Nashik Oxygen Leak: ନାଶିକ୍ ହସ୍ପିଟାଲରେ ଅକ୍ସିଜେନ ଟାଙ୍କି ଲିକ୍; ୨୨ ରୋଗୀଙ୍କର ମୃତ୍ୟୁ, ୧୨ ଗୁରୁତର
Nashik Oxygen Leak Live Updates: ଟ୍ୟାଙ୍କରେ ଲିକ୍ ଯୋଗୁଁ ଅକ୍ସିଜେନ ସମଗ୍ର ଅଞ୍ଚଳରେ ବ୍ୟାପିଯାଇଥିଲା । ଖବର ଅନୁସାରେ ଏହି ସମୟ ମଧ୍ୟରେ ହସ୍ପିଟାଲରେ ୨୫ ରୋଗୀଙ୍କ ଚିକିତ୍ସା ଭେଣ୍ଟିଲେଟରରେ ଜାରି ଥିଲା । ଅନେକ ରୋଗୀଙ୍କ ଅବସ୍ଥା ଗୁରୁତର ରହିଛି ।
ନାଶିକ୍ ହସ୍ପିଟାଲରେ ଅକ୍ସିଜେନ ଟାଙ୍କି ଲିକ୍
- News18 Odia
- Last Updated: April 21, 2021, 3:43 PM IST
ନାଶିକ୍: କରୋନା ଭାଇରସ୍ ସଙ୍କଟ ମଧ୍ୟରେ ମହାରାଷ୍ଟ୍ରର (Maharashtra) ନାଶିକରେ ଏକ ବଡ଼ ଦୁର୍ଘଟଣା ଘଟିଛି । ଏଠାରେ ଅବସ୍ଥିତ ଥିବା ଡାକ୍ତର ଜାକିର ହୁସେନ୍ ହସ୍ପିଟାଲରେ ଅକ୍ସିଜେନ ଟାଙ୍କି ଲିକ୍ ହୋଇଛି । ଏହି ଦୁର୍ଘଟଣାରେ ୨୨ ଜଣ ରୋଗୀଙ୍କ ମୃତ୍ୟୁ ହୋଇଛି । ଏଥିସହ ୧୨ ଜଣଙ୍କ ଅବସ୍ଥା ଗୁରୁତର ରହିଛି । ରିପୋର୍ଟରେ କୁହାଯାଇଛି ଯେ ଟ୍ୟାଙ୍କର୍ ଭରିବା ସମୟରେ ଏହି ଲିକ୍ ଘଟିଛି । ଲିକ୍ ଯୋଗୁଁ ହସ୍ପିଟାଲ ପରିସରରେ ଅକ୍ସିଜେନ ବ୍ୟାପିଯାଇଥିଲା । ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍ ଏହି ମାମଲାର ତଦନ୍ତ ଦାବି କରିଛନ୍ତି । ରାଜ୍ୟ ସରକାରଙ୍କ ମନ୍ତ୍ରୀ ରାଜେନ୍ଦ୍ର ଶିଙ୍ଗନେ ଏହାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ।
ଟାଙ୍କିରେ ଲିକ୍ ହେବା କାରଣରୁ ଅକ୍ସିଜେନ ସମଗ୍ର ଅଞ୍ଚଳରେ ବ୍ୟାପି ଯାଇଥିଲା । ଖବର ଅନୁସାରେ ଏହି ସମୟ ମଧ୍ୟରେ ହସ୍ପିଟାଲରେ ୨୫ ରୋଗୀଙ୍କ ଚିକିତ୍ସା ଭେଣ୍ଟିଲେଟରରେ ଜାରି ଥିଲା । ଅନେକ ରୋଗୀଙ୍କ ଅବସ୍ଥା ଗୁରୁତର ରହିଛି । ଏହା ବ୍ୟତୀତ ୬୦ ରୁ ଅଧିକ ରୋଗୀଙ୍କୁ ଅକ୍ସିଜେନ ଦିଆଯାଉଥିଲା । କରୋନା ଭୂତାଣୁ ମହାମାରୀରେ ମହାରାଷ୍ଟ୍ର ଦେଶର ସର୍ବାଧିକ ପ୍ରଭାବିତ ରାଜ୍ୟ ଅଟେ ।
ନ୍ୟୁଜ୍ ଏଜେନ୍ସି ANI ଅନୁଯାୟୀ ମହାରାଷ୍ଟ୍ରର ସ୍ୱାସ୍ଥ୍ୟ ମନ୍ତ୍ରୀ କହିଛନ୍ତି ଯେ ନାଶିକରେ ଟ୍ୟାଙ୍କର୍ ଭଲଭ୍ ଲିକ୍ ଯୋଗୁଁ ଅକ୍ସିଜେନରେ ବ୍ୟାପକ ଲିକ୍ ହୋଇଛି । ସେ କହିଛନ୍ତି, 'ଯେଉଁ ହସ୍ପିଟାଲକୁ ଯାଉଥିଲା ସେଥିରେ ଏହାର ନିଶ୍ଚିତ ପ୍ରଭାବ ପଡିଥାନ୍ତା, କିନ୍ତୁ ମୁଁ ଏପର୍ଯ୍ୟନ୍ତ ଅଧିକ ତଥ୍ୟ ସଂଗ୍ରହ କରି ନାହିଁ । ଅଧିକ ସୂଚନା ସଂଗ୍ରହ କରିବା ପରେ ଆମେ ଏକ ପ୍ରେସ୍ ନୋଟ୍ ଦେବୁ ।"
#WATCH | An Oxygen tanker leaked while tankers were being filled at Dr Zakir Hussain Hospital in Nashik, Maharashtra. Officials are present at the spot, operation to contain the leak is underway. Details awaited. pic.twitter.com/zsxnJscmBp
— ANI (@ANI) April 21, 2021
ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟ ମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍ ଏହି ମାମଲାର ବିସ୍ତୃତ ତଦନ୍ତ ଦାବି କରିଛନ୍ତି । ସେ କହିଛନ୍ତି 'ନାଶିକରେ ଯାହା ଘଟିଛି ତାହା ଭୟଙ୍କର ଅଟେ । କୁହାଯାଇଛି ଯେ ୧୧ ଜଣଙ୍କର ମୃତ୍ୟୁ ହୋଇଛି, ଯାହା ଅତ୍ୟନ୍ତ ଦୁଃଖଦାୟକ ଅଟେ । ମୁଁ ଅନ୍ୟ ରୋଗୀଙ୍କୁ ସାହାଯ୍ୟ ଓ ସ୍ଥାନାନ୍ତର କରିବାକୁ ଦାବି କରୁଛି । ଆମେ ବିସ୍ତୃତ ଅନୁସନ୍ଧାନ କରିବାକୁ ଦାବି କରୁଛୁ ।"
ଅଗ୍ନିଶମ ଅଧିକାରୀ କହିଛନ୍ତି ଯେ ସକାଳ ୧୨.୩୦ ସମୟରେ ଏକ କଲ ଆସିଥିଲା ଯେ ଟାଙ୍କିରୁ ଅକ୍ସିଜେନ ଲିକ୍ ହେଉଛି । ଆମେ ଘଟଣାସ୍ଥଳରେ ପହଞ୍ଚି ଦେଖିଲୁ ଯେ ଅକ୍ସିଜେନ ଟାଙ୍କିର ଭଲଭ୍ ଖୋଲା ଅଛି ଯେଉଁଠାରୁ ଅମ୍ଳଜାନ ଲିକ୍ ହେଉଛି । ଅକ୍ସିଜେନ ଟ୍ୟାଙ୍କରେ ଅକ୍ସିଜେନ ଭର୍ତ୍ତି କରାଯାଉଥିଲା । ସେ ସୂଚନା ଦେଇଛନ୍ତି 'ଆମେ ଖୋଲା ଥିବା ଭଲଭକୁ ବନ୍ଦ କରିଛୁ, କିନ୍ତୁ ବହୁ ଅକ୍ସିଜେନ ଲିକ୍ ହୋଇଛି' ।






