ଆଶ୍ଚର୍ଯ୍ୟ! ହେବାକୁ ଯାଉଥିବା ବୋହୂ ବାହାରିଲା ହଜିଯାଇଥିବା ଝିଅ; ତଥାପି ମା' ବିବାହକୁ ଅନୁମତି ଦେଲା
ବରର ମା' କନିଆଁ ହାତରେ ଏକ ଚିହ୍ନ ଦେଖିଥିଲେ । ଯାହା ତାଙ୍କ ଝିଅ ଦେହରେ ଥିବା ଚିହ୍ନ ପରି ଥିଲା । ଯେତେବେଳେ ସେ ଅନୁସନ୍ଧାନ କଲେ ଜଣାପଡିଲା ଯେ କନିଆଁ ହେଉଛି ତାଙ୍କର ହଜିଯାଇଥିବା ନିଜ ଝିଅ । ତଥାପି ମା' ଜଣକ ନିଜ ପୁଅ ସହିତ ବିବାହ କରିବାକୁ ଅନୁମତି ଦେଇଥିଲେ । କାରଣ ଆପଣଙ୍କୁ ଆଶ୍ଚର୍ଯ୍ୟ କରିବ…
ହେବାକୁ ଯାଉଥିବା ବୋହୂ ବାହାରିଲା ହଜିଯାଇଥିବା ଝିଅ
- News18 Odia
- Last Updated: April 7, 2021, 10:59 AM IST
ବେଜିଂ: ଚୀନରୁ ଆସିଥିବା ଏକ ଅଜବ ମାମଲା ଆପଣଙ୍କୁ ଖୁସି, ଆଶ୍ଚର୍ଯ୍ୟ କିମ୍ବା ବିଚଳିତ କରିପାରେ । ବହୁ ବର୍ଷ ପୂର୍ବରୁ ଏଠାରେ ଗୋଟିଏ ପରିବାର ଝିଅ ହଜିଯାଇଥିଲା ।ବର୍ତ୍ତମାନ ଜଣା ପଡିଛି ଯେ ତାଙ୍କ ପୁଅ ବିବାହ କରିବାକୁ ଯାଉଥିବା ଝିଅ ଜଣକ ଆଉ କେହି ନୁହଁନ୍ତି ବରଂ ପରିବାରଠାରୁ ହଜିଯାଇଥିବା ତାଙ୍କ ନିଜ ଝିଅ । ମାମଲା ପ୍ରକାଶ ପାଇବା ପରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ତେବେ ମା' ଉଭୟଙ୍କ ବିବାହକୁ ଅନୁମତି ଦେଇଥିଲେ । ଜାଣନ୍ତୁ ପୂରା ପ୍ରସଙ୍ଗ କ’ଣ ।
କିପରି ହୋଇଥିଲା ତଦନ୍ତ?
କନିଆଁ ହାତରେ ଚିହ୍ନ ଦେଖି ମହିଳା ଜଣକ ଝିଅର ପରିବାରକୁ ଭେଟିଥିଲେ । ଏଠାରେ ସେ ସେହି ଝିଅକୁ ତାଙ୍କ ପୋଷ୍ୟ ସନ୍ତାନ କି ପଚାରିଥିଲେ । ମହିଳାଙ୍କ ଏହି ପ୍ରଶ୍ନରେ ଝିଅର ପରିବାର ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । କାରଣ ଏତେ ବର୍ଷ ଧରି ପୋଷ୍ୟ ଭାବେ ବଢ଼ାଇବା ପରେ ମଧ୍ୟ ଏହା ଏକ ରହସ୍ୟ ଥିଲା । ଖବର ଅନୁଯାୟୀ ପରିବାର ଲୋକ ଉକ୍ତ ମହିଳାଙ୍କୁ କହିଥିଲେ ଯେ ସେମାନେ ପ୍ରାୟ ୨୦ ବର୍ଷ ପୂର୍ବେ ତାଙ୍କ ପୋଷ୍ୟ ସନ୍ତାନକୁ ରାସ୍ତା କଡ଼ରେ ପାଇଥିଲେ ।
ଏବେ ପ୍ରଶ୍ନ ଉଠିଥିଲା ଯେ ବିବାହକୁ ନେଇ କ'ଣ କରାଯିବ । ଏଠାରେ ଝିଅଟି ଏହା ଭାବି ଚିନ୍ତିତ ହୋଇଯାଇଥିଲେ ଯେ ସେ ନିଜ ବଡ ଭାଇକୁ ବିବାହ କରିବାକୁ ଯାଉଛନ୍ତି । ତେବେ ପରେ ମା' ମଧ୍ୟ ପ୍ରକାଶ କରିଥିଲେ ସେ ସେହି ପୁଅକୁ ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କରିଛନ୍ତି । ଏପରି ପରିସ୍ଥିତିରେ ଉଭୟ ରକ୍ତ ସମ୍ପର୍କୀୟ ଭାଇଭଉଣୀ ନୁହଁନ୍ତି । ଏହିପରି ଉଭୟଙ୍କ ବିବାହ ମା’ଙ୍କ ଅନୁମୋଦନ ଲାଭ କଲା । ଚୀନ ଗଣମାଧ୍ୟମରୁ ମିଳିଥିବା ଖବର ଅନୁଯାୟୀ ମହିଳା ଜଣକ କହିଛନ୍ତି ଯେ ହଜିଯାଇଥିବା ଝିଅକୁ ଖୋଜି ପାଇବାରେ ସମସ୍ତ ଆଶା ଶେଷ ହୋଇଯିବା ପରେ ସେ ସେହି ପୁଅକୁ ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କରିଥିଲେ ।






