୬୦ ବର୍ଷୀୟ ଶିକ୍ଷକ ୧୯ ବର୍ଷୀୟା ଛାତ୍ରୀଙ୍କୁ ୫ ବର୍ଷ ଧରି ରେପ୍ କରୁଥିଲେ, ଗିରଫ ହେଲେ
ଚାକିରିରୁ ଅବସର ନେବା ପରେ ବି ଶିକ୍ଷକ ଜଣକ ଯୁବତୀଙ୍କୁ ଭୟଭୀତ କରି ତାଙ୍କର ଶାରୀରିକ ଶୋଷଣ କରିବା ଜାରି ରଖିଥିଲେ ବୋଲି ସେ ଅଭିଯୋଗ କରିଛନ୍ତି । କିଛି ଦିନ ତଳେ ଅବସରପ୍ରାପ୍ତ ଶିକ୍ଷକ ଯୁବତୀଙ୍କୁ ଅପହରଣ କରିନେଇଥିଲେ ।
(ପ୍ରତୀକାତ୍ମକ ଛବି)
- News18 Odia
- Last Updated: April 9, 2021, 7:59 PM IST
ହିସାର: ଜଣେ ବୟସ୍କ ବ୍ୟକ୍ତି ଗୁରୁ-ଶିଷ୍ୟର ସମ୍ପର୍କକୁ କଳଙ୍ଗିତ କରିଛନ୍ତି । ଏହି ୬୦ ବର୍ଷୀୟ ବ୍ୟକ୍ତି ଜଣେ ୧୯ ବର୍ଷୀୟା ଛାତ୍ରୀକୁ ପାଞ୍ଚ ବର୍ଷ ଧରି ରେପ୍ କରିଆସୁଥିଲେ ବୋଲି ଜଣାପଡ଼ିଛି । ଏକ ସରକାରୀ ବିଦ୍ୟାଳୟର ଚିତ୍ରାଙ୍କନ ଶିକ୍ଷକ (drawing teacher) ପଦରୁ ଅବସର ନେଇଥିବା ଏହି ବ୍ୟକ୍ତି ଅନୁସୂଚିତ ଜାତିର ନାବାଳିକା ଛାତ୍ରୀଙ୍କୁ ପାଞ୍ଚ ବର୍ଷ ଧରି ବଳାତ୍କାର କରୁଥିବା ଅଭିଯୋଗରେ ଗିରଫ ହୋଇଛନ୍ତି ।
ଏହି ନିନ୍ଦନୀୟ ଘଟଣା ଘଟିଛି ହରିୟାଣାର ହିସାର ଜିଲ୍ଲାରେ । ପୋଲିସ ଅଭିଯୋଗର ତଦନ୍ତ କରି ଏହାକୁ ସତ୍ୟ ବୋଲି ଜାଣିବା ପରେ ଅଭିଯୁକ୍ତ ଶିକ୍ଷକ ରାଜବୀରଙ୍କୁ ଗିରଫ କରି ବୁଧବାର ଦିନ କୋର୍ଟରେ ହାଜର କରିଛି ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ PHOTOS | କେନ୍ଦୁଝର: କାର୍ ଚଳାଉଥିବା ବେଳେ ଆଖି ଲାଗିଗଲା; ଗଛରେ ପିଟିଲା କାର୍; ବାପା ମୃତ, ପୁଅ ଆହତ
ଏହା ବି ପଢ଼ନ୍ତୁ | ଭୁବନେଶ୍ୱର ଯୁବକ ଅନ୍ଲାଇନ୍ରେ ଗାଈ ବିକୁଥିଲେ; ଲକ୍ଷେ ଟଙ୍କା ଲୁଟିନେଲେ ସାଇବର୍ ଅପରାଧୀ
ପ୍ରାୟ ପାଞ୍ଚ ବର୍ଷ ଧରି ଏହି ଶିକ୍ଷକ ଯୁବତୀଙ୍କୁ ଶାରୀରିକ ନିର୍ଯାତନା ଦେଇଆସୁଥିଲେ । ବର୍ତ୍ତମାନ ଚାକିରିରୁ ଅବସର ନେବା ପରେ ମଧ୍ୟ ସେ ସେହି ଯୁବତୀଙ୍କୁ ଭୟଭୀତ କରି ତାଙ୍କର ଶାରୀରିକ ଶୋଷଣ କରିବା ଜାରି ରଖିଥିଲେ ବୋଲି ଯୁବତୀ ଅଭିଯୋଗ କରିଛନ୍ତି । କିଛି ଦିନ ତଳେ ସେହି ଅବସରପ୍ରାପ୍ତ ଶିକ୍ଷକ ଝିଅଟିକୁ ଅପହରଣ କରିନେଇଥିଲେ ଓ ତା’ ସହ ବଳାତ୍କାର କରିଥିଲେ ବୋଲି ଅଭିଯୋଗ ହୋଇଛି ।
ଏହା ବି ପଢ଼ନ୍ତୁ | ପୁରୀରେ ବଟି ନ ଦେବାରୁ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ ଦୁର୍ବୃତ୍ତ; ଅବସ୍ଥା ସଙ୍କଟାପନ୍ନ
ନିଜ ଏତାଲାରେ ଯୁବତୀ କହିଛି ଯେ ସେ କୌଣସି ପ୍ରକାରେ ନିଜକୁ ଶିକ୍ଷକଙ୍କ କବଳରୁ ଉଦ୍ଧାର କରି ନିଜ ଘରେ ଆସି ପହଞ୍ଚିଥିଲା । ସେ ନିଜ ପରିବାର ଲୋକଙ୍କ ସାମ୍ନାରେ ବର୍ଷ ବର୍ଷ ଧରି ତା’ ସହ ହୋଇଆସିଥିବା ଯୌନ ଶୋଷଣର ପୁରା କାହାଣୀ କହିଥିଲା ।
ଏହା ବି ପଢ଼ନ୍ତୁ ଓ PHOTO ଦେଖନ୍ତୁ | ବାଲି ଖୋଳୁ ଖୋଳୁ ମହାଦେବ: ଯାଜପୁରରେ ବୈତରଣୀ ନଦୀ ଗର୍ଭରୁ ଉଭା ହେଲେ ସ୍ବୟଂ ଶିବଶମ୍ଭୁ
ଏହା ପରେ ପରିବାର ଓ ପଡ଼ୋଶୀମାନଙ୍କ ପରାମର୍ଶ ଅନୁସାରେ ଯୁବତୀ ପୋଲିସ ପାଖରେ ପହଞ୍ଚିଥିଲା । ତାଙ୍କ ଅଭିଯୋଗ ଅନୁସାରେ ସଦର ପୋଲିସ ଷ୍ଟେସନରେ ପୋକ୍ସୋ, ଏସ୍.ସି.-ଏସ୍.ଟି. ଆଇନ ଓ ଅନ୍ୟାନ୍ୟ ଆଇନ ଅଧୀନରେ ଏକ ମାମଲା ଦାୟର ହୋଇଥିଲା ।
ଅଭିଯୁକ୍ତ ଚିତ୍ରାଙ୍କନ ଶିକ୍ଷକ ରାଜବୀରଙ୍କୁ ପୋଲିସ ଗିରଫ କରିବା ପରେ ସେ ନିଜ ବିରୁଦ୍ଧରେ ହୋଇଥିବା ଅବିଯୋଗକୁ ମିଥ୍ୟା ବୋଲି କହିଛନ୍ତି । ଜଣେ ପୋଲିସ ମୁଖପାତ୍ର କହିଛନ୍ତି ଯେ ପୋଲିସ ଏବେ ବି ଅଭିଯୋଗର ତଦନ୍ତ କରୁଛି ଓ ଅଭିଯୁକ୍ତଙ୍କୁ କୋର୍ଟରେ ହାଜର କରିବା ପରେ ତାଙ୍କୁ ରିମାଣ୍ଡରେ ନେବାକୁ ଚେଷ୍ଟା କରିବ ।






