ନକ୍ସଲମାନେ ବନ୍ଧକ ଯବାନଙ୍କ ଫଟୋ ଜାରି କଲେ; ଭିଡିଓ କ୍ଲିପ୍ପ ଦେଖାଇବାକୁ ପିରିବାର ଲୋକଙ୍କ ଆବେଦନ
Chhattisgarh Naxal Attack: ଛତିଶଗଡର ବିଜାପୁରରେ ନକ୍ସଲ ଏନକାଉଣ୍ଟର ପରେ ନକ୍ସଲମାନେ ନିଖୋଜ ଯବାନ ରାକେଶ୍ୱର ସିଂ ମାନହସଙ୍କ ଛବି ଜାରି କରିଛନ୍ତି ।
ବନ୍ଧକ ଯବାନଙ୍କ ଫଟୋ ଜାରି କଲେ ନକ୍ସଲ
- News18 Odia
- Last Updated: April 7, 2021, 2:52 PM IST
ବିଜାପୁର: ଛତିଶଗଡ଼ର ବିଜାପୁରରେ ନକ୍ସଲ ଏନକାଉଣ୍ଟର ପରେ ନିଖୋଜ ସୈନିକ ରାକେଶ୍ୱର ସିଂ ମାନହସଙ୍କ ଫଟୋ ପ୍ରକାଶ ପାଇଛି । ନକ୍ସଲମାନଙ୍କ ଦ୍ୱାରା ପ୍ରକାଶିତ ଏହି ଫଟୋ ସହିତ ଯବାନ ସୁରକ୍ଷିତ ବୋଲି ଦାବି କରାଯାଇଛି । ମାଓବାଦୀମାନେ ଏନକାଉଣ୍ଟରର ତୃତୀୟ ଦିନରେ କିଛି ସ୍ଥାନୀୟ ଗଣମାଧ୍ୟମ କର୍ମଚାରୀଙ୍କୁ କିଛି ଚିଠି ପ୍ରଦାନ କରିଥିଲେ ଓ ଚତୁର୍ଥ ଦିନରେ ନିଖୋଜ ଯବାନ ସେମାନଙ୍କ ଅଧୀନରେ ଥିବା ଦାବି କରିଥିଲେ । ନକ୍ସଲମାନେ ଚିଠିରେ ଲେଖିଛନ୍ତି ଯେ ଯବାନ ସୁରକ୍ଷିତ ଓ ସେମାନଙ୍କୁ ମୁକ୍ତ କରିବା ପାଇଁ ସରକାର ମଧ୍ୟସ୍ଥିଙ୍କ ନାମ ସ୍ଥିର କରିବା ଉଚିତ୍ । ଏହା ପରେ ବୁଧବାର ଦିନ ନକ୍ସଲମାନେ ଯବାନଙ୍କ ଫଟୋ ପ୍ରକାଶ କରିଥିଲେ ଓ ପୁନର୍ବାର କହିଥିଲେ ଯେ ଯବାନ ତାଙ୍କ ଅଧୀନରେ ସୁରକ୍ଷିତ ଅଛନ୍ତି ।
୨୨ ସୈନିକଙ୍କ ଶହୀଦ
୩ ଏପ୍ରିଲରେ ବିଜାପୁରର ତରେମ ପୋଲିସ ଷ୍ଟେସନ ଅଞ୍ଚଳରେ ସୁରକ୍ଷା ବାହିନୀର କର୍ମଚାରୀ ଓ ନକ୍ସଲମାନଙ୍କ ମଧ୍ୟରେ ଏନକାଉଣ୍ଟର ହୋଇଥିଲା । ଏଥିରେ ୨୨ ଜଣ ସୈନିକ ସହିଦ ହୋଇଥିଲେ । ଏହା ବ୍ୟତୀତ ୩୧ ଜଣ ସୈନିକ ଆହତ ହୋଇଥିଲେ ଓ ଜଣେ ଯବାନ ନିଖୋଜ ହୋଇଯାଇଥିଲେ । ନିଖୋଜ ଯବାନଙ୍କ ସନ୍ଧାନରେ ସର୍ଚ୍ଚ ଅପରେସନ ଚାଲିଛି । ତେବେ ନକ୍ସଲମାନେ ଯବାନଙ୍କୁ ମୁକ୍ତ କରିବା ପାଇଁ ଆଲୋଚନା ପାଇଁ ପ୍ରସ୍ତୁତ ହେବାକୁ କହୁଛନ୍ତି ।






