଟଙ୍କା କାଢ଼ିବା ମହଙ୍ଗା ହେଲା; SMS ଚାର୍ଜ ବି ବଢ଼ିଲା
ଗତ ସେପ୍ଟେମ୍ବର ମାସରେ ମନୋଜ ଦାସଙ୍କ ସ୍ବାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ସ୍ଥିତିରେ ପହଞ୍ଚିଥିଲା । ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ତାଙ୍କ ସହ କଥା ହୋଇ ତାଙ୍କୁ ଉନ୍ନତ ମାନର ଚିକିତ୍ସା ସୁବିଧା ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଥିଲେ । ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ବ୍ୟକ୍ତିଗତ ଭାବେ ତାଙ୍କୁ ଫୋନ୍ କରି ତାଙ୍କ ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିଥିଲେ ।
‘‘ମନୋଜ ଦାସଙ୍କ ମୃତ୍ୟୁ ଓଡ଼ିଆ ସାହିତ୍ୟ ଜଗତ ପାଇଁ ଏକ ଅପୂରଣୀୟ କ୍ଷତି । ସେ କୋଟି କୋଟି ଓଡ଼ିଆ ଓ ଅଣଓଡ଼ିଆଙ୍କ ହୃଦୟରେ ସୁସାହିତ୍ୟ ପାଇଁ ପ୍ରେରଣା ଜାଗ୍ରତ କରିଥିଲେ,’’ କହିଛନ୍ତି ବିଶିଷ୍ଟ ଲେଖକ ଦାସ୍ ବେନହୁର୍ । ମନୋଜ ଦାସଙ୍କ ପରଲୋକରେ ଓଡ଼ିଶାର ବହୁ ବିଶିଷ୍ଟ ସାହିତ୍ୟିକ ଓ ରାଜନୈତିକ ବ୍ୟକ୍ତିବିଶେଷ ଶୋକ ବ୍ୟକ୍ତ କରିଛନ୍ତି ।






