କଟକ: ପ୍ରାତଃଭ୍ରମଣରେ ଥିବା ଦମ୍ପତିଙ୍କୁ ହାଣି ସୁନା ଅଳଙ୍କାର ଲୁଟିଲେ; ପୋଲିସକୁ ଖୋଲା ଚାଲେଞ୍ଜ୍
ଏହି ଘଟଣା ଘଟୁଥିବା ସମୟରେ ହରେକୃଷ୍ଣ ଓ ତାଙ୍କ ପତ୍ନୀ ଚିତ୍କାର କରିଥିଲେ, ହେଲେ ତାଙ୍କ ଚିତ୍କାର ଶୁଣି ଅନେକ ଲୋକ ନିଜ ଘରୁ ବାହାରକୁ ଆସିଥିଲେ ବି କେହି ସେହି ଲୁଟ୍ ପ୍ରୟାସର ପ୍ରତିବାଦ କରି ନ ଥିଲେ । ସମସ୍ତେ ମୂକ ସାକ୍ଷୀ ହୋଇ ସେହି ଘଟଣାକୁ ଦେଖୁଥିଲେ ।
ଲୁଟର ଶିକାର ଦମ୍ପତି
- News18 Odia
- Last Updated: April 7, 2021, 11:57 PM IST
କଟକ: ବେଶ୍ କିଛି ଦିନର ବ୍ୟବଧାନ ପରେ କଟକ ସହରରେ ପୁଣି ଥରେ ଆରମ୍ଭ ହୋଇଛି ଛିନତାଇ । ସଦ୍ୟ ଘଟଣାରୁ ଲାଗୁଛି ଲୁଟେରାମାନଙ୍କ ଦୁଃସାହସ ବୃଦ୍ଧି ପାଇଛି । ସେମାନେ ହାତରେ ମାରଣାସ୍ତ୍ର ଧରି ଆସୁଛନ୍ତି, ଆଉ ଲୋକେ ପ୍ରତିବାଦ କରିବାରୁ ସେମାନଙ୍କ ଉପରେ ମରଣାନ୍ତକ ଆକ୍ରମଣ କରୁଛନ୍ତି ।
ବୁଧବାର ଦିନ ସିଡିଏରେ ଲୁଟେରାଙ୍କ ଆକ୍ରମଣର ଶିକାର ହୋଇଛନ୍ତି ଏକ ଦମ୍ପତି । ପ୍ରାତଃଭ୍ରମଣରେ ଯାଇ ଘରକୁ ଫେରିବା ବାଟରେ ସେକ୍ଟର ୧୦ ବାସିନ୍ଦା ପ୍ରଜ୍ଞା ପରିଡ଼ା ଓ ତାଙ୍କ ସ୍ବାମୀ ହରେକୃଷ୍ଣ ପରିଡ଼ା ଲୁଟ୍ ପ୍ରୟାସର ପ୍ରତିବାଦ କରିଥିଲେ । ହରେକୃଷ୍ଣଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଥିଲେ ଦୁର୍ବୃତ୍ତମାନେ । ସେ ଓ ତାଙ୍କ ପତ୍ନୀ ପିନ୍ଧିଥିବା ସବୁ ସୁନା ଅଳଙ୍କାର ଲୁଟି ନେଇଥିଲେ ସେମାନେ ।
ଏହା ବି ପଢ଼ନ୍ତୁ | ସାପ ଓ ନେଉଳ ମଧ୍ୟରେ ଘମାଘୋଟ ଲଢ଼େଇ… କିଏ ଜିତିବ? VIDEO ଭାଇରାଲ୍ ହେଲା; ଦେଖନ୍ତୁ

ଏ ସଂକ୍ରାନ୍ତରେ ସିଡିଏ ଫେଜ୍ ୨ ଥାନାରେ ଏକ ମାମଲା ରୁଜୁ ହୋଇଛି ।
ଆଶ୍ଚର୍ଯ୍ୟର କଥା ହେଲା ଏହି ଘଟଣା ଘଟୁଥିବା ସମୟରେ ହରେକୃଷ୍ଣ ଓ ତାଙ୍କ ପତ୍ନୀ ଚିତ୍କାର କରିଥିଲେ, ହେଲେ ଏହି ଚିତ୍କାର ଶୁଣି ଅନେକ ଲୋକ ନିଜ ନିଜ ଘରୁ ବାହାରକୁ ଆସିଥିଲେ ବି କେହି ସେହି ଲୁଟ୍ ପ୍ରୟାସର ପ୍ରତିବାଦ କରି ନ ଥିଲେ । ସମସ୍ତେ ମୂକ ସାକ୍ଷୀ ହୋଇ ଏହି ଘଟଣାକୁ ଦେଖୁଥିଲେ । ପରେ ହରେକୃଷ୍ଣଙ୍କ ଅଭିଯୋଗ ପରେ ସିଡିଏ ଫେଜ୍ ୨ ଥାନାରେ ଏକ ମାମଲା ରୁଜୁ ହୋଇଛି ।
ଏହା ବି ପଢ଼ନ୍ତୁ | Gold Price: ଏବେ କରନ୍ତୁ ସୁନାରେ ନିବେଶ; ୧ରୁ ୫ ମାସରେ ମିଳିବ ଭଲ ଲାଭ; ଦେଖନ୍ତୁ ପଛ ରେକର୍ଡ଼
‘‘ଏତାଲା ପାଇବା ପରେ ଆମେ ଘଟଣାର ତଦନ୍ତ ଆରମ୍ଭ କରିଛୁ । ଲୁଟ୍ ହୋଇଥିବା ସ୍ଥାନରେ ସିସିଟିଭି କ୍ୟାମେରା ନାହିଁ । ତଥାପି ଆମେ ସେହି ଅଞ୍ଚଳରେ ଲାଗିଥିବା ସବୁ ସିସିଟିଭି ଫୁଟେଜ୍ ସଂଗ୍ରହ କରୁଛୁ । ଆଶା କରୁଛୁ ଯେ ଲୁଟେରାମାନଙ୍କୁ ଆମେ ଖୁବ୍ ଶୀଘ୍ର ଧରିପାରିବୁ,’’ କହିଛନ୍ତି ଫେଜ୍ ୨ ଥାନାର ଜଣେ ଅଧିକାରୀ ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ VIDEO | Belly Dance: ଶନାୟା କପୁର୍ ମସ୍ତିଭରା ବେଲି ଡ୍ୟାନ୍ସ କଲେ; VIDEO ଭାଇରାଲ୍ ହେଉଛି
ଏହି ଘଟଣା କଟକ କମିଶନରେଟ ପୋଲିସର ନିଦ ହଜାଇ ଦେଇଛି । ପୂର୍ବରୁ କଟକ ସହରରେ ପ୍ରାତଃଭ୍ରମଣରେ ଯାଉଥିବା ଲୋକଙ୍କ ଠାରୁ ସୁନା ଅଳଙ୍କାର ଲୁଟ୍ ହେଉଥିଲା । କିଛି କିଛି କ୍ଷେତ୍ରରେ ଲୁଟର ପ୍ରତିବାଦ କରିବା ସମୟରେ ଲୋକଙ୍କୁ ଆକ୍ରମଣର ଧମକ ମଧ୍ୟ ଦିଆଯାଉଥିଲା । କିନ୍ତୁ ଗୋଡ଼ାଇ ଗୋଡ଼ାଇ ହାଣିବା ଭଳି ଘଟଣା କେବେ ଘଟି ନ ଥିଲା ।
ଏହି ଘଟଣା ପଛରେ ବ୍ରାଉନ୍ ସୁଗାର୍ ସେବନ କରୁଥିବା ଅପରାଧୀ ଗୋଷ୍ଠୀ ରହିଥିବା ସନ୍ଦେହ କରୁଛି ପୋଲିସ । କିଛି ଦିନ ହେଲା ସିଡିଏ ଅଞ୍ଚଳରେ ବ୍ରାଉନ୍ ସୁଗାର କାରବାର ବୃଦ୍ଧି ପାଇଛି । ଏହା ସହିତ ଜେଲରୁ ଜାମିନରେ ଫେରିଥିବା ଲୁଟେରାମାନଙ୍କ ଉପରେ ପୋଲିସର ସନ୍ଦେହ ବଢି଼ଛି । ଗତ ସପ୍ତାହକ ମଧ୍ୟରେ ଜାମିନରେ ଫେରିଥିବା କିଛି ପେଶାଦାର ଲୁଟେରାଙ୍କୁ ଥାନାରେ ଅଟକ ରଖି ପଚରା ଉଚରା କରୁଛି ପୋଲିସ ।






