ଅଭିନେତା ରଜତ ବେଦୀଙ୍କ କାର୍ ଧକ୍କାରେ ଆହତ ବ୍ୟକ୍ତିଙ୍କ ମୃତ୍ୟୁ ହେଲା; ପୋଲିସ FIR ରୁଜୁ କଲା
Actor Rajat Bedi car accident kills man | ବ୍ୟକ୍ତି ଜଣକ ଭୀଷଣ ମଦ ପିଇ ରାସ୍ତାରେ ଚାଲି ଚାଲି ଯାଉଥିବା ବେଳେ ହଠାତ୍ ରାସ୍ତାର ମଧ୍ୟ ଭାଗକୁ ଆସିଯାଇଥିଲେ । ରଜତ ବେଦୀ ନିଜ କାରର ବ୍ରେକ୍ ଲଗାଇବା ପୂର୍ବରୁ ତାଙ୍କ କାର୍ ସେହି ବ୍ୟକ୍ତିଙ୍କୁ ଧକ୍କା ଦେଇଥିଲା ।
ଅଭିନେତା ରଜତ ବେଦୀ; (ଡାହାଣ) ମୃତ ରାଜେଶ ବୈଦ୍ଧ
- News18 Odia
- Last Updated: September 9, 2021, 8:34 PM IST
ମୁମ୍ବାଇ: ମୁମ୍ବାଇର ଅନ୍ଧେରୀ ଅଞ୍ଚଳରେ ଅଭିନେତା ରଜତ ବେଦୀଙ୍କ (Rajat Bedi) କାରରେ ଧକ୍କା ଖାଇ ଆହତ ହୋଇଥିବା ବ୍ୟକ୍ତି ଜଣଙ୍କର ଚିକିତ୍ସା ସମୟରେ ମୃତ୍ୟୁ ଘଟିଛି ବୋଲି ପୋଲିସ କହିଛି । ମଙ୍ଗଳବାର ବିଳମ୍ବିତ ରାତିରେ ଆହତ ପୀଡିତାଙ୍କ ମୃତ୍ୟୁ ହେବା ପରେ ଡି.ଏନ୍. ନଗର ପୋଲିସ ଅଭିନେତା ରଜତ ବେଦୀଙ୍କ ବିରୋଧରେ ରୁଜୁ ହୋଇଥିବା ଏଫ୍.ଆଇ.ଆର୍.ରେ ଭାରତୀୟ ଦଣ୍ଡ ସଂହିତାର ଦଫା ୩୦୪-ଏ (ଅବହେଳା କାରଣରୁ ମୃତ୍ୟୁ) ଯୋଡି଼ଛି ବୋଲି ଜଣେ ପୋଲିସ ଅଧିକାରୀ କହିଛନ୍ତି ।
ରଜତ ବେଦୀଙ୍କୁ ଏ ପର୍ଯ୍ୟନ୍ତ ଗିରଫ କରାଯାଇ ନାହିଁ ବୋଲି କହିଛନ୍ତି ପୋଲିସ ଅଧିକାରୀ । ସେ କହିଛନ୍ତି, ‘‘ଦୁର୍ଘଟଣାର ଶିକାର ହୋଇଥିବା ରାଜେଶ ବୌଦ୍ଧ ନାମକ ଜଣେ ଶ୍ରମିକ ଗତ ଦୁଇ ଦିନ ଧରି କୁପର୍ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ତାଙ୍କୁ ସେଠାରେ ମୃତ ଘୋଷଣା କରାଯାଇଛି । ଆମକୁ ମିଳିଥିବା ସୂଚନା ଅନୁସାରେ ସୋମବାର ସନ୍ଧ୍ୟାରେ ଅନ୍ଧେରିରେ ଏକ ମନ୍ଦିର ନିକଟରେ ଏହି ଦୁର୍ଘଟଣା ଘଟିଥିଲା ।’’
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ ଫଟୋ | ଆଖି ବୁଜିଲେ ବିଧାନସଭା ଆଗରେ ଆତ୍ମହତ୍ୟା ଉଦ୍ୟମ କରିଥିବା ଯୁବକ; SCB ବିରୋଧରେ ଆଣିଥିଲେ ଅଭିଯୋଗ
ଏହା ବି ପଢ଼ନ୍ତୁ | BJP କର୍ମୀ ଓ ସାମ୍ବାଦିକଙ୍କୁ ମାଡ଼ ମାରିଲେ ଚିଲିକାର BJD ବିଧାୟକ; ତାଙ୍କୁ ଦଳରୁ ନିଲମ୍ବନ କଲେ ନବୀନ
ରଜତ ଏହି ଦୁର୍ଘଟଣାରେ ଆହତ ହୋଇଥିବା ରାଜେଶ ବୌଦ୍ଧଙ୍କୁ ନିଜ କାରରେ ନିକଟସ୍ଥ କୁପର୍ ହସ୍ପିଟାଲକୁ ନେଇଯାଇଥିଲେ ଓ ସେଠାରେ ତାଙ୍କୁ ଚିକିତ୍ସା ପାଇଁ ଭର୍ତ୍ତି କରାଇଥିଲେ । ତା’ ପରେ ସେ ଡି.ଏନ୍. ନଗର ପୋଲିସ୍ ଷ୍ଟେସନକୁ ଯାଇ ସେଠାରେ ଡ୍ୟୁଟିରେ ଥିବା ପୋଲିସ୍ ଅଧିକାରୀଙ୍କୁ ସମଗ୍ର ଘଟଣା ସମ୍ପର୍କରେ ସୂଚନା ଦେଇଥିଲେ ବୋଲି ପୋଲିସ କହିଛି ।
ଏହା ବି ପଢ଼ନ୍ତୁ | ଓଡ଼ିଶାରେ ଗିରଫ ହେଲେ ଆଉ ଦୁଇ ୱେବ୍ ଚ୍ଯାନେଲ୍ ‘ସାମ୍ବାଦିକ’; ନବରଙ୍ଗପୁରରେ ଶିକ୍ଷକଙ୍କୁ ଧମକାଇ ବଟି ନେଇଥିଲେ
ତା’ ପରେ ଇଣ୍ଡିଆନ୍ ପିନଲ୍ କୋଡ଼ର ଦଫା ୨୭୯ (ରାଶ୍ ଡ୍ରାଇଭିଂ) ଓ ୩୩୮ (ଅନ୍ୟମାନଙ୍କ ଜୀବନ ବା ବ୍ୟକ୍ତିଗତ ସୁରକ୍ଷା ପ୍ରତି ବିପଦ ସୃଷ୍ଟି କରି ଆହତ କରିବା) ଅଧୀନରେ ଅଭିନେତାଙ୍କ ବିରୋଧରେ ପୋଲିସ ଏକ ମାମଲା ରୁଜୁ କରିଥିଲା ।
ରଜତ ବେଦୀ ଅନେକ ବଲିଉଡ୍ ଫିଲ୍ମରେ ଅଭିନୟ କରିଛନ୍ତି । ସେଥିରୁ ଗୋଟିଏ ହେଉଛି ହ୍ରିତିକ ରୋଶନ-ଷ୍ଟାରର୍ ‘କୋଇ ... ମିଲ୍ ଗୟା’ (Koi Mil Gaya film) ଓ ‘ପାର୍ଟନର୍’, ଯେଉଁଥିରେ ସଲମାନ ଖାନ୍ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି ।






