IPL 2021 Points Table: ତୃତୀୟ ସ୍ଥାନରେ ପହଞ୍ଚିଲା କୋହଲିଙ୍କ RCB; ଜାଣନ୍ତୁ ଅନ୍ୟ ଦଳ ମାନଙ୍କର ସ୍ଥିତି
IPL 2021 Points Table: ଆଇପିଏଲର ୨୬ ତମ ମ୍ୟାଚରେ କେ.ଏଲ୍ ରାହୁଲଙ୍କ ପଞ୍ଜାବ କିଙ୍ଗସ୍ ବିରାଟ କୋହଲିଙ୍କ ଦଳ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରକୁ ୩୪ ରନରେ ପରାସ୍ତ କରିଛି । ଯାହା ପରେ ପଏଣ୍ଟ ଟେବୁଲରେ ପରିବର୍ତ୍ତନ ହୋଇଛି ।
ତୃତୀୟ ସ୍ଥାନରେ ପହଞ୍ଚିଲା କୋହଲିଙ୍କ RCB
- News18 Odia
- Last Updated: May 1, 2021, 10:48 AM IST
ନୂଆ ଦିଲ୍ଲୀ: କେଏଲ ରାହୁଲଙ୍କ ନେତୃତ୍ୱରେ ପଞ୍ଜାବ କିଙ୍ଗସ (Punjab Kings) ଆଇପିଏଲର ୨୬ ତମ ମ୍ୟାଚରେ ବିରାଟ କୋହଲିଙ୍କ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରକୁ ୩୪ ରନରେ ପରାସ୍ତ କରିଛି । ଚଳିତ ସିଜନରେ ୭ ଟି ମ୍ୟାଚରେ ପଞ୍ଜାବର ଏହା ତୃତୀୟ ବିଜୟ ହୋଇଥିବାବେଳେ ବାଙ୍ଗାଲୋର ଅନେକ ମ୍ୟାଚ ପରେ ଦ୍ୱିତୀୟ ପରାଜୟର ସମ୍ମୁଖୀନ ହୋଇଛି । ପ୍ରଥମେ ବ୍ୟାଟିଂ କରି ପଞ୍ଜାବ ୨୦ ଓଭରରେ ୫ ୱିକେଟ୍ ନେଇ ୧୭୯ ରନ୍ ସଂଗ୍ରହ କରିଥିଲା । ଯାହା ଜବାବରେ ଆରସିବି ଦଳ ୨୦ ଓଭରରେ ୮ ୱିକେଟ୍ ହରାଇ ମାତ୍ର ୧୪୫ ରନ୍ ସ୍କୋର କରିପାରିଥିଲା । କେଏଲ ରାହୁଲ ଅପରାଜିତ ୯୧ ରନ ସ୍କୋର କରିଥିଲେ । ଏଥିସହିତ ମ୍ୟାନ୍ ଅଫ୍ ଦି ମ୍ୟାଚ ଥିବା ହରପ୍ରୀତ ବ୍ରାର ୧୭ ଟି ବଲରୁ ଅପରାଜିତ ୨୫ ସ୍କୋର କରିଥିଲେ ଓ ତିନୋଟି ବଡ ୱିକେଟ ମଧ୍ୟ ନେଇଥିଲେ ।

IPL Oragne Cap: ଆଇପିଏଲ୍ ୨୦୧୧ ରେ ଅରେଞ୍ଜ କ୍ୟାପ୍ ରେସରେ ପଞ୍ଜାବ କିଙ୍ଗ୍ସର ଅଧିନାୟକ କେ.ଏଲ୍ ରାହୁଲ ଶୀର୍ଷରେ ଅଛନ୍ତି । ରାହୁଲ ୭ ଟି ମ୍ୟାଚରେ ୩୩୧ ରନ୍ ସଂଗ୍ରହ କରିଛନ୍ତି । ଦିଲ୍ଲୀ କ୍ୟାପିଟାଲ୍ସର ଶିଖର ଧାୱନ ଦ୍ୱିତୀୟ ସ୍ଥାନରେ ଅଛନ୍ତି । ଧାୱନ ଏପର୍ଯ୍ୟନ୍ତ ୭ ଟି ମ୍ୟାଚରେ ୩୧୧ ରନ୍ ସଂଗ୍ରହ କରିଛନ୍ତି । ଏହି ତାଲିକାରେ ଚେନ୍ନାଇ ସୁପର କିଙ୍ଗ୍ସର ଫାଫ୍ ଡୁ ପ୍ଲେସି ୨୭୦ ରନ୍ ସହ ତୃତୀୟ ସ୍ଥାନରେ ଅଛନ୍ତି ।
IPL Purple Cap: ଆଇପିଏଲର ୧୪ ତମ ସିଜନ୍ ଆରମ୍ଭରୁ ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରର ହର୍ଷଲ୍ ପଟେଲଙ୍କ ପାଖରେ ବାଇଗଣୀ କ୍ୟାପ୍ ରହିଛି । ପଟେଲ ୭ ଟି ମ୍ୟାଚରେ ୧୭ ଟି ୱିକେଟ୍ ନେଇଛନ୍ତି । ଏହି ତାଲିକାରେ ଆବେଶ ଖାନ ଦ୍ୱିତୀୟ ଅଛନ୍ତି । ଆବେଶଙ୍କ ଆକାଉଣ୍ଟରେ ଏପର୍ଯ୍ୟନ୍ତ ୧୩ ୱିକେଟ୍ ଅଛି । ୧୧ଟି ଲେଖାଏଁ ୱିକେଟ୍ ନେଇ ମୁମ୍ବାଇ ଇଣ୍ଡିଆନ୍ସର ରାହୁଲ ଚହର ତୃତୀୟ ସ୍ଥାନରେ ଓ ରାଜସ୍ଥାନ ରୟାଲ୍ସର କ୍ରିସ୍ ମୋରିସ୍ ଚତୁର୍ଥ ସ୍ଥାନରେ ଅଛନ୍ତି ।






