PM Modiଙ୍କ ନାମରେ ନାମିତ ହେଲା ମୋଟେରା ଷ୍ଟାଡିୟମ; ରାଷ୍ଟ୍ରପତି କୋବିନ୍ଦ ଉଦ୍ଘାଟନ କଲେ
Motera Stadium Inaugration: ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା, କ୍ରୀଡା ମନ୍ତ୍ରୀ କିରେନ ରିଜିଜୁ ଓ ରାଜ୍ୟ ଡେପୁଟି ସିଏମ ନିତିନ ପଟେଲ ଉପସ୍ଥିତ ଥିଲେ । ଏହି ଷ୍ଟାଡିୟମରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ସିରିଜର ତୃତୀୟ ଟେଷ୍ଟ ମ୍ୟାଚ୍ ଖେଳାଯିବ ।
ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନାମରେ ନାମିତ ହେବ ମୋଟେରା ଷ୍ଟାଡିୟମ
- News18 Odia
- Last Updated: February 24, 2021, 2:37 PM IST
ଅହମ୍ମଦାବାଦ: ରାଷ୍ଟ୍ରପତି ରାମ ନାଥ କୋବିନ୍ଦ ଅହମ୍ମଦାବାଦରେ ବିଶ୍ୱର ସର୍ବବୃହତ କ୍ରିକେଟ୍ ଷ୍ଟାଡିୟମ୍ ମୋଟେରା କ୍ରିକେଟ୍ ଷ୍ଟାଡିୟମର ଉଦଘାଟନ କରିଛନ୍ତି । ବୁଧବାର ଦିନ ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା, କ୍ରୀଡ଼ା ମନ୍ତ୍ରୀ କିରେନ ରିଜିଜୁ ଓ ରାଜ୍ୟ ଡେପୁଟି ସିଏମ ନିତିନ ପଟେଲ ଉପସ୍ଥିତ ଥିଲେ । ଭାରତ ଓ ଇଂଲଣ୍ଡ ମଧ୍ୟରେ ସିରିଜର ତୃତୀୟ ଟେଷ୍ଟ ମ୍ୟାଚ୍ ଏହି ଷ୍ଟାଡିୟମରେ ଖେଳାଯିବ । ଯାହା ନୂତନ ସୁବିଧା ଓ ସାଜସଜ୍ଜା ସହିତ ଆରମ୍ଭ ହୋଇଥିଲା । ବିଶେଷ କଥା ହେଉଛି ଏହି ନୂତନ ଷ୍ଟାଡିୟମର ନାମ ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ପରିବର୍ତ୍ତନ ହୋଇଛି ।

ଭାରତ ଓ ଇଂଲଣ୍ଡ ମଧ୍ୟରେ ତୃତୀୟ ଟେଷ୍ଟ ମ୍ୟାଚ୍ ୨୪ ଫେବୃଆରୀରୁ ଅହମ୍ମଦାବାଦର ନବ ନିର୍ମିତ ମୋଟେରା କ୍ରିକେଟ୍ ଷ୍ଟାଡିୟମରେ ଆରମ୍ଭ ହେବ । ଏହା ଦିବା-ରାତ୍ରୀ ଟେଷ୍ଟ ମ୍ୟାଚ୍ ହେବ । ନୂତନ ଷ୍ଟାଡିୟମ ନିର୍ମାଣ ପରେ ପ୍ରଥମ ଟେଷ୍ଟ ମ୍ୟାଚ୍ ଖେଳାଯିବ । ଭାରତ ଓ ଇଂଲଣ୍ଡ ମଧ୍ୟରେ ଶେଷ ତଥା ଚତୁର୍ଥ ଟେଷ୍ଟ ମଧ୍ୟ ମୋଟେରା ଷ୍ଟାଡିୟମରେ ଖେଳାଯିବ । ଏହା ପରେ ଦୁଇ ଦଳ ମଧ୍ୟରେ ପାଞ୍ଚଟି ODI ହେବ । ମୋଟେରା ଷ୍ଟାଡିୟମ ସର୍ଦ୍ଦାର ପଟେଲ ଷ୍ଟାଡିୟମ ନାମରେ ମଧ୍ୟ ଜଣାଶୁଣା । ଏହା ଦୁନିଆର ସବୁଠୁ ବଡ କ୍ରିକେଟ୍ ଷ୍ଟାଡିୟମ୍ । ଏଠାରେ ବସି ଦେଖିବାର କ୍ଷମତା ହେଉଛି ଏକ ଲକ୍ଷ ୧୦ ହଜାର ।

ଅହମ୍ମଦାବାଦର ଏହି ଷ୍ଟାଡିୟମ ୬୩ ଏକର ଜମି ଉପରେ ବ୍ୟାପିଛି । ବର୍ତ୍ତମାନ ପର୍ଯ୍ୟନ୍ତ ମେଲବୋର୍ଣ୍ଣକୁ ସବୁଠାରୁ ବଡ କ୍ରିକେଟ୍ ଷ୍ଟାଡିୟମ୍ କୁହାଯାଉଥିଲା । ଯେଉଁଠାରେ ୯୦ ହଜାର ଲୋକ ଏକାଠି ବସିପାରିବେ । ବିଶେଷ କଥା ହେଉଛି ବିଶ୍ୱର ସର୍ବବୃହତ ପ୍ରତିମୂର୍ତ୍ତି ଷ୍ଟାଚ୍ୟୁ ଅଫ୍ ୟୁନିଟି ପରେ ରାଜ୍ୟରେ ମଧ୍ୟ ବିଶ୍ୱର ସର୍ବବୃହତ ଷ୍ଟାଡିୟମ୍ ରହିଛି । ମିଡିଆ ରିପୋର୍ଟ ଅନୁଯାୟୀ ଏହି ଷ୍ଟାଡିୟମର ଆନୁମାନିକ ମୂଲ୍ୟ ୮୦୦ କୋଟି ଅଟେ । ଏହି ଷ୍ଟାଡିୟମ୍ ଲାରସେନ୍ ଆଣ୍ଡ ଟର୍ବୋ କମ୍ପାନୀ ଦ୍ୱାରା ନିର୍ମିତ ।






