ଦିଲ୍ଲୀରେ କାମ କଲାନି ମୋଦି-ଶାହ ମ୍ୟାଜିକ୍; କେଜରିୱାଲ୍ଙ୍କ ଉପରେ ଭରସା କଲେ ଲୋକେ
‘‘ଦିଲ୍ଲୀବାସୀ ଏକ ନୂଆ ପ୍ରକାରର ରାଜନୀତିକୁ ଜନ୍ମ ଦେଇଛନ୍ତି । ସେ ରାଜନୀତିର ନାଁ 'କାମ୍ କୀ ରାଜନୀତି',’’ କହିଛନ୍ତି କେଜରିୱାଲ । କାମ ଓ ବିକାଶ ଉପରେ ଲୋକେ ବିଶ୍ବାସ କରିବା ଦେଶ ପାଇଁ ଶୁଭ ସଙ୍କେତ ବୋଲି କହିଛନ୍ତି ସେ ।
ଆପ୍କୁ ବହୁମତ ମିଳିବା ପରେ ମୁଖ୍ୟ ମନ୍ତ୍ରୀ ଅରବିନ୍ଦ କେଜରୀୱାଲ
- News18 Odia
- Last Updated: February 11, 2020, 6:11 PM IST
ନୂଆ ଦିଲ୍ଲୀ: ଦିଲ୍ଲୀ ବିଧାନ ସଭା ନିର୍ବାଚନର ଭୋଟ ଗଣତି ପ୍ରାୟତଃ ଶେଷ ହୋଇଛି। ଓ ମୋଟ ୭୦ଟି ଆସନରୁ ୬୩ଟି ଆସନରେ ଆଗୁଆ ରହି ଆମ ଆଦମୀ ପାର୍ଟି ହ୍ୟାଟ୍ରିକ କରିଛି । ପୁଣି ଥରେ ମୁଖ୍ୟମନ୍ତ୍ରୀ କେଜରିୱାଲଙ୍କ ଉପରେ ଭରସା କରିଛନ୍ତି ଦିଲ୍ଲୀ ବାସିନ୍ଦା ।
ପ୍ରମୁଖ ଆସନରେ ବିଜୟୀ ହୋଇଛନ୍ତି ଆମ୍ ଆଦମୀ ପାର୍ଟିର ପ୍ରାର୍ଥୀମାନେ । ପୁଣି ଥରେ ମୁଖ୍ୟ ମନ୍ତ୍ରୀ ହେବେ ଅରବିନ୍ଦ କେଜରିୱାଲ । ଏଥର ହ୍ୟାଟ୍ରିକ କରିଥିବାରୁ ଦିଲ୍ଲୀବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ସେ। ଏହା ସହ ଦଳୀୟ ନେତା ଓ କର୍ମୀଙ୍କୁ ମଧ୍ୟ ସେ ଶୁଭେଚ୍ଛା ଜଣାଇଛନ୍ତି ।
‘‘ଦିଲ୍ଲୀର ବିକାଶ ପାଇଁ ଲୋକେ ଆମକୁ ଭୋଟ ଦେଇଛନ୍ତି । ଦିଲ୍ଲୀବାସୀ ଏକ ନୂଆ ପ୍ରକାରର ରାଜନୀତିକୁ ଜନ୍ମ ଦେଇଛନ୍ତି । ସେ ରାଜନୀତିର ନାଁ 'କାମ୍ କୀ ରାଜନୀତି',’’ କହିଛନ୍ତି କେଜରିୱାଲ । କାମ ଓ ବିକାଶ ଉପରେ ବିଶ୍ବାସ କରିବା ଦେଶ ପାଇଁ ଶୁଭ ସଙ୍କେତ ବୋଲି କହିଛନ୍ତି ସେ ।

ନିର୍ବାଚ଼ନ ପ୍ରଚ଼ାର ସମୟରେ କେଜରୀୱାଲ
ଆପ୍ ପାଇଁ ପଟପଡ଼ଗଞ୍ଜ ଏକ ସମ୍ମାନଜନକ ଆସନ ଥିଲା । ୧୯୯୩ ମହିହାରେ ଏହି ଆସନ ବିଜେପି ଜିତିଥିଲା। ତା'ପରଠାରୁ ପଟପଡ଼ଗଞ୍ଜରେ କଂଗ୍ରେସ ରାଜ୍ କରି ଆସୁଥିଲା। ମାତ୍ର ୨୦୧୩ ଓ ୨୦୧୫ରେ ଏହି ଆସନକୁ ସିସୋଦିଆ ଜିତିଥିଲେ।
ଦିଲ୍ଲୀ ନିର୍ବାଚନର ଫଳାଫଳରେ ନିଜର ସନ୍ତୋଷ ବ୍ୟକ୍ତ କରିଛନ୍ତି ନିର୍ବାଚନୀ ରାଜନୀତିର ପ୍ରବୀଣ ରଣନୀତିକାର ପ୍ରଶାନ୍ତ କିଶୋର। ଫଳାଫଳକୁ ନେଇ ପ୍ରଶାନ୍ତ କିଶୋର ଦିଲ୍ଲୀର ଭୋଟରମାନଙ୍କୁ ଧନ୍ୟବାଦ ଜଣାଇବା ସହ ସେମାନେ ଭାରତର ଆତ୍ମାକୁ ସୁରକ୍ଷିତ ରଖିବାରେ ସମର୍ଥ ହୋଇଛନ୍ତି ବୋଲି କହିଛନ୍ତି ।

ନିଜ ଆସନରୁ ଜିତିବା ପରେ ଶିକ୍ଷା ମନ୍ତ୍ରୀ ମନୀଷ ଶିଶୋଡ଼ିଆ ଖୁସିରେ ବିଜୟ ଚ଼ିହ୍ନ ଦେଖାଉଛନ୍ତି ।
ଆପ୍ରୁ ପ୍ରହ୍ଲାଦ ସିଂହ, ଋତୁରାଜ ଗୋବିନ୍ଦ, କୁଲଦୀପ କୁମାର, ନରେଶ ବଲୟାନ, ଗୋପାଲ ରାୟ, ମଦନ ଲାଲ, ଶରଦ କୁମାର ଭଳି ଅନେକ ପ୍ରାର୍ଥୀ ନିଜ ନିଜ ଆସନରେ ଜଲୱା ଦେଖାଇଛନ୍ତି । ସେପଟେ ବିଜେପିର ଜିତେନ୍ଦ୍ର ମହାଜନ, ଅନିଲ କୁମାର ବାଜପେୟୀ, ଅଭୟ ବର୍ମା, ଓମ୍ ପ୍ରକାଶ ଶର୍ମା ପ୍ରମୁଖ ବିଜୟୀ ହୋଇଛନ୍ତି ।
ନିର୍ବାଚ଼ନ ପ୍ରଚ଼ାରର ଘନଘଟା ଭିତରେ ଖୁବ୍ ଚ଼ମକପ୍ରଦ ପ୍ରଚ଼ାର ସତ୍ୱେ ଦିଲ୍ଲୀରେ କାମ କରି ନାହିଁ ମୋଦି ମ୍ୟାଜିକ । କେନ୍ଦ୍ରରେ ବିଜେପି ଶାସନ କରୁଥିଲେ ମଧ୍ୟ ଦିଲ୍ଲୀରେ ଦଳକୁ ପରାଜୟର ସମ୍ମୁଖୀନ ହେବାକୁ ପଡ଼ିଛି ।






