IPL 2021: ପ୍ଲେ ଅଫରେ ପହଞ୍ଚି ପାରିବ ନାହିଁ CSK; ୩ ଜଣ ପୂର୍ବତନ ଭାରତୀୟ ଖେଳାଳି ଦାବି କଲେ
ଆଇପିଏଲ ୨୦୨୧ (IPL 2021) ଏପ୍ରିଲ ୯ ତାରିଖରୁ ଆରମ୍ଭ ହେବାକୁ ଯାଉଛି ଓ ଏହା ପୂର୍ବରୁ ଅନେକ କ୍ରିକେଟ୍ ବିଶେଷଜ୍ଞ ଚେନ୍ନାଇ ସୁପର କିଙ୍ଗ୍ସଦଳକୁ (Chennai Super Kings) ହାଲୁକା ଭାବେ ଗ୍ରହଣ କରୁଛନ୍ତି । ଗୌତମ ଗମ୍ଭୀର, ସଞ୍ଜୟ ମଞ୍ଜରେକର ଓ ଆକାଶ ଚୋପ୍ରା ମଧ୍ୟ ଏହି ଦଳକୁ ନେଇ ବଡ଼ ବୟାନ ଦେଇଛନ୍ତି ।
ପ୍ଲେ ଅଫରେ ପହଞ୍ଚି ପାରିବ ନାହିଁ CSK!
- News18 Odia
- Last Updated: April 7, 2021, 4:39 PM IST
ନୂଆ ଦିଲ୍ଲୀ: ଇଣ୍ଡିଆନ୍ ପ୍ରିମିୟର ଲିଗର ୧୩ ତମ ସିଜନରେ ଚେନ୍ନାଇ ସୁପରକିଙ୍ଗ୍ସର ପ୍ରଦର୍ଶନ ଅତ୍ୟନ୍ତ ଖରାପ ଥିଲା । ଦଳ ଆଇପିଏଲ ଟୁର୍ନାମେଣ୍ଟ ଇତିହାସରେ ପ୍ରଥମ ଥର ଥର ପାଇଁ ପ୍ଲେ ଅଫ୍ ପ୍ରବେଶ କରିବାରେ ବିଫଳ ହୋଇଥିଲା । ଧୋନିଙ୍କ ଅଧିନାୟକତ୍ୱରେ ଚେନ୍ନାଇ ସୁପର କିଙ୍ଗ୍ସ ପଏଣ୍ଟ ଟେବୁଲର ୭ ନମ୍ବରରେ ନିଜର ଅଭିଯାନ ଶେଷ କରିଥିଲା । ବର୍ତ୍ତମାନ ଆଇପିଏଲ୍ ୨୦୨୧ ରେ ଚେନ୍ନାଇ ସୁପର କିଙ୍ଗ୍ସଦଳକୁ ହାଲୁକା ଭାବେ ନିଆଯାଉଛି ଓ ଟିମ୍ ଇଣ୍ଡିଆର ୩ ପୂର୍ବତନ କ୍ରିକେଟର ଧୋନିଙ୍କ ଦଳକୁ ବଡ଼ ବୟାନ ଦେଇଛନ୍ତି ।
ପ୍ରଦର୍ଶନ ଉନ୍ନତ ହେବ କିନ୍ତୁ ପ୍ଲେ ଅଫରେ ପହଁଛିବା କଷ୍ଟକର - ଆକାଶ ଚୋପ୍ରା
କ୍ରିକିନଫୋଙ୍କ ସହ ବାର୍ତ୍ତାଳାପରେ ଆକାଶ ଚୋପ୍ରା କହିଛନ୍ତି ଯେ ଚେନ୍ନାଇ ସୁପର କିଙ୍ଗ୍ସ ନିଶ୍ଚିତ ଭାବରେ ଗତ ସିଜିନଠାରୁ ଉନ୍ନତ ପ୍ରଦର୍ଶନ କରିବ କିନ୍ତୁ ପ୍ଲେ ଅଫ୍ ଯୋଗ୍ୟତା ପାଇବା ଟିକେ ଦୂର ଦେଖାଯାଉଛି ।
ତେବେ ୱେଷ୍ଟଇଣ୍ଡିଜର ପୂର୍ବତନ ଭେଟେରାନ୍ ଫାଷ୍ଟ ବୋଲର ତଥା ପ୍ରସିଦ୍ଧ କମେଣ୍ଟେଟର ଇଆନ୍ ବିଶପ୍ ନିଶ୍ଚିତ ଭାବରେ ଚେନ୍ନାଇ ସୁପର କିଙ୍ଗ୍ସକୁ ଭରଷା କରିଛନ୍ତି । ଇୟାନ୍ ବିଶପ୍ ଦାବି କରିଛନ୍ତି ଯେ ଚେନ୍ନାଇ ସୁପର କିଙ୍ଗ୍ସ ନିଶ୍ଚିତ ଭାବେ ପ୍ଲେ ଅଫ୍ ରେ ପ୍ରବେଶ କରିବ ଓ ସେ ଚତୁର୍ଥ ସ୍ଥାନରେ ରହିବେ ବୋଲି ଆଶା କରାଯାଉଛି । ଚେନ୍ନାଇ ସୁପର କିଙ୍ଗ୍ସ ଏହି ସିଜିନ୍ ପାଇଁ ନିଜ ଦଳରେ ଅନେକ ଶ୍ରେଷ୍ଠ ଖେଳାଳିଙ୍କୁ ସାମିଲ କରିଛି । ଏହି ସିଜିନରେ ସୁରେଶ ରାଇନା ଫେରିଛନ୍ତି ଓ କୃଷ୍ଣପ୍ପା ଗୌତମ ଓ ମୋଇନ ଅଲି ମଧ୍ୟ ଦଳରେ ସ୍ଥାନ ପାଇଛନ୍ତି ।
ଚେନ୍ନାଇ ସୁପର କିଙ୍ଗ୍ସ ଦଳ- ମହେନ୍ଦ୍ର ସିଂ ଧୋନି (ଅଧିନାୟକ), ରବିନ୍ ଉଥାପ୍ପା, ସୁରେଶ ରାଇନା, ଅମ୍ବାତି ରାୟୁଡୁ, କେଏମ ଆସିଫ, ଦୀପକ ଚହର, ଡୱେନ ବ୍ରାଭୋ, ଫାଫ ଡୁପ୍ଲେସି, ଇମ୍ରାନ ତାହିର, ଏନ ଜଗଦୀଶାନ, କର୍ଣ୍ଣ ଶର୍ମା, ଲୁଙ୍ଗି ନିଗିଡି, ମିଚେଲ ସେଣ୍ଟେନର, ରବିନ୍ଦ୍ର ଜାଡେଜା, ରିତୁରାଜ ଗାଇକୱାଡ, ଶାର୍ଦ୍ଦୁଲ ଠାକୁର, ସାମ୍ କ୍ୟୁରନ, ଆର ସାଇ କିଶୋର, ମୋଇନ୍ ଅଲି, କୃଷ୍ଣପ୍ପା ଗୌତମ, ଚେତେଶ୍ୱର ପୂଜାରା, ହରିଶଙ୍କର ରେଡ୍ଡୀ, ଭଗତ ବର୍ମା, ସି ହରି ନିଶାନ୍ତ ।






