କଂଗ୍ରେସ୍ ଛାଡ଼ିଲେ ସ୍ମୃତିରେଖା ପହି; ‘‘କଂଗ୍ରେସ୍ BJD ସହିତ ଭିତିରିଆ ଭାବେ ମିଶି କରି ଅଛି’’
ରାଜ୍ୟ ସରକାରଙ୍କୁ ନେଇ କୌଣସି ପ୍ରସଙ୍ଗ ଉଠାଇଲେ କଂଗ୍ରେସ ନେତୃତ୍ୱ ତାକୁ ଚାପି ଦେଉଛି ବୋଲି ଅଭିଯୋଗ କରିଛନ୍ତି ସ୍ମୃତିରେଖା ପହି । ତାଙ୍କ ଅଭିଯୋଗ ଓ ଇସ୍ତଫାକୁ ନେଇ କଂଗ୍ରେସ ପକ୍ଷରୁ କୌଣସି ପ୍ରତିକ୍ରିୟା ଦିଆଯାଇନାହିଁ ।
ସାମ୍ବାଦିକ ସମ୍ମିଳନୀରେ ସ୍ମୃତିରେଖା ପହି
- News18 Odia
- Last Updated: April 6, 2021, 11:54 PM IST
ଭୁବନେଶ୍ୱର: ବହୁଚର୍ଚ୍ଚିତ ପିପିଲି ଉପନିର୍ବାଚନକୁ ନେଇ ରାଜ୍ୟରେ ରାଜନୈତିକ ହଟଚମଟ ଲାଗି ରହିଥିବା ବେଳେ କଂଗ୍ରେସ ଦଳରେ ସୃଷ୍ଟି ହୋଇଛି କମ୍ପନ । ରାଜ୍ୟରେ ଦଳୀୟ ଅନୁଶାସନ ତଥା କର୍ମକର୍ତ୍ତାଙ୍କ କାର୍ଯ୍ୟଧାରାକୁ ନେଇ ପ୍ରଶ୍ନ ଉଠାଇବା ସହ ଦଳର ପ୍ରାଥମିକ ସଭ୍ୟ ପଦରୁ ଇସ୍ତଫା ଦେଇଛନ୍ତି ସ୍ମୃତିରେଖା ପହି । ନିଜର ଇସ୍ତଫା ପତ୍ର ସେ କଂଗ୍ରେସର ଉଭୟ ରାଜ୍ୟ ଓ କେନ୍ଦ୍ର ନେତୃତ୍ବଙ୍କୁ ପଠାଇ ଥିବା କହିଛନ୍ତି।
୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ କଂଗ୍ରେସରେ ସାମିଲ ହୋଇଥିବା ସ୍ମୃତିରେଖା ପହି ଧର୍ମଶାଳା ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ କଂଗ୍ରେସ ପ୍ରାର୍ଥୀ ଭାବେ ପ୍ରତିଦ୍ବନ୍ଦିତା କରି ପରାସ୍ତ ହୋଇଥିଲେ । ଭୁବନେଶ୍ୱର ଲୋହିଆ ଏକାଡେ଼ମୀ ପ୍ରେକ୍ଷାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସେ ଦଳ ବିରୋଧରେ ବିଭିନ୍ନ ଅଭିଯୋଗ ଆଣିଥିଲେ ।
ଏହା ବି ପଢ଼ନ୍ତୁ | Gold Price: ସୁନାର ଦାମ୍ ସାମାନ୍ୟ ବଢ଼ିଲା, ରୂପା ଖୁବ୍ ଉଞ୍ଚା ହେଲା; ଏହି ସ୍ଥିତି ବେଶୀ ଦିନ ରହିବନି
ଏହା ବି ପଢ଼ନ୍ତୁ | ଏପ୍ରିଲ୍ ୧ରୁ ଏହି ସବୁ ବ୍ୟାଙ୍କ୍ର ଚେକ୍ ବୁକ୍ ଓ ପାସ୍ ବୁକ୍ ଆଉ କାମ କରୁନାହିଁ; ଜାଣନ୍ତୁ କେଉଁ ବ୍ୟାଙ୍କ୍
ସେ ଅଭିଯୋଗ କରିଛନ୍ତି ଯେ ଜଣେ ମହିଳା ହୋଇ ରାଜ୍ୟର ବିଭିନ୍ନ ପ୍ରସଙ୍ଗରେ ସେ ସ୍ୱର ଉତ୍ତୋଳନ କରିବାକୁ ଚାହୁଁଥିଲେ ବି କଂଗ୍ରେସର ରାଜ୍ୟ ନେତୃତ୍ବଙ୍କଠାରୁ କେନ୍ଦ୍ର ନେତୃତ୍ବ ପର୍ଯ୍ୟନ୍ତ ସମସ୍ତେ ତାଙ୍କ କଥାକୁ ଅଣଦେଖା କରିଥିଲେ । ‘‘ଏଥିରୁ ମୋତେ ଲାଗିଲା ଯେ କଂଗ୍ରେସ ଦଳ କେଉଁଠି ନା କେଉଁଠି ଶାସକ ବିଜେଡ଼ି ଦଳ ସାଙ୍ଗରେ ଅଛି । ମୋତେ ଲାଗୁଛି ଓଡ଼ିଶା ମାଟିରେ କଂଗ୍ରେସ ପାର୍ଟି ଆଗକୁ ବଢ଼ିପାରିବ ନାହିଁ । ବିଧାନ ସଭା ଭିତରେ ହେଉ କିମ୍ବା ବାହାରେ, କଂଗ୍ରେସର ବିଜୁ ଜନତା ଦଳ ସାଙ୍ଗରେ ଏକ ଅଘୋଷିତ ମେଣ୍ଟ ଥିବା ଭଳି ମୁଁ ମନେକରୁଛି,’’ କହିଛନ୍ତି ପହି ।
ଏହା ବି ପଢ଼ନ୍ତୁ | ଗୋଟିଏ ଝିଅ ସହ ପ୍ରେମ ପାଇଁ ନବମ ଶ୍ରେଣୀର ଛାତ୍ର ନିଜ ସହପାଠୀକୁ ଗୁଳି ମାରି ହତ୍ୟା କଲା
କଂଗ୍ରେସ ଦଳକୁ ଓଡ଼ିଶାରେ ‘‘ବିଜେଡ଼ି ଦଳର ବି ଟିମ୍’’ ବୋଲି କହି ତାଙ୍କର ଆଉ କଂଗ୍ରେସରେ ରହିବା ଉଚିତ୍ ନୁହେଁ ବୋଲି ସେ କହିଛନ୍ତି । ‘‘କଂଗ୍ରେସ ଦଳରେ ନୂଆ ନେତାଙ୍କୁ ସୁଯୋଗ ମିଳୁନି। କୌଣସି ପ୍ରସଙ୍ଗ ଉଠାଇଲେ ତାକୁ ଚାପି ଦିଆଯାଉଛି,’’ ସେ କହିଛନ୍ତି ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ VIDEO | ମା’ ଦେଖ୍, ମୁଁ ଶିକାର କରିଛି! ହରିଣର ବେକକୁ ଧରିଥିବା ଚିତା ବାଘ ଛୁଆର VIDEO ଭାଇରାଲ୍ ହେଲା
ଦଳ ଛାଡି଼ବା ପୂର୍ବରୁ ବାଲେଶ୍ବର ଉପନିର୍ବାଚନ ତଥା ପିପିଲି ଉପନିର୍ବାଚନରେ ଦଳର ଭୂମିକାକୁ ନେଇ ସଙ୍ଗୀନ ଅଭିଯୋଗ ରଖିଛନ୍ତି ସ୍ମୃତି । ‘‘ବାଲେଶ୍ଵର ଉପନିର୍ବାଚନ ପୂର୍ବରୁ ୨୦୧୯ ସାଧାରଣ ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀଙ୍କୁ ମୋଟ ୧୯ ହଜାର ୭୦୪ ଖଣ୍ଡ ଭୋଟ୍ ମିଲିଥିଲା । ମାତ୍ର ଉପନିର୍ବାଚନରେ କଂଗ୍ରେସକୁ ମିଳିଥିଲା ମୋଟ ୪ ହଜାର ୯୮୩ ଖଣ୍ଡ ଭୋଟ । ଏଭଳି ସ୍ଥିତିରେ କେମିତି କଂଗ୍ରେସ ଦଳ ଉପରେ ମୁଁ ଭରସା କରି ପାରିବି ଓ ଏହି ଦଳରେ ରହି ଲୋକଙ୍କୁ ନ୍ୟାୟ ଦେଇ ପାରିବି?’’ ପ୍ରଶ୍ନ କରିଛନ୍ତି ସ୍ମୃତିରେଖା ପହି ।
ଏହା ବି ପଢ଼ନ୍ତୁ | ରେଳ ଯାତ୍ରୀ ଧ୍ୟାନ ଦିଅନ୍ତୁ: ଘରୁ ମୋବାଇଲ୍ ଫୋନ୍ ଓ ଲ୍ୟାପଟପ୍ ପୂରା ଚାର୍ଜ କରି ଟ୍ରେନରେ ବସନ୍ତୁ, ନହେଲେ…
‘‘ପିପିଲି ଉପନିର୍ବାଚନ ପ୍ରଚାର ଚାଲିଛି, ହେଲେ ସେଠାରେ କଂଗ୍ରେସର ଅବସ୍ଥା ଶୋଚନୀୟ । ପିପିଲିରେ ବି କଂଗ୍ରେସ ଦଳ ଶାସକ ବିଜେଡି ସହିତ ଭିତିରି ବୁଝାମଣା କରିଥିବା ଏହାର ସ୍ଥିତାବସ୍ଥାରୁ ଜଣାପଡ଼ୁଛି । ଓଡ଼ିଶାରେ ସେଇଥି ପାଇଁ ଯେଉଁ କଂଗ୍ରେସ ଦଳ ପୂର୍ବରୁ ଦୁଇ ନମ୍ବରରେ ଥିଲା ଆଜି ସେ ତିନି ନମ୍ବରରେ ପହଞ୍ଚିଛି । ତେଣୁ ଏଭଳି ଦଳରେ ରହିବା ମୁଁ ଉଚିତ ମନେକରୁନାହିଁ,’’ ସେ କହିଛନ୍ତି ।
ଏହା ବି ପଢ଼ନ୍ତୁ | ଅତି ସତର୍କ ବ୍ୟାଟିଂ ଯୋଗୁଁ ଭାରତ ହାତରୁ ଖସିଯାଇପାରେ ୨୦୨୩ର ବିଶ୍ୱ କପ୍, କହିଲେ ମାଇକେଲ୍ ଭଉଗାନ୍
ପହିଙ୍କ ଅଭିଯୋଗ ଓ ଇସ୍ତଫା ନେଇ କଂଗ୍ରେସ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିନାହିଁ । ଖୁବ୍ ଶୀଘ୍ର ଦଳ ଏହା ଉପରେ ନିଜ ଆଭିମୁଖ୍ୟ ସ୍ପଷ୍ଟ କରିବ ବୋଲି କଂଗ୍ରେସ ପକ୍ଷରୁ ଅନୌପଚାରିକ ଭାବେ କୁହାଯାଇଛି । ରାଜନୈତିକ ସମୀକ୍ଷକ ଅକ୍ଷୟ ସାହୁଙ୍କ କହିବା ଅନୁସାରେ ରାଜ୍ୟରେ କଂଗ୍ରେସ ତୃଣମୂଳ ସ୍ତରରେ ସଙ୍ଗଠିତ ହୋଇପାରୁ ନ ଥିବା କାରଣରୁ ଦଳର ସ୍ଥିତି ଖରାପ ହେବାରେ ଲାଗିଛି ।
‘‘ଏବେ ଠାରୁ କଂଗ୍ରେସ ଓଡ଼ିଶାରେ ନିଜ ଘର ସଜାଡ଼ିବାର ଆବଶ୍ୟକତା ଅଛି । ନହେଲେ ଦଳକୁ ବହୁ ମୂଲ୍ୟ ଦେବାକୁ ପଡି଼ପାରେ,’’ କହିଛନ୍ତି ସାହୁ ।






