RBI ର ରେପୋ ରେଟ୍ ଅପରିବର୍ତ୍ତିତ; ଜାଣନ୍ତୁ ସାଧାରଣ ଲୋକଙ୍କ ଉପରେ କ’ଣ ପଡ଼ିବ ପ୍ରଭାବ?
RBI Monetary Policy: ମୁଦ୍ରା ନୀତିରେ (monetary policy) କୌଣସି ପରିବର୍ତ୍ତନ ନକରିବାକୁ ଆରବିଆଇ ନିଷ୍ପତ୍ତି ନେଇଛି । ଆରବିଆଇ ରେପୋ ରେଟ୍ ମଧ୍ୟ ସ୍ଥିର ରଖିଛି । ବର୍ତ୍ତମାନ ଆରବିଆଇର ରେପୋ ରେଟ୍ ୪% ଥିବାବେଳେ ରିଭର୍ସ ରେପୋ ରେଟ୍ ୩.୫% ରହିଛି ।
RBI ର ରେପୋ ରେଟ୍ ଅପରିବର୍ତ୍ତିତ
- News18 Odia
- Last Updated: April 7, 2021, 12:30 PM IST
ନୂଆ ଦିଲ୍ଲୀ: ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ମୁଦ୍ରା ନୀତି କମିଟି (RBi MPC Meeting) ର ବୈଠକ ଆଜି ଅର୍ଥାତ ୭ ଏପ୍ରିଲ ୨୦୨୧ ରେ ଶେଷ ହୋଇଛି । ଏପ୍ରିଲ ୨ ତାରିଖରୁ ଆରମ୍ଭ ହୋଇଥିବା ଏହି ବୈଠକରେ ଆଜି ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସଙ୍କ (RBI Governor Shaktikanta Das) ଦ୍ୱାରା ଅନ୍ତିମ ଘୋଷଣା କରାଯାଇଛି । ମୁଦ୍ରା ନୀତିରେ କୌଣସି ପରିବର୍ତ୍ତନ ନକରିବାକୁ ଆରବିଆଇ ନିଷ୍ପତ୍ତି ନେଇଛି । ଆରବିଆଇ ରେପୋ ହାର ସ୍ଥିର ରଖିଛି । ପୂର୍ବ ପରି ଏହା ୪% ରେ ଅକ୍ଷୁର୍ଣ୍ଣ ରହିଛି । ବର୍ତ୍ତମାନ ଆରବିଆଇର ରେପୋ ହାର ୪% ଥିବାବେଳେ ରିଭର୍ସ ରେପୋ ହାର ୩.୫% ରହିଛି । ଏହା ନୂତନ ଆର୍ଥିକ ବର୍ଷର (FY 2021-22) ପ୍ରଥମ MPC ବୈଠକ ଥିଲା ।
ଆର୍ବିଆଇ ଗଭର୍ଣ୍ଣର କହିଛନ୍ତି ଯେ ରେପୋ ରେଟ୍ ୪% ଓ ରିଭର୍ସ ରେପୋ ରେଟ୍ ୩.୩୫% ରହିବ । ଅଭିବୃଦ୍ଧି ସ୍ଥିର ନହେବା ପର୍ଯ୍ୟନ୍ତ ରେପୋ ରେଟ୍ ଅକ୍ଷୁର୍ଣ୍ଣ ରହିବ ବୋଲି ଦାସ କହିଛନ୍ତି । ଏହା ଦ୍ୱାରା ଆପଣଙ୍କ ଘରର EMI ଓ ଅଟୋ ଲୋନ ମଧ୍ୟ ସମାନ ରହିବ । ଆପଣଙ୍କୁ ବର୍ତ୍ତମାନ ଶସ୍ତା EMI ପାଇଁ ଅପେକ୍ଷା କରିବାକୁ ପଡିବ । ଏହା ସହିତ ଆରବିଆଇ ଗଭର୍ଣ୍ଣର ୨୦୨୧-୨୨ ବର୍ଷ ପାଇଁ ୧୦.୫% ଜିଡିପି ଆକଳନ କରିଛନ୍ତି । ମାର୍କେଟ ଏକ୍ସପର୍ଟଙ୍କ ଦ୍ୱାରା ପୂର୍ବରୁ ମଧ୍ୟ ଏହି ଆକଳନ କରାଯାଇ ସାରିଛି ।
ଜାଣନ୍ତୁ ମୁଦ୍ରା ନୀତି କ’ଣ?
ଜାଣନ୍ତୁ ରେପୋ ରେଟ୍ ଓ ରିଭର୍ସ ରେପୋ ରେଟ୍ କ’ଣ?
ରେପୋ ରେଟ୍ ହେଉଛି ସୁଧ ହାର ଯେଉଁଥିରେ ରିଜର୍ଭ ବ୍ୟାଙ୍କ ଏସବିଆଇ ସମେତ ଅନ୍ୟ ବ୍ୟାଙ୍କମାନଙ୍କୁ ସ୍ୱଳ୍ପ ସମୟ ପାଇଁ ଋଣ ଦେଇଥାଏ । ଯଦି ଏଥିରେ କଟ୍ ଥାଏ ତେବେ ବ୍ୟାଙ୍କଗୁଡ଼ିକୁ ଆରବିଆଇକୁ କମ୍ ସୁଧ ଦେବାକୁ ପଡିବ । ଏହା ଆପଣଙ୍କ EMI କୁ ମଧ୍ୟ ପ୍ରଭାବିତ କରେ । ଯଦି ରିଜର୍ଭ ବ୍ୟାଙ୍କ ରେପୋ ରେଟ୍ ବଢ଼ାନ୍ତି, ତେବେ ବ୍ୟାଙ୍କଗୁଡିକରୁ ଋଣ ନେବା ମହଙ୍ଗା ହୋଇଯାଏ । ଏହା ଗୃହ ଋଣ, କାର ଋଣ ସହିତ ଅନ୍ୟାନ୍ୟ ଋଣର ସୁଧ ହାର ବୃଦ୍ଧି କରିଥାଏ । ଏଥି ସହିତ ଆରବିଆଇର ରେପୋ ରେଟ୍ ବର୍ତ୍ତମାନ ୪% ଥିବାବେଳେ ରିଭର୍ସ ରେପୋ ରେଟ୍ ୩.୫% ରହିଛି । ରିଭର୍ସ ରେପୋ ରେଟ୍ ହେଉଛି ସେହି ହାର ଯାହା ଯାହା ଆରବିଆଇ ବ୍ୟାଙ୍କଗୁଡିକ ପାଇଁ ସୁଧ ଭାବରେ ପ୍ରଦାନ କରେ ।






