ଲମ୍ବା ବନ୍ଦକୁ ନେଇ ଚିନ୍ତାରେ ରାଜ୍ୟର ଜିମ୍, ସୁଇମିଂ ପୁଲ୍ ଓ ହୋଟେଲର ମାଲିକ ଓ କର୍ମଚାରୀମାନେ
ରାଜ୍ୟର ଜିମ୍ ମାଲିକମାନେ କହିଛନ୍ତି ଯେ ସେମାନେ ସତର୍କତାର ସହ ଆବଶ୍ୟକୀୟ ସାନିଟାଇଜେସନ କରି ଓ ସାମାଜିକ ଦୂରତ୍ୱ ବଜାୟ ରଖି ଜିମ୍ ଚଳାଇ ପାରିବେ । ତେଣୁ ଜିମ୍ ଖୋଲିବାର ଅନୁମତି ମିଳିବା ଉଚିତ ।
ଭୁବନେଶ୍ୱରରେ ଏକ ଜିମରେ ଲକଡାଉନ୍ ଆରମ୍ଭ ହେବା ପୂର୍ବରୁ ଚାଲିଥିବା ବ୍ୟାୟାମ ଶିକ୍ଷା
- News18 Odia
- Last Updated: June 3, 2020, 9:37 PM IST
ଭୁବନେଶ୍ୱର: ସରକାରଙ୍କ ନୂଆ କରୋନା ନିୟମ ରାଜ୍ୟରେ ଜିମ୍ ମାଲିକ ଓ ଜିମ୍ ବ୍ୟବହାରକାରୀମାନଙ୍କ ଚିନ୍ତା ବଢ଼ାଇଛି । ରୋଜଗାର ନ ଥିବାରୁ ହାତ ବାନ୍ଧି ବସିଛନ୍ତି ଜିମ ମାଲିକମାନେ । ଅଢେଇ ମାସ ହେଲା ଜିମ୍ ବନ୍ଦ ଥିବାରୁ ଠିକ୍ ଢଙ୍ଗରେ ବ୍ୟାୟାମ କରିପାରିନାହାନ୍ତି ହଜାର ହଜାର ଯୁବକ ଯୁବତୀ । ରାଜ୍ୟ ସରକାରଙ୍କ ନୂଆ ନିୟମ ଅନୁସାରେ ଜୁନ ୩୦ ଯାଏ ରାଜ୍ୟରେ ବନ୍ଦ ରହିବ ସବୁ ଜିମ । ଏହାକୁ ନେଇ ଚିନ୍ତାରେ ପଡ଼ିଛନ୍ତି ମାଲିକ, ଟ୍ରେନର ଓ ବ୍ୟାୟାମକୁ ଭଲପାଉଥିବା ଲୋକେ ।
‘‘ହାଟ ବଜାର ହେଉ କି କିଛି ପବ୍ଲିକ ପ୍ଲେସ୍, କଟକଣା କୋହଳ ହେବା ପରେ ସବୁଠି ଲୋକ ମାଳ ମାଳ । ନିୟମ ମାନୁନାହାନ୍ତି ଲୋକେ । ସେଠି ଲୋକଙ୍କୁ କହିବାକୁ ବି କେହି ନାହାନ୍ତି। ଫଳରେ ସେ ଜାଗାରେ ସଂକ୍ରମଣର ଅଧିକ ଭୟ ରହିଛି। କିନ୍ତୁ ଜିମରେ ଆମେ ସତର୍କତାର ସହ ଚଳୁଛୁ। ଆବଶ୍ୟକୀୟ ସାନିଟାଇଜେସନ ସହ ସାମାଜିକ ଦୂରତ୍ୱ ବି ବଜାୟ ରଖିବୁ। ତେଣୁ ଜିମ ଖୋଲିବାର ଅନୁମତି ମିଳିଲେ ଭଲ ହୁଅନ୍ତା,’’ କହିଛନ୍ତି ନୟାପଲ୍ଲୀରେ ଥିବା ଭୁବନେଶ୍ୱର ହେଲଥ କ୍ଲବ ମ୍ୟାନେଜର ସସ୍ମିତା ଦାସ । ଜିମ ବନ୍ଦ ଥିବାରୁ ରୋଜଗାର ବି ବନ୍ଦ ରହିଛି ଓ ଚଳିବାକୁ ସମସ୍ୟା ହେଉଛି ବୋଲି ସେ କହିଛନ୍ତି ।
ଟ୍ରେନର ବୃଷନ ପ୍ରଧାନ କହିଛନ୍ତି ଯେ ନିୟମିତ ଜିମ ଆସୁଥିବା ବ୍ୟକ୍ତି ବ୍ୟାୟମ ବନ୍ଦ କରିଦେଲେ ସେମାନଙ୍କ ଶରୀର ଉପରେ ତା’ର କୁପ୍ରଭାବ ପଡ଼େ। ‘‘ମାଂସପେଶୀ ଢିଲା ହେଇ ଯାଏ, ମୋଟାପଣ ବଢିଯାଏ। ସମସ୍ତଙ୍କ ଘରେ ବ୍ୟାୟାମ କରିବାର ସୁବିଧା ନାହିଁ। ତେଣୁ ଅନେକ ଲୋକ ବ୍ୟାୟାମ କରିପାରୁ ନାହାନ୍ତି। ଆମକୁ ବି ବାରମ୍ବାର କଲ ଆସୁଛି କେବେ ଖୋଲିବ ବୋଲି । ଆଉ କିଛି ଲୋକ କଲ କରି ଘରେ ବ୍ୟାୟାମ କରିବାର ଟିପସ ନେଉଛନ୍ତି । ଜିମ ଖୋଲିବାକୁ ଅନୁମତି ମିଳିଲେ ଭଲ ହୁଅନ୍ତା,’’ କହିଛନ୍ତି ବୃଷନ।

ଲକଡାଉନ୍ ପୂର୍ବରୁ ଗୋଟିଏ ଜିମର ଦୃଶ୍ୟ
ରାଜ୍ୟରେ ସୁଇମିଙ୍ଗ ପୁଲ୍ ବି ଜୁନ ୩୦ ଆଗରୁ ଖୋଲିପାରିବ ନାହିଁ ବୋଲି ସରକାର ନିର୍ଦ୍ଦେଶ ଜାରି କରିଛନ୍ତି । କ୍ରୀଡ଼ା ମନ୍ତ୍ରଣାଳୟ ସମସ୍ତ କ୍ରୀଡାକୁ ଚାରି ଭାଗରେ ବିଭକ୍ତ କରିଛନ୍ତି । କଣ୍ଟାକ୍ତ ଗେମ, ସେମିକଣ୍ଟାକଟ ଗେମ ଭଳି ଚାରି ପ୍ରକାରରେ ବିଭକ୍ତ କରିଛନ୍ତି। ସେହି ଅନୁସାରେ କୋଚ ଓ କ୍ରୀଡ଼ାବିତଙ୍କ ନିୟମ ମାନି ଚଳିବାକୁ କୁହାଯାଇଛି। କିନ୍ତୁ ସୁଇମିଙ୍ଗ ପୁଲକୁ ଏଥିରୁ ସମ୍ପୂର୍ଣ୍ଣ ବାଦ ଦିଆଯାଇଛି। ସୁଇମିଙ୍ଗ ପୁଲରେ ସଂକ୍ରମଣର ଅଧିକ ଆଶଙ୍କା ରହିଛି।
ସୁଇମିଙ୍ଗ ପୁଲରେ ପାଣି ଅତି କମରେ ସପ୍ତାହେ ଯାଏ ଷ୍ଟକ ରହୁଛି। ଏଭଳି ସ୍ଥିତିରେ ଯଦି କେହି ପଜିଟିଭ ଥିବା ବ୍ୟକ୍ତି ସୁଇମିଙ୍ଗ କରନ୍ତି ଏହା ଦ୍ୱାରା ସଂକ୍ରମଣ ବ୍ୟାପିବ। ତେଣୁ ଏହାକୁ ସମ୍ପୂର୍ଣ୍ଣ ବନ୍ଦ ରଖାଯାଇଛି। ‘‘ଖରା ଦିନେ ଆମର ସମର କ୍ୟାମ୍ପ ହୁଏ । ପିଲାମାନଙ୍କୁ ଆମେ ମୁଖ୍ୟତଃ ସୁଇମିଙ୍ଗ ଶିଖାଉ। ଅନ୍ୟ ଲୋକେ ବି ଏଠି ଶିଖିବାକୁ ଆସନ୍ତି। ହେଲେ ଏଥର ସୁରକ୍ଷା ଦୃଷ୍ଟିରୁ ସବୁ ବନ୍ଦ କରି ଦେଇଛୁ,’’ କହିଛନ୍ତି କିଟ ବିଶ୍ୱବିଦ୍ୟାଳୟ କ୍ରୀଡ଼ି ନିର୍ଦ୍ଦେଶକ ଗଗନେନ୍ଦୁ ଦାସ।
ଜିମ, ସୁଇମିଙ୍ଗ ପୁଲ, ସିନେମା ହଲ, ସପିଂ ମଲ, ଧାର୍ମିକ ଅନୁଷ୍ଠାନ ସବୁ ଜୁନ ୩୦ ଯାଏ ବନ୍ଦ ରହିବ। ରାଜ୍ୟ ସରକାରଙ୍କ ନୂଆ ନିୟମକୁ ନେଇ ଚିନ୍ତାରେ ହୋଟେଲ ସଙ୍ଘ । ୩୦ ପ୍ରତିଶତ କ୍ଷମତା ନେଇ ହୋଟେଲ ଖୋଲିବା ଅସମ୍ଭବ ବୋଲି କହିଛି ହୋଟେଲ ଆଣ୍ଡ ରେସ୍ତୋରାଁ ସଙ୍ଘ (ହାରୋ)।
‘‘ଶତ ପ୍ରତିଶତ କର୍ମଚାରୀଙ୍କୁ ନେଇ ହୋଟେଲ ଚଳାଇଲେ ଯାହା ଖର୍ଚ୍ଚ ହେବ, ୩୦ ପ୍ରତିଶତରେ ମଧ୍ୟ ସମାନ ଖର୍ଚ୍ଚ ହେବ। ହୋଟେଲ ବନ୍ଦ ଅଛି। ହେଲେ ବ୍ୟାଙ୍କ ଇଣ୍ଟରେଷ୍ଟ ବନ୍ଦ ହେଇନି, ଇଲେକ୍ଟ୍ରି ବିଲ ଦେଉଛୁ। ବାର ବନ୍ଦ ଅଛି ହେଲେ ବାର ଲାଇସେନ୍ସ ଫି ଦେଉଛୁ। ଆଉ କେତେ ବୋଝ ସହିବୁ?’’ କହିଛନ୍ତି ହାରୋ ଅଧ୍ୟକ୍ଷ ଜେ.କେ.ମହାନ୍ତି ।
ଏ ନେଇ ହୋଟେଲ ମାଲିକମାନେ ରାଜ୍ୟ ସରକାରଙ୍କୁ ଲିଖିତ ଭାବେ ଜଣେଇଛନ୍ତି, ହେଲେ ଏବେ ଯାଏ କିଛି ପ୍ରତିକ୍ରିୟା ମିଳିନି । ସରକାର କିଛି ପଦକ୍ଷେପ ନେବେ ବୋଲି ଆଶା ଥିବା କହିଛନ୍ତି ହାରୋ ଅଧ୍ୟକ୍ଷ ।
ଚୀନ୍ ବିଷୟରେ ଆପଣଙ୍କ ମତ କଣ? ଦୟାକରି ଦୁଇ ମିନିଟ ସମୟ ଦେଇ ଏହି ସର୍ଭେରେ ଭାଗ ନିଅନ୍ତୁ ।
ଏହା ବି ପଢ଼ନ୍ତୁ:
ନୂଆ ନିୟମ ଯୋଗୁଁ ଅମିତାଭ ବଚ୍ଚନଙ୍କ ହାତରୁ ଯିବ ୫ଟି ଫିଲ୍ମ? କୋଟି କୋଟି ଟଙ୍କାର କ୍ଷତି ହେବ!
ଇଂଲଣ୍ଡରେ ଏଣିକି ସାଙ୍ଗରେ ରହୁଥିବା ଲୋକ ବ୍ୟତୀତ ଆଉ କାହା ସହ ଯୌନ ସମ୍ପର୍କ ବେଆଇନ୍
କରୀନା କପୁର ଖାନ୍ ଓ ଅମୃତା ଆରୋରାଙ୍କ ୨୦ ବର୍ଷ ତଳର ଫଟୋ ଭାଇରାଲ୍ ହେଉଛି
ହ୍ରିତିକ ରୋଶନଙ୍କ ଭଉଣୀ ବଲିଉଡରେ ଡେବ୍ୟୁ କରୁଛନ୍ତି; ଅଭିନେତା କହିଲେ: ‘ତୁମ ପାଇଁ ଗର୍ବିତ’
ଅଭିନେତ୍ରୀ ପୂଜା ହେଗଡ଼େଙ୍କ ଇନଷ୍ଟାଗ୍ରାମ୍ ଆକାଉଣ୍ଟ ହ୍ୟାକ୍ ହେଲା; ରାତି ଅଧରେ ଟ୍ୱିଟ୍ କଲେ
ଭାରତ ଓ ଚୀନ୍ ମଧ୍ୟରେ ଆମେରିକା ମଧ୍ୟସ୍ଥତା କରିବ ବୋଲି ଟ୍ରମ୍ପ୍ ପ୍ରସ୍ତାବ ଦେଲେ
‘ପାତାଲ୍ ଲୋକ୍’ରେ ‘‘ଲିଙ୍ଗଭେଦ ମନ୍ତବ୍ୟ’’ ପାଇଁ ଅନୁଷ୍କା ଶର୍ମାଙ୍କ ବିରୋଧରେ ଅଭିଯୋଗ
ଇମ୍ରାନ ହାଶମୀଙ୍କୁ ଚୁମା ଦେଉଥିବା ବେଳେ ଏହି ଅଭିନେତ୍ରୀ ନିଜ ମମି ପାପାଙ୍କୁ ମନେ ପକାଉଥିଲେ
ମାତ୍ର ୪ ଦିନର ପୋଷାକ ସହିତ ଆବୁଧାବିରେ ୨ ମାସ ହେଲା ଅଟକି ରହିଛନ୍ତି ଅଭିନେତ୍ରୀ ମଉନି ରାୟ
ଭାରତ ଓ ନେପାଳ ମଧ୍ୟରେ ମାନଚିତ୍ରକୁ ନେଇ ବିବାଦ; ମନୀଷା କୋଇରାଲା ନେପାଳକୁ ସମର୍ଥନ କଲେ
ଅର୍ଦ୍ଧ-ଉନ୍ମୁକ୍ତ ବକ୍ଷ; ଏକ ବ୍ଲାକ୍-ଆଣ୍ଡ୍-ହ୍ୱାଇଟ୍ ଫଟୋସୁଟରେ ସୁପର୍ ହଟ୍ କଙ୍ଗନା ରାଣାୱତ୍
ସନ୍ନି ଲିଓନଙ୍କ ଡ୍ରିମ୍ କାର୍ ହେଉଛି ଅଟୋମେଟିକ୍ ଗିଅର୍ ଥିବା ଗୋଲାପୀ ରଙ୍ଗର ଆମ୍ବାସାଡର୍
ଇଏ ମାଲକାନଗିରିର ବିଶାଖା; ତା’ ପତି ସାଇକେଲରେ ଚେନ୍ନାଇରୁ ଘରକୁ ଫେରିବା ବାଟରେ ମରିଗଲା
କରୋନା ସଂକ୍ରମିତର ଶବକୁ ଅଧା ଜଳେଇ ଛାଡ଼ିଗଲେ ଲୋକେ; କୁଆ ଓ କୁକୁର ଟାଣି ଖାଇଲେ
କରୋନା ଭାଇରସ୍ ସଙ୍କଟ ଉପରେ ୬୧ଟି ଦେଶର ତଦନ୍ତ ପ୍ରୟାସରେ ଭାରତ ଯୋଗ ଦେଲା
୧୫ ଜୁନ୍ ପାଖାପାଖି ସପିଂ ମଲ୍ ଓ ସିନେମା ହଲ୍ ଖୋଲିପାରେ; ଲାଗୁ ହେବ ଏହି ନୂଆ ନିୟମ






