ବିଜେଡିର ବଡ଼ ପଦକ୍ଷେପ;'ଜନ ବିରୋଧୀ' କାର୍ଯ୍ୟପାଇଁ ନିଜ ବିଧାୟକକୁ ଦଳରୁ ବାହାର କଲା
ଗୋପାଳପୁରର ବିଧାୟକ ପ୍ରଦୀପ ପାଣିଗ୍ରାହି (Pradeep Panigrahi) ରାଜ୍ୟରେ ଜଣେ ପୂର୍ବତନ ମନ୍ତ୍ରୀ ଓ ତିନିଥର ବିଧାୟକ ହୋଇସାରିଛନ୍ତି । ସେ ଆଞ୍ଚଳିକ ଦଳର ପ୍ରଥମ ନେତା ଯାହାକୁ 'ଜନ ବିରୋଧୀ' କାର୍ଯ୍ୟକଳାପ ଅଭିଯୋଗରେ ଦଳରୁ ବହିଷ୍କାର କରାଯାଇଛି ।
ପ୍ରଦୀପ ପାଣିଗ୍ରାହି (ଫାଇଲ ଫଟୋ)
- News18 Odia
- Last Updated: November 29, 2020, 4:01 PM IST
ଭୁବନେଶ୍ୱର: ଶାସକ ବିଜୁ ଜନତା ଦଳ (BJD) ସଭାପତି ନବୀନ ପଟ୍ଟନାୟକ (Naveen Patnaik) ଦଳର ଜଣେ ବିଧାୟକଙ୍କୁ ନିଲମ୍ବିତ କରିଛତି । ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହି ଜନ ବିରୋଧୀ କାର୍ଯ୍ୟକଳାପରେ ସମ୍ପୃକ୍ତ ଥିବା ଅଭିଯୋଗ ହୋଇଛି । ଏହି କାରଣରୁ ଦଳର ସଭାପତି ରବିବାର ଏକ ବଡ଼ ପଦକ୍ଷେପ ନେଇ ବିଧାୟକଙ୍କୁ ଦଳରୁ ବାହାର କରିଦେଇଛନ୍ତି ।
ପାଣିଗ୍ରାହି ଜଣେ ପୂର୍ବତନ ମନ୍ତ୍ରୀ ଓ ସେ ତିନିଥର ବିଧାୟକ ହୋଇସାରିଛନ୍ତି । 'ଜନ ବିରୋଧୀ' କାର୍ଯ୍ୟକଳାପ ଅଭିଯୋଗରେ ବହିଷ୍କାର ହୋଇଥିବା ସେ ଆଞ୍ଚଳିକ ଦଳର ପ୍ରଥମ ନେତା । ତେବେ ଏହା ପୂର୍ବରୁ 'ଦଳ ବିରୋଧୀ' କାର୍ଯ୍ୟକଳାପ ଯୋଗୁଁ ଅନେକ ନେତାଙ୍କୁ ବରଖାସ୍ତ କରାଯାଇଛି । ବିଜେଡି ଦ୍ୱାରା ଜାରି କରାଯାଇଥିବା ସରକାରୀ ନିର୍ଦ୍ଦେଶରେ ସାଧାରଣ ସମ୍ପାଦକ (ମିଡିଆ ପ୍ରଭାରୀ) ମାନସ ରଞ୍ଜନ ଦସ୍ତଖତ କରିଛନ୍ତି । ଏଥିରେ ପାଣିଗ୍ରାହି 'ଜନ ବିରୋଧୀ' କାର୍ଯ୍ୟକଳାପରେ ଜଡିତ ଥିବା କୁହାଯାଉଛି । ଯଦିଓ ସେ କେଉଁ ପ୍ରକାର କାର୍ଯ୍ୟରେ ଜଡିତ ଥିଲେ ସେ ବିଷୟରେ କୌଣସି ସ୍ପଷ୍ଟ କରାଯାଇନାହିଁ ।
Party President Shri Naveen Patnaik has expelled Dr Pradeep Kumar Panigrahi, (MLA, Gopalpur) from the party with immediate effect for his anti-people activities. pic.twitter.com/hfLf1yhmNO
— Biju Janata Dal (@bjd_odisha) November 29, 2020
ପାଣିଗ୍ରାହି ଉପରେ ଦଳ ଗ୍ରହଣ କରିଥିବା କାର୍ଯ୍ୟାନୁଷ୍ଠାନ ପୂର୍ବରୁ ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଥିବା ଭାରତୀୟ ବନ ସେବା ଅଧିକାରୀ ଅଭୟ କାନ୍ତ ପଠକ ଓ ତାଙ୍କ ପୁଅ ଆକାଶ କୁମାର ପଠକଙ୍କ ସହ ପାଣିଗ୍ରାହୀଙ୍କ ମଧ୍ୟରେ ସମ୍ପର୍କ ଥିବା ଜଣା ପଡ଼ିଛି । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ମାମଲାରେ ପଠକ ଓ ତାଙ୍କ ପୁଅ ଜେଲରେ ଅଛନ୍ତି ।
ବିଜେଡିରୁ ବହିଷ୍କାର ହେବା ପରେ ବିଧାୟକ ପ୍ରଦୀପ ପାଣିଗ୍ରାହୀ ନିଜର ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, "ମୁଁ କୌଣସି ପ୍ରକାର ଜନବିରୋଧୀ କାର୍ଯ୍ୟ କରିନାହିଁ ।"
ଜନବିରୋଧୀ କାର୍ଯ୍ୟର ପ୍ରମାଣ ମାଗି କହିଛନ୍ତି "ମୋ ସହ ସାମିଲ ଥିବା ଲୋକଙ୍କୁ ପଚରାଉଚରା କରାଯାଉ । ଦଳ ଯେବେ ଯେଉଁ ଦାୟିତ୍ବ ଦେଇଛି ସୂଚାରୁରୂପେ ତୁଲାଇଛି ।"
ଜନ ବିରୋଧୀର ସଂଜ୍ଞା ପଚାରିବାକୁ ଯାଇ ପ୍ରଦୀପ ପାଣିଗ୍ରାହୀଙ୍କ ପତ୍ନୀ କହିଛନ୍ତି "ଆମକୁ ବହିଷ୍କାର କଷ୍ଟ ଦେଇନିି କିନ୍ତୁ "ଜନବିରୋଧୀ" ଆକ୍ଷେପ କଷ୍ଟ ଦେଇଛି । ଜନ ବିରୋଧୀ କାର୍ଯ୍ୟ କ’ଣ ତାର ତଥ୍ୟ ଆମେ ଦାବି କରୁଛୁ । ଆମେ ଡରିବାର ଲୋକ ନୁହଁ, କାହିଁକି ନା ଆମେ କିଛି ଭୁଲ୍ କରିନାହୁଁ ।





