S-400 ଚୁକ୍ତି ଉପରେ ଆମେରିକା ଚାପ ପକାଇଲେ ତାକୁ ମଧ୍ୟ ଜବାବ ମିଳିବ: ଋଷ
ଋଷର ବୈଦେଶିକ ମନ୍ତ୍ରୀ ସର୍ଜେ ଲାଭ୍ରୋଭ (Sergey Lavrov) କହିଛନ୍ତି ଯେ ଏସ-୪୦୦ (S-400) ଚୁକ୍ତିକୁ ନେଇ ଆମେରିକାର ଚାପ ଉପରେ ସେ ଭାରତ ସହ କଥାବାର୍ତ୍ତା କରିନାହାଁନ୍ତି । କିନ୍ତୁ ଯଦି ୱାଶିଂଟନ ତରଫରୁ ଯଦି କୌଣସି ଦେଶ ଉପରେ ଚାପ ପକାଯାଏ ତେବେ ତାକୁ ମଧ୍ୟ ଏହାର ଉଚିତ ଜବାବ ମିଳିବ ।
ଋଷର ବୈଦେଶିକ ମନ୍ତ୍ରୀ ସର୍ଜେ ଲାଭ୍ରୋଭ
- News18 Odia
- Last Updated: April 6, 2021, 7:09 PM IST
ନୂଆ ଦିଲ୍ଲୀ: ଭାରତ ଗସ୍ତରେ ଆସିଥିବା ଋଷର ବୈଦେଶିକ ମନ୍ତ୍ରୀ ସର୍ଜେ ଲାଭ୍ରୋଭ ଏସ-୪୦୦ ଚୁକ୍ତି ଉପରେ ଏକ ବଡ଼ ବିବୃତ୍ତି ଦେଇଛନ୍ତି । ସେ କହିଛନ୍ତି ଯେ ଯଦି ଆମେରିକା ଏହି ଚୁକ୍ତି ଉପରେ ପ୍ରତିବନ୍ଧକ କିମ୍ବା ଚାପ ସୃଷ୍ଟି କରେ, ତେବେ ଏହା ମଧ୍ୟ ଏକ ସଠିକ୍ ପ୍ରତିକ୍ରିୟା ମିଳିବ । ସେ କହିଛନ୍ତି ଏସ -୪୦୦ ଚୁକ୍ତିକୁ ନେଇ ଆମେରିକାର ଚାପ ଉପରେ ସେ ଭାରତ ସହ କଥାବାର୍ତ୍ତା କରିନାହାଁନ୍ତି । କିନ୍ତୁ ଯଦି ୱାଶିଂଟନ ତରଫରୁ କୌଣସି ଦେଶ ଉପରେ ଚାପ ପକାଯାଏ ତେବେ ତାକୁ ମଧ୍ୟ ଏହାର ଉଚିତ ଜବାବ ମିଳିବ ।
ଆମେରିକାର ପ୍ରତିରକ୍ଷା ମନ୍ତ୍ରୀ ଏହି ପ୍ରଶ୍ନ ଉଠାଇଛନ୍ତି
ଉଲ୍ଲେଖନୀୟ କଥା ହେଉଛି, ଗତ ମାସରେ ଆମେରିକାର ପ୍ରତିରକ୍ଷା ମନ୍ତ୍ରୀ ଓଲିଉଡ ଅଷ୍ଟିନ ଏସ -୪୦୦ ଚୁକ୍ତି ସମ୍ପର୍କରେ ପ୍ରଶ୍ନ ଉଠାଇଥିଲେ । ସେ ଏହା ମଧ୍ୟ କହିଛନ୍ତି ଯେ ଏହି ପ୍ରତିରକ୍ଷା ବ୍ୟବସ୍ଥା କିଣିବା ଉପରେ ଭାରତ ମଧ୍ୟ ପ୍ରତିବନ୍ଧକ ସାମ୍ନା କରିପାରନ୍ତି ।
ସର୍ଗି ଲାଭ୍ରୋଭଙ୍କ ସହ ସାକ୍ଷାତ ପରେ ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର କହିଛନ୍ତି ଯେ ଏସ -୪୦୦ ଚୁକ୍ତି ଉପରେ କୌଣସି ଆଲୋଚନା ହୋଇନାହିଁ । ଏଥିପାଇଁ ଉଭୟ ଦେଶର ପ୍ରତିରକ୍ଷା ମନ୍ତ୍ରୀଙ୍କ ନେତୃତ୍ୱରେ ଏକ ପୃଥକ ସଂସ୍ଥା ରହିଛନ୍ତି ।
S-400 ପ୍ରତିରକ୍ଷା ବ୍ୟବସ୍ଥା କ’ଣ?
S-400 ର ସାମର୍ଥ୍ୟ ବିଷୟରେ କହିବାକୁ ଗଲେ ଏହା ବର୍ତ୍ତମାନ ସର୍ବୋତ୍ତମ ଉତକ୍ଷେପଣ ରେଞ୍ଜ ଏୟାର ଡିଫେନ୍ସ ସିଷ୍ଟମ । ଯାହା ୪୦୦ କିଲୋମିଟର ଅତିକ୍ରମ କରି ୩୦ କିଲୋମିଟର ଉଚ୍ଚତା ପର୍ଯ୍ୟନ୍ତ ଶତ୍ରୁ କ୍ଷେପଣାସ୍ତ୍ର, ଯୁଦ୍ଧ ବିମାନ ଓ UAV ଗୁଡ଼ିକୁ ଟ୍ରାକ୍ କରି ମାରିପାରେ । ଏହି ସିଷ୍ଟମରେ ସବୁଠାରୁ ସିଦ୍ଧ ରାଡାର ସିଷ୍ଟମ ଅଛି ଯାହା ଏକାସାଙ୍ଗରେ ୧୦୦ ରୁ ଅଧିକ ଟାର୍ଗେଟକୁ ନଷ୍ଟ କରିପାରିବ ।






