ଓଡ଼ିଶାରେ ପୁଣି କରୋନା ଚିନ୍ତା: ୧୪ ଦିନ ମଧ୍ୟରେ ବ୍ରିଟେନରୁ ରାଜ୍ୟକୁ ଆସିଛନ୍ତି ୬୧ ଜଣ ଲୋକ
ବ୍ରିଟେନରୁ ଓଡ଼ିଶା ଫେରିଥିବା ୬୧ ଜଣ ବ୍ୟକ୍ତିଙ୍କ ମଧ୍ୟରେ ସବୁ ଠାରୁ ଅଧିକ ଭୁବନେଶ୍ବରରୁ ଅଛନ୍ତି । ସବୁ ବ୍ରିଟେନ୍ ଫେରନ୍ତା ଓ ତାଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କର RT-PCR ଟେଷ୍ଟ ହେବ ବୋଲି ସରକାର ନିଷ୍ପତ୍ତି ନେଇଛନ୍ତି ।
ବ୍ରିଟେନରେ କରୋନା ଭାଇରସର ଏକ ନୂଆ ଷ୍ଟ୍ରେନ୍ ବ୍ୟାପୁଥିବା ବେଳେ ଗତ ୧୪ ଦିନ ମଧ୍ୟରେ ବ୍ରିଟେନ୍ରୁ ଓଡ଼ିଶାକୁ ୬୧ ଜଣ ବ୍ୟକ୍ତି ଆସିଥିବା ଜଣାପଡ଼ିଛି । (ପ୍ରତୀକାତ୍ମକ ଛବି)
ଏବେ ଏହି ବ୍ରିଟେନ୍ ଫେରନ୍ତାମାନଙ୍କୁ ନେଇ ରାଜ୍ୟ ସରକାର ଏହି ତଥ୍ୟ ଦେବା ପରେ ରାଜ୍ୟରେ ପୁଣି କରୋନା ଚିନ୍ତା ବଢ଼ିଛି । ବ୍ରିଟେନ୍ ଫେରନ୍ତାମାନଙ୍କୁ ନେଇ ରାଜ୍ୟର ସବୁ ଜିଲ୍ଲାପାଳ ଓ CDMOମାନଙ୍କୁ ସବିଶେଷ ତଥ୍ୟ ଦିଆଯାଇଛି । (ପ୍ରତୀକାତ୍ମକ ଛବି)
ବ୍ରିଟେନ୍ରୁ ଓଡ଼ିଶା ଫେରିଥିବା ୬୧ ଜଣ ବ୍ୟକ୍ତିଙ୍କ ମଧ୍ୟରେ ସବୁ ଠାରୁ ଅଧିକ ଭୁବନେଶ୍ବରରୁ ଅଛନ୍ତି । ଏ ନେଇ ସୂଚନା ଦେଇଛନ୍ତି ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର । ସବୁ ଜିଲ୍ଲାପାଳଙ୍କୁ ଏ ନେଇ ଏକ ଚିଠି ଲେଖିଛନ୍ତି ସେ । (ପ୍ରତୀକାତ୍ମକ ଛବି)
ସବୁ ବ୍ରିଟେନ୍ ଫେରନ୍ତା ଓ ତାଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କର RT-PCR ଟେଷ୍ଟ ହେବ ବୋଲି ସରକାର ନିଷ୍ପତ୍ତି ନେଇଛନ୍ତି । କୋଭିଡର ନୂଆ ଷ୍ଟ୍ରେନକୁ ନେଇ ରାଜ୍ୟ ସରକାର ଗାଇଡଲାଇନ୍ସ ଜାରି କରିଛନ୍ତି ।
ଭୁବନେଶ୍ବରରେ ଥିବା ଇନଷ୍ଟିଚ୍ୟୁଟ୍ ଅଫ୍ ଲାଇଫ୍ ସାଇନ୍ସେଜରେ (ILS) କୋଭିଡର ନୂଆ ଷ୍ଟ୍ରେନର ପରୀକ୍ଷା ହେବ । ଏହି ପରୀକ୍ଷା ପାଇଁ କେମିତି ସାମ୍ପଲ୍ ସଂଗ୍ରହ ହେବ ସେ ନେଇ ବି ଗାଇଡଲାଇନ୍ ଜାରି କରିଛନ୍ତି ରାଜ୍ୟ ସରକାର ।
ଭୁବନେଶ୍ବରର ସମ୍ କୋଭିଡ୍ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବ୍ରିଟେନ ଫେରନ୍ତା ଯୁବକଙ୍କ ଉପରେ ନଜର ରଖିଛି ସ୍ବାସ୍ଥ୍ୟ ବିଭାଗ । ଏହି କରୋନା ଆକ୍ରାନ୍ତ ଯୁବକଙ୍କର କଣ୍ଟାକ୍ଟ ଟ୍ରେସିଂ ସରିଛି । ତାଙ୍କ ପରିବାରର ତିନି ଜଣ ସଦସ୍ୟଙ୍କ ସ୍ବାବ୍ ସଂଗ୍ରହ କରାଯାଇଛି ।
କରୋନା ଆକ୍ରାନ୍ତ ଏହି ବ୍ରିଟେନ୍ ଫେରନ୍ତା ଯୁବକଙ୍କୁ ଯେଉଁ ଭାଇରସ୍ ସଂକ୍ରମଣ କରିଛି, ତାହା ବ୍ରିଟେନରେ ବ୍ୟାପିଥିବା ଭାଇରସର ନୂଆ ଷ୍ଟ୍ରେନ୍ କି ନାହିଁ ତା’ର ପରୀକ୍ଷା କରାଯାଉଛି ।
ଏଥି ପାଇଁ ଯୁବକଙ୍କ ସ୍ବାବ୍ ପରୀକ୍ଷା ପାଇଁ ପୁଣେ ପଠାଯାଇଛି ବୋଲି କହିଛନ୍ତି ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ।
ଭୁବନେଶ୍ବର ଇନଷ୍ଟିଚ୍ୟୁଟ୍ ଅଫ୍ ଲାଇଫ୍ ସାଇନ୍ସେଜର (ILS) ନିର୍ଦ୍ଦେଶକ ଅଜୟ ପରିଡା କହିଛନ୍ତି ଯେ ବ୍ରିଟେନ ଫେରନ୍ତା ଆକ୍ରାନ୍ତଙ୍କ ଜିନ୍ ଅନୁଶୀଳନ ହେବ। ତାଙ୍କର ଜିନମ ସିକ୍ୟୁଏନ୍ସିଂ କରାଯିବ । ଏଥି ପାଇଁ କେନ୍ଦ୍ର ସରକାର ILSକୁ ଚିହ୍ନଟ କରିଛନ୍ତି । ବ୍ରିଟେନର ନୂଆ ଷ୍ଟ୍ରେନ ପିଜିଟିଭ ବ୍ୟକ୍ତିଙ୍କ ଦେହରେ ଅଛି ନା ନାହିଁ ଅନୁଶୀଳନ କରାଯିବ।
ବ୍ରିଟେନ ଫେରନ୍ତାଙ୍କୁ ନେଇ ଓଡ଼ିଶାରେ ଚିନ୍ତା ବଢ଼ିବା ଯୋଗୁଁ ବିମାନ ବନ୍ଦରରେ କଡ଼ା କଟକଣା ଲାଗୁ କରାଯାଇଛି ।
ବିମାନରେ ଓଡ଼ିଶା ଫେରୁଥିବା ଯାତ୍ରୀମାନଙ୍କ ପାଇଁ କୋଭିଡ୍ ଟେଷ୍ଟ ସହ ୧୪ ଦିନିଆ କ୍ବାରେଣ୍ଟାଇନ ବାଧ୍ୟତାମୂଳକ କରାଯାଇଛି ।




