ମୁମ୍ବାଇ ଇଣ୍ଡିଆନ୍ସ କ୍ରମାଗତ ୯ ବର୍ଷ ଧରି ପ୍ରଥମ ମ୍ୟାଚ୍ ହାରିଲା; ରୋହିତ କହିଲେ - ଚାମ୍ପିଅନସିପ୍ ଜିତିବା ମହତ୍ତ୍ୱପୂର୍ଣ୍ଣ
IPL 2021, MI vs RCB: ପରାଜୟ ପରେ ମୁମ୍ବାଇ ଇଣ୍ଡିଆନ୍ସ ଅଧିନାୟକ ରୋହିତ ଶର୍ମା କହିଛନ୍ତି ଯେ ପିଚ୍ ବ୍ୟାଟିଂ କରିବା ପାଇଁ ସହଜ ନ ଥିଲା ଓ ଆସନ୍ତା କିଛି ମ୍ୟାଚ୍ରେ ଆମକୁ ଏହା ବିଷୟରେ ଚିନ୍ତା କରିବାକୁ ପଡ଼ିବ ।
ମୁମ୍ବାଇ ଇଣ୍ଡିଆନ୍ସ କ୍ରମାଗତ ୯ ବର୍ଷ ଧରି ନିଜର ପ୍ରଥମ ମ୍ୟାଚ୍ ହାରିଲା
- News18 Odia
- Last Updated: April 10, 2021, 9:23 AM IST
ନୂଆ ଦିଲ୍ଲୀ: ମୁମ୍ବାଇ ଇଣ୍ଡିଆନ୍ସ (Mumbai Indians) ଦଳ ନବମ ଥର ପାଇଁ ଇଣ୍ଡିଆନ୍ ପ୍ରିମିୟର ଲିଗର (IPL) ପ୍ରଥମ ମ୍ୟାଚ୍ ଜିତିପାରି ନାହିଁ । ତେବେ ଅଧିନାୟକ ରୋହିତ ଶର୍ମା ଏହା ସ୍ପଷ୍ଟ କରିଛନ୍ତି ଯେ ପ୍ରଥମ ମ୍ୟାଚ୍ ନୁହେଁ ଚାମ୍ପିଅନସିପ୍ ଜିତିବା ଜରୁରୀ ହୋଇଥିବାରୁ ତାଙ୍କ ଦଳ ଏଥିରେ ନିରାଶ ନୁହଁନ୍ତି । ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରକୁ (RCB) ଦୁଇ ୱିକେଟ୍ ପରାଜୟ ପରେ ରୋହିତ କହିଛନ୍ତି ଯେ ଏହା ବହୁତ ଭଲ ମ୍ୟାଚ୍ ଥିଲା । ଆମେ ସେମାନଙ୍କୁ ସହଜରେ ଜିତିବାକୁ ଦେଲୁ ନାହିଁ । ଯଦିଓ ଆମେ ଆମର ସ୍କୋରରେ ଖୁସି ନଥିଲୁ । ଆମେ ୨୦ ରନ୍ କମ୍ ସ୍କୋର କରିଥିଲୁ ।
ସେ କହିଛନ୍ତି, “ଯେତେବେଳେ ଶେଷ ଚାରି ଓଭର ବାକି ଥିଲା, ଆମେ ଡି ଭିଲିୟର୍ସଙ୍କୁ ଆଉଟ କରିବାକୁ ଚାହୁଁଥିଲୁ । ଏହି କାରଣରୁ ଆମେ ବୁମ୍ରା ଓ ବୋଲ୍ଟଙ୍କ ଦ୍ୱାରା ବୋଲିଂ କରାଇଥିଲୁ । କିନ୍ତୁ ଆମେ ସଫଳ ହୋଇପାରିଲୁ ନାହିଁ। "
କୋହଲି କହିଛନ୍ତି - ଆମର ଅନେକ ବିକଳ୍ପ ଅଛି
ସେ କହିଛନ୍ତି, ପ୍ରଥମ ଇନିଂସରେ ପିଚ୍ ଭଲ ଦେଖାଯାଉଥିଲା । କିନ୍ତୁ ପରେ ବଲ୍ ଧିମା ହୋଇ ବ୍ୟାଟ ପାଖକୁ ଆସୁଥିଲା । ସେଥିପାଇଁ ସହଭାଗୀତା ଗୁରୁତ୍ୱପୂର୍ଣ୍ଣ ଥିଲା । ଏହି ଗ୍ରାଉଣ୍ଡଟି ସେପରି ନୁହେଁ ଯେବେ ଆପଣ ଚାହିଁବେ ସର୍ଟ ଖେଳିପାରିବେ । ଆରସିବି ବିଜୟର ହିରୋ ଡି ଭିଲିୟର୍ସ କହିଛନ୍ତି ଯେ ଆମ ଦଳ ଜାଣିଛି ଯେ ଏହି ପିଚ୍ରେ ୧୬୦ ରନ୍ର ଲକ୍ଷ୍ୟ ହାସଲ କରିବା ସହଜ ହେବ ନାହିଁ । ଡି ଭିଲିୟର୍ସ କହିଛନ୍ତି, "ମ୍ୟାଚ୍ ବହୁତ ଭଲ ଥିଲା । ଆମେ ଜାଣିଥିଲୁ ବ୍ୟାଟିଂ କରିବା ପାଇଁ ଏହା ସହଜ ପିଚ୍ ନୁହେଁ ଓ ଏହା ସେପରି ୱିକେଟ୍ ଯେଉଁ ପିଚରେ ମ୍ୟାଚ୍ ଆଗକୁ ବଢିବା ସହ ଖେଳିବା କଷ୍ଟସାଧ୍ୟ ହେଉଥିଲା । ତେଣୁ ଆମେ ଜାଣିଥିଲୁ ଯେ ଯଦି ଆମେ ଶେଷ ବଲ ପର୍ଯ୍ୟନ୍ତ ମ୍ୟାଚ୍ ଟାଣିବାରେ ସକ୍ଷମ ହେଲେ ଆମକୁ ଏକ ସୁଯୋଗ ମିଳିବ ।"
ମ୍ୟାନ୍ ଅଫ୍ ଦି ମ୍ୟାଚ୍ ହର୍ଷଲ ପଟେଲ କହିଛନ୍ତି, "ଯେତେବେଳେ ଆରସିବି ମୋତେ ନେଲେ ସେତେବେଳେ ସେମାନେ ମୋତେ କହିଥିଲେ ଯେ ମୁଁ ସେମାନଙ୍କ ଯୋଜନାର ଏକ ଅଂଶ । ମୁଁ ବହୁତ ଖୁସି ଯେ ମୁଁ ସେମାନଙ୍କ ବିଶ୍ୱାସକୁ ପୂରଣ କଲି । ମୁମ୍ବାଇ ବିପକ୍ଷରେ ପାଞ୍ଚଟି ୱିକେଟ୍ ନେଇଥିବା ମୁଁ ପ୍ରଥମ ବୋଲର ବୋଲି ମୁଁ ଜାଣି ନଥିଲି । ମୁଁ ପ୍ରଥମ ଥର ପାଇଁ ପାଞ୍ଚଟି ୱିକେଟ୍ ନେଲି ଓ ତାହା ମଧ୍ୟ ମୁମ୍ବାଇ ବିପକ୍ଷରେ ତେଣୁ ଏହା ସ୍ୱତନ୍ତ୍ର । "






